କୌଣସି ମହିଳା ଶ୍ମଶାନକୁ କାହିଁକି ଯାଆନ୍ତି ନାହିଁ.. ୯୯ % ଲୋକମାନେ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି ଏହାର ଉତ୍ତର, ଏବେହିଁ ଜାଣି ନିଅନ୍ତୁ

ଶ୍ମଶାନ ଘାଟ ସେହି ସ୍ଥାନ ଅଟେ ଯେଉଁଠି ମୁର୍ତ୍ୟୁ ମନୁଷ୍ୟଙ୍କର ଅନ୍ତିମ ସଂସ୍କାର କରାଯାଏ । ପ୍ରାୟତଃ ଶ୍ମଶାନଘାଟ ନଦୀ ତଟରେ ହୋଇଥାଏ । କହି ଦେଉଛୁ ଯେ ଶ୍ମଶାନର ଅଗ୍ନି ବହୁତ ଖରାପ ହୋଇଥାଏ । ଶାସ୍ତ୍ର ଅନୁସାରେ ନିଆଁ ୨୭ ପ୍ରକାର ହୋଇଥାଏ । ଶ୍ମଶାନ ଘାଟରେ କୌଣସି ପବିତ୍ର ଏବଂ ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ । ଶ୍ମଶାନରେ ଭଗବାନ ଶିବ ଧ୍ୟାନମଗ୍ନ ରୁହନ୍ତି ।

ଶାସ୍ତ୍ର ଅନୁସାରେ ଶ୍ମଶାନ ଘାଟ ସହରରୁ ଦୂରରେ ହେବା ଦରକାର ତାହା ଦ୍ଵାରା ଅପବିତ୍ର ଧୁଳି ଏବଂ ନକାରାତ୍ମକ ଊର୍ଜା ଘରେ ପ୍ରବେଶ କରିବ ନାହିଁ । କୁହାଯାଏ କି ଶ୍ମଶାନରେ ଭୁତ ପ୍ରେତ ଏବଂ ଆତ୍ମା ବାସ କରନ୍ତି । ସେଥିପାଇଁ ରାତି ସମୟରେ ଶ୍ମଶାନଘାଟର ଆଖ ପାଖରେ ଯିବା ଉଚିତ ନୁହେଁ ।

ଜାଣନ୍ତୁ ମହିଳାଙ୍କୁ କାହିଁକି ଶ୍ମଶାନ ଘାଟରେ ଯିବା ପାଇଁ ଅନୁମତି ମିଳେ ନାହିଁ

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ କିଛି ଏମିତି ଜାଗା ଅଛି ଯେଉଁଠିକୁ କେବଳ ପୁରୁଷମାନେ ହିଁ ଯାଇ ପାରିବେ କିମ୍ବା ଏହିଭଳି କିଛି କାମ ଅଛି ଯାହାକୁ କେବଳ ପୁରୁଷମାନେ ହିଁ କରି ପାରିବେ । ଏହି କାମରେ ମହିଳାମାନଙ୍କୁ ଭାଗ ନେବା ପାଇଁ ମନା ଅଟେ । ଯେମିତି ଆମେ ସମସ୍ତେ ଜାଣିଛୁ କି ନଡିଆ କେବଳ ପୁରୁଷ ମାନେ ହିଁ ଭାଗନ୍ତି । ମହିଳାମାନେ କେବେ ବି ନଡିଆ ଭାଙ୍ଗନ୍ତି ନାହିଁ । ଠିକ ସେହି ଭଳି ଅନ୍ତିମ ସଂସ୍କାର ସମୟରେ ଶ୍ମଶାନରେ କେବଳ ପୁରୁଷମାନେ ଯିବେ ମହିଳା ମାନେ ଯାଇ ପାରିବେ ନାହିଁ ।

ମହିଳାମାନେ ଶ୍ମଶାନ ଘାଟ ନ ଯିବାର କାରଣ :

୧ – ଆମେ ସମସ୍ତେ ଜାଣିଛୁ କି ଅନ୍ତିମ ସଂସ୍କାରରେ ଯେଉଁ ଲୋକମାନେ ସାମିଲ ହୋଇଥାନ୍ତି ସେମାନେ ସମସ୍ତେ ନଣ୍ଡା ହୋଇଥାନ୍ତି । କିନ୍ତୁ ମହିଳା ମାନଙ୍କୁ ଏହାର ଅନୁମତି ନାହିଁ ।

୨ – ଗୋଟିଏ ମହିଳାର ହୃଦୟ ଗୋଟିଏ ପୁରୁଷର ହୃଦୟ ଠାରୁ ବହୁତ ନରମ ହୋଇଥାଏ । ସେଥିପାଇଁ ସେ କୌଣସି ଦୁଖକୁ ଦେଖି ପାରନ୍ତି ନାହିଁ । ଯଦି ଶ୍ମଶାନ ଘାଟରେ କିଏ ଯଦି କାନ୍ଦୁ ଥାଏ ତେବେ ଯେଉଁ ମଣିଷର ଦାହ ସଂସ୍କାର ହେଉଛି ତାହାର ଆତ୍ମାକୁ ଶାନ୍ତି ମିଳେ ନାହିଁ । କିନ୍ତୁ ମହିଳାମାନେ କାହାକୁ ଜଳୁଥିବାର ଦେଖିବେ ଆଉ କାନ୍ଦିବେ ନାହିଁ, ଏହା କେବେ ବି ହୋଇ ପାରିବ ନାହିଁ ।

୩. ଅନ୍ୟ କାରଣ ହେଉଛି, ମହିଳା ମାନଙ୍କର ହୃଦୟ ବହୁତ କୋମଲ ହୋଇଥିବାରୁ ସେମାନେ ଯଦି ମୁର୍ତ୍ୟୁ ପରେ ମଣିଷର ଚିତାକୁ ଦେଖି ଡରି ଯାଆନ୍ତି ତେବେ ତାହା ବହୁତ ବଡ ସମସ୍ୟା ହୋଇଯାଏ ।

୪. ଶ୍ମଶାନରେ ମୃତ ବ୍ୟକ୍ତିର ଦାହ ସଂସ୍କାର ପରେ ଆସିଥିବା ପୁରୁଷଙ୍କର ଗୋଡ ଧୋଇବା ଏବଂ ସ୍ନାନ କରିବା ପାଇଁ ଘରେ ମହିଳାମାନଙ୍କର ରହିବା ଆବଶ୍ୟକ ଅଟେ ।

୫. ଏହି କଥାକୁ ତ ଆମେ ସମସ୍ତେ ଜାଣିଛୁ କି ଶ୍ମଶାନ ଘାଟରେ ଆତ୍ମା ବାସ କରନ୍ତି, ଏବଂ ପ୍ରାୟତଃ ଆତ୍ମା ମହିଳାମାନଙ୍କ ଶରୀରରେ ପ୍ରବେଶ କରିଥାନ୍ତି । ଏବଂ ଏହା ବି ଏକ ସମସ୍ୟା ଅଟେ ।

ଉପୋରକ୍ତ ଏହି ୫ ଟି କାରଣ ଯୋଗୁ ମହିଳା ମାନଙ୍କୁ ଶ୍ମଶାନରେ ଯିବା ପାଇଁ ଅନୁମତି ମିଳେ ନାହିଁ । ଏହି ସବୁ କାରଣ ଧାର୍ମିକ ଆସ୍ଥା ଉପରେ ନିର୍ଭର ଅଟେ ।

ଆପଣମାନଙ୍କୁ ଆମର ଏହି ଶ୍ମଶାନ ସବନ୍ଧିତ ସୂଚନା କେମିତି ଲାଗିଛି, ତଳେ ଥିବା କମେଣ୍ଟ ରେ ଲେଖିବାକୁ ଭୁଲିବେ ନାହିଁ । ଏବଂ ଏହାକୁ ଶେୟାର କରି ନିଜର ବନ୍ଧୁମାନଙ୍କୁ ଏବଂ ଅନ୍ୟ ବ୍ୟକ୍ତି ମାନଙ୍କୁ ଏହି ବିଷୟରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *