ନମସ୍କାର ବନ୍ଧୁଗଣ, ଛାତ୍ରଙ୍କ ଉତ୍ୟକ୍ତ କାରନାମା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ମହିଳା ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇ ଦେଲେ ଛାତ୍ର ଜଣଙ୍କ । ସମସ୍ତଙ୍କ ସାମ୍ନାରେ ଏଭଳି ଏକ ବର୍ବର କାଣ୍ଡ ହେବା ପରେ ମଧ୍ୟ କେହି କିଛି କରିପାରିଲେ ନାହିଁ । ଆଉ ହୁତୁ ହୁତୁ ହୋଇ ଜଳିଗଲା ତାଙ୍କ ଶରୀରର 90 ପ୍ରତିଶତ ଅଙ୍ଗ । ତେବେ କେଉଁଠାରେ ଛାତ୍ର ଏଭଳି ଏକ କାଣ୍ଡ ଘଟାଇଲେ ଏବଂ ଏହା ପଛର କାରଣ କଣ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଖାବର ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା BM କଲେଜରେ । କଲେଜ ପ୍ରିନ୍ସିପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି ଜଣେ ପୂର୍ବତନ ଛାତ୍ର । ଏହି ଘଟଣା ଜାଣିବା ପରେ ସମସ୍ତଙ୍କ ରକ୍ତ ଗରମ ହୋଇ ଉଠୁଛି । ମାର୍କ ସିଟ ମିଳିବା ପାଇଁ ବିଳମ୍ବ ହେବାରୁ ଛାତ୍ର ଜଣଙ୍କ ଏଭଳି ଏକ ବିଭର୍ଛ କାଣ୍ଡ ଘଟାଇ ଦେଲେ ।
ସେହି ଛାତ୍ର ଜଣଙ୍କ ହେଉଛି ଆଶୁତୋଷ ଶ୍ରିବାସ୍ତବ । BM କଲେଜର 54 ବର୍ଷୀୟା ପ୍ରିନ୍ସିପାଲ ବିମୁକ୍ତା ଶର୍ମା 90 ପ୍ରତିଶତ ଜଳିଯାଇଛନ୍ତି । ବର୍ତ୍ତମାନ ମେଡିକାଲରେ ସେ ଚିକିତ୍ସା ହେଉଛନ୍ତି । ହୀଲେ ଏବେ ଯାଏ ବି ସେ କଥା କହିବା ପରିସ୍ଥିତିକୁ ଆସିନାହାନ୍ତି ବୋଲି ଏହାର ସୂଚନା ଦେଇଛନ୍ତି ପୋଲିସ ଅଧିକ୍ଷକ । ନିଆଁ ଲାଗିଯିବା ପରେ ପ୍ରିନ୍ସପାଲ ବିଲଣ୍ଡିଂ ଆଡକୁ ଦଉଡି ଥିଲେ ।
ସେହି ସମୟରେ କଲେଜର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରି ଡାକ୍ତରଖାନ ପଠାଇଛନ୍ତି । ପଚରା ଉଚରା ବେଳେ ଆଶୁତୋଷ ନିଜର ଅପରାଧକୁ ସ୍ଵୀକାର ମଧ୍ୟ କରିଛି । ବର୍ଷେ ହେବ ଆଶୁତୋଷ କଲେଜକୁ ନିଜର ମାର୍କସିଟ ମାଗୁଥିବା ବେଳେ କଲେଜ ତାଙ୍କୁ ଦେଉନଥିଲା । ଏହି ରାଗ ରଖି ପ୍ରିନ୍ସିପାଲ କଲେଜରୁ ଆସୁଥିବା ବାଟରେ ଗେଟ ପାଖରେ ଘଟାଇଥିଲେ ଏହି ଘଟଣା ।
ଏହି ଘଟଣା ଘଟାଇବା ପୂର୍ବରୁ ପ୍ରିନ୍ସିପାଲକୁ ହଇରାଣ କରୁଥିବାର କଥାକୁ ମଧ୍ୟ ସ୍ଵୀକାର କରିଛି ଆଶୁତୋଷ । ଏହାପରେ ଅଭିଯୁକ୍ତକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଏହାପରେ ଦୋଷୀଙ୍କୁ କଣ ଦଣ୍ଡ ମିଳିବ ତାହା ସମ୍ପର୍କରେ ପରେ ଜଣାପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।