ଯେଉଁଠିକି ଦିନେ ଯିବାକୁ ଡର ଲାଗୁଥିଲା, ସେଇଠି ଆଜି ଲାଗୁଛି ଭିଡ….ମଶାଣିକୁ କରିଦେଲେ ପାର୍କ: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ବିଷୟ ବସ୍ତୁ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ଏହି ବିଷୟ ବସ୍ତୁ ରହିଛି ନୟାଗଡର ବିରୁଡା ଗ୍ରାମ ପଞ୍ଚାଯତର ଏକ ଗାଁ ମ-ଶା-ଣି କୁ ସଜା ଯାଇଛି ନୂଆ ରୂପରେ ଏକ ପାର୍କ ଭାବେ । ସେଠିକାର ଲୋକ ମାନେ ମ-ଶା-ଣିକୁ ପାର୍କ ରେ ପରିଣୀତ କରିଛନ୍ତି । ଯେଉଁ ମ-ଶା-ଣି କୁ ଦିନେ ଆସିବାକୁ ଦର ଲାଗୁଥିଲା ଓ ସେଠାରେ ଥିବା ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା ସେହି ମ-ଶା-ଣିର ପରିବେଶ ଆଜି ଏଭଳି ବଦଳି ଯାଇଛି ।

ଏହି ପାର୍କ ରେ ପର୍ଯ୍ୟଟକଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ମାନେ ନିର୍ଭୟରେ ବୁଲାବୁଲି କରୁଛନ୍ତି । ଏହା ସହ ଏହି ପାର୍କରେ ଫୋଟୋ ଉଠାଇବା ସହ ଖେଳାଖେଳି ମଧ୍ୟ କରା ଯାଉଛି । ପିଲା ମାନଙ୍କୁ ଆକର୍ଷଣ କରିବା ଭଳି ଅନେକ ଜିନିଷ ଏହି ପାର୍କରେ ରହିଛି ।

ସାଣିକୁ ଆସିବା ପାଇଁ ଲୋକ ମାନେ ଡରୁଥିବା ବେଳେ ବିରୁଡା ବାସୀ ଯେଉଁ ଭଳି କାମ କରିଛନ୍ତି ତାହା ଦେଖି ଡର ଲାଗିବାର ପ୍ରଶ୍ନ ଉଠୁ ନାହି । ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ଚିତ୍ର ବିଚିତ୍ରର ଛବି ଅଙ୍କା ଯାଇଛି । ଏହା ସହ ହାତୀ ତିଆରି ହେବା ସହ ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ରହିଛି ଏହି ପାର୍କରେ । ଶ୍ରୀ କୃଷ୍ଣଙ୍କ ମୂର୍ତ୍ତି ସହ ମୟୁରର ମୂର୍ତ୍ତି ମଧ୍ୟ ରହିଛି । ଏ ସବୁ ସମ୍ଭବ ହୋଇ ପାରିଛି କେବଳ ନିଆରା ଚିନ୍ତାଧାରା ଓ ଦୃଢ ମନୋବଳ ପାଇଁ ।

ବିରୁଡା ଅଞ୍ଚଳର ସରପଞ୍ଚ, ସଭା ସମିତି ଓ ପ୍ରଶାସନ ଅଧିକାରୀଙ୍କ ନିଷ୍ଠା ଯୋଗୁ ଏଭଳି ବିରଳ କାମ ସମ୍ଭବ ହୋଇ ପାରିଛି । ଯାହା ଆଗରୁ କେହି କେବେ କରି ନ ଥିବେ କି ଦେଖି ନ ଥିବେ । ଏହି ପାର୍କରେ ପୌରାଣିକ କଥାର ମୂର୍ତ୍ତି ମାଧ୍ୟମରେ ବ୍ୟାଖ୍ୟା କରା ଅଯାଇଛି । ପ୍ରତି ଦିନ ସକାଳେ ଓ ସନ୍ଧ୍ୟାରେ ଏହି ପାର୍କ ରେ ଭିଡ ଯମୁଚି । ଏହା ଛଡା ନୂଆ ନୂଆ ସୋନ୍ଦାର୍ଜ୍ୟ ଲାଗିଲା ଭଳି କାମ ମଧ୍ୟ ହେବାରେ ଲାଗିଛି ।

ଗାଁ ଲୋକ ମାନେ ଏହି ପାର୍କର ରକ୍ଷଣବେକ୍ଷଣ କରୁଛନ୍ତି । ଏହା ଛଡା ବାଥୃମ, ପାର୍କିଂ ପ୍ଲେସ, ପାଣି ସୁବିଧା, ବିଶ୍ରାମ କକ୍ଷ ଠାରୁ ଆରମ୍ବ କରି ସବୁ ସୁବିଧା ରହିଛି । ଏହା ଛଡା ଲାଇଟ କମ ଜାରି ରହିବା ସହ ଅଧିକ ମନୋଲୋଭା କିପରି ଏ ପାର୍କ ଲାଗିବ ଓ ଜନସମାଗ ହେବ ସେଥିପ୍ରତି ପ୍ରଶାସନ ଲାଗି ପଡିଛି । ଏହି ପାର୍କର ବିଭିନ୍ନ ପ୍ରକାରର ପଶୁପକ୍ଷୀଙ୍କ ମୂର୍ତ୍ତି ରହିବା ସହ ଏହାର ସୌନ୍ଦର୍ଜ୍ୟ ଏତେ ସୁନ୍ଦର ହୋଇଛି ଯେ ବାଟରେ ଯାଉଥିବା ବାଟୋଇ ମାନେ ଦେଖିକି ରହି ଯାଉଛନ୍ତି । ଏହାକାଉ ଏକ ଆଦର୍ଶ ପାର୍କ କରିବା ପାଇଁ ସେଠିକାର ଲୋକ ମାନଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ପ୍ରଶାସନ ଚେଷ୍ଟା ଜାରି ରଖିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *