ପ୍ରତି ମାସରେ 1 କୋଟି କମାଉଛନ୍ତି ଏହି 11 ବର୍ଷର ଝିଅ, କଣ କରୁଛନ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଟଙ୍କା ରୋଜଗାର କରିବା କାହାକୁ ବା ପସନ୍ଦ ନୁହେଁ । କିନ୍ତୁ ସ୍କୁଲରେ ପାଠ ପଢିବା ସମୟରେ କୋଟି କୋଟି ଟଙ୍କା ରୋଜଗାର କରିବା କାହା ପାଖରେ ସମ୍ଭବ ହୋଇପାରେ । କିନ୍ତୁ ଆମେ ଆଜି ଏମିତି ଜଣେ କୁନି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର 11 ବର୍ଷ ବୟସରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଆଉ ଏବେ ସେ ଋଟାର୍ଡ ହେବାକୁ ଯାଉଛନ୍ତି ।

ପିକ୍ସି କଟିସ ନାମକ ଜଣେ 11 ବର୍ଷୀୟା କୁନି ଝିଅ ମାସକୁ କମାଉଛନ୍ତି 1 କୋଟି ରୁ ଅଧିକ ଟଙ୍କା । ପିକ୍ସି ଏକ କମ୍ପାନୀ ଚଲାଉଛନ୍ତି ଯାହାର ନାଁ ଏଉଛି ପିକ୍ସି ପିକ୍ସ । ଏହା ଏକ ଅନଲାଇନ କମ୍ପାନୀ । ଏହି କମ୍ପାନୀ ଅନେକ ପ୍ରକାରର ହେୟାର ବୋ, ହେୟାର ବ୍ୟାଣ୍ଡ ବିକ୍ରି କରିଥାଏ । ଲୋକଙ୍କୁ ଏହି କମ୍ପାନୀ ର ହେୟାର ବ୍ୟାଣ୍ଡ ଅନ୍ୟା ପ୍ରଡ଼କ୍ଟ ବେସ ପସନ୍ଦ ଆସୁ ଥିବାରୁ ଏହି କମ୍ପାନୀ ବେସ ଲାଭବାନ ହେଉଛି ।

ପିକ୍ସି ଙ୍କୁ ଏହି କମ୍ପାନୀ ତାଙ୍କ ମା ରକ୍ସି ଙ୍କ ଠାରୁ ମିଳିଛି । ରକ୍ସି ମଧ୍ୟ ଜଣେ ମହିଳା ବ୍ୟବସାୟୀ ଅଟନ୍ତି । ତେବେ ରକ୍ସି ଏକ ବୟାନ ଦେଇ ଗଣାମଧ୍ୟମ ରେ ସାକ୍ଷାତକାର ରେ କହିଛନ୍ତି ଯେ ପିକ୍ସି ଏବେ ତାଙ୍କ ପାଠ ପଢା ଉପରେ ଫୋକସ କରିବାକୁ ଚାହୁଁ ଛନ୍ତି । ହାଇ ସ୍କୁଲ ପାଇଁ ପ୍ରସ୍ତୁତ କରୁଛନ୍ତି । ତେଣୁ ପିକ୍ସି ନିଜର ପାଠ ପଢିବା ନ ସାରିବା ଯାଏଁ ଏ ବ୍ୟବସାୟ କରିବେ ନାହି ବୋଲି ତାଙ୍କ ମା ରକ୍ସି କହିଛନ୍ତି ।

ପିକ୍ସି ଗତ 3 ବର୍ଷ ହେବ ଏହି କମ୍ପାନୀ ଚଲାଇ ଆସୁଥିଲେ । କିନ୍ତୁ ଏବେ ତାଙ୍କ ଧ୍ୟାନ ପାଠ ପଢା ପ୍ରତି ରହିଛି । ପିକସି ସେତେବେଳେ ଚର୍ଚ୍ଚା କୁ ଆସିଥିଲେ ଯେବେ ତାଙ୍କ ମା ରକ୍ସି ତାଙ୍କ ଜନ୍ମ ଦିନରେ ସାଢେ 2 କୋଟି ଟଙ୍କାର ମର୍ଷିଡିଜ କାର ଉପହାର ଆକାରରେ ଦେଇଥିଲେ । ପରେ ପିକସି ପୁଣି ଚର୍ଚ୍ଚା କୁ ଆସିଥିଲେ ଯେବେ ତାଙ୍କ 11 ବର୍ଷୀୟ ଜନ୍ମ ଦିନରେ ପାଟି ରେ 30 ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ।

ସୋସିଆଲ ମିଡିଆରେ ପିକସି ଙ୍କ ଅନେକ ପ୍ରଶଂସକ ରହିଛନ୍ତି । ଇଂଷ୍ଟାଗ୍ରାମ ରେ 1 ଲକ୍ଷ 21 ହଜାର ରୁ ଅଧିକ ଫଳୋର୍ଷ ରହିଛନ୍ତି । ଏହି ଇଂଷ୍ଟାଗ୍ରାମ ପେଜ ରେ ସେ ତାଙ୍କ ଫୋଟୋ ସେୟାର କରିବା ସହ ତାଙ୍କ କମ୍ପାନୀ ପ୍ରାଡ଼କ୍ଟ ବି ସେୟାର କରନ୍ତି । ଏଥିରୁ ଲୋକେ ଅର୍ଡର ମଧ୍ୟ ଦେଇଥାନ୍ତି । ତେବେ ଏତେ କମ ବୟସରେ କୋଟି କୋଟି ଟଙ୍କା ରୋଜଗାର କରିବା ଅସମ୍ଭବ ଲାଗୁଥିଲେ ବି ତାକୁ ସମ୍ଭବ କରି ଦେଖାଇଛନ୍ତି ପିକ୍ସି ।

ଆଉ ମା ଙ୍କ ପାଇଁ ଗୌରବ ପାଲଟି ଥିବା ବେଳେ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି ପିକ୍ସି । ସମାଜ ପାଇଁ ବାର୍ତ୍ତା ଦେବା ସହ ନିଜେ ଚାହିଁଲେ ପରିଶ୍ରମ ବଳରେ ସବୁ କିଛି ହାସଲ କରିହେବ ବୋଲି ପ୍ରମାଣ କରି ଦେଖାଇଛନ୍ତି ପିକ୍ସି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *