ନମସ୍କାର ବନ୍ଧୁଗଣ, ନିଜ ଦୈନନ୍ଦିନ ଜୀବନରେ ଆମେ ବ୍ୟସ୍ତ ବହୁଳ ଭିତରେ ସବୁ କଥାର ଧ୍ୟାନ ରଖି ନଥାଉ ଯାହାଫଳରେ ଘରେ ବାସ୍ତୁ ଦୋଷ ଲାଗିଯାଏ । ଏହି ବାସ୍ତୁ ଦୋଷ କାରଣରୁ ଟଙ୍କା ପଇସାର ଘୋର ଅଭାବ ଲାଗିରହେ । ଆଜିର ଏହି ଟଙ୍କାର ଦୁନିଆରେ ଟଙ୍କା ନିହାତି ଆବଶ୍ୟକ ହୋଇଥାଏ ବଞ୍ଚିବା ପାଇଁ । ତେବେ ଆପଣ ଜାଣି ରଖନ୍ତୁ କି କିଭଳି ଆପଣ ନିଜେ ନିଜର ଦାରିଦ୍ରତା ଜୀବନର କାରଣ ହେବେ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ 5ଟି ଜିନିଷ ଦାରିଦ୍ରତାର କାରଣ ହୋଇଥାଏ ।
ପ୍ରଥମ: ଘରେ ମହୁ ରଖୁଥିବା ସ୍ଥାନକୁ ସବୁବେଳେ ସଫା ରଖିବା ଆବଶ୍ୟକ । ମହୁ ଆପଣ ଆପଣଙ୍କ ଘରେ ରଖିବା ଫଳରେ ଆପଣଙ୍କ ଘରୁ ନକରାତ୍ମକ ଊର୍ଜାର ବିନାଶ ହୋଇଥାଏ । ତେଣୁ ଯଦି ଆପଣ ମହୁ ରଖୁଥିବା ସ୍ଥାନକୁ ପରିଷ୍କାର ନ ରଖନ୍ତି ତେବେ ମହୁର ଶକ୍ତି ନଷ୍ଟ ହୋଇଯାଇଥାଏ ।
ଦିତୀୟ: ଆପଣ ପୂଜା କରିବା ସମୟରେ ଆପଣଙ୍କ ଠାକୁର ଘର ସଫା ସୁତୁରା ରଖନ୍ତୁ । ନଚେତ ପୂଜାର ଓଲଟା ଫଳ ଆପଣଙ୍କ ଉପରେ ପଡିଥାଏ । ଯାହା ଫଳରେ ଆପଣ ଗରିବତାର ସାମ୍ନା କରିଥାନ୍ତି । ତୃତୀୟ: ପୂଜା ଚାଲିଥିବା ସମୟରେ କେବେ ମଧ୍ୟ ହାଇ ମାରିବା କିମ୍ବା ଅଳସ ଭାଙ୍ଗିବା ଉଚିତ ହୋଇନଥାଏ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଉପରେ ଧନର ଦେବି ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ ।
ଚତୁର୍ଥ: କିଛି ଲୋକ ବାହାରୁ ବୁଲା ବୁଲି କରି ଆସିବା ପରେ ନିଜ ଗୋଡ ହାତ ନ ଧୋଇ ଘର ଭିତରକୁ ଯାଇଥାନ୍ତି । ଏବଂ ଖଟ ଉପରେ ମଧ୍ୟ ଶୋଇ ଯାଇଥାନ୍ତି । ଏହା କରିବା ଫଳରେ ଆପଣଙ୍କୁ ଅନେକ ଦୋଷ ଲାଗିଥାଏ । ଯାହାର ପ୍ରଭାବ ଆପଣ ଭୋଗ କରିଥାନ୍ତି । ଏହା ଆପଣଙ୍କ ଜୀବନରେ ଗରିବି ଆସିବାର ଏକ ପ୍ରମୁଖ କାରଣ ହୋଇଥାଏ ।
ଆପଣ ବାହାରୁ ଆସି ଆପଣଙ୍କ ଗୋଡ ହାତ ନ ଧୋଇ ଘରେ ପ୍ରବେଶ କରିବା ଦ୍ଵାରା ଆପଣଙ୍କ ଘରର ସଦସ୍ୟଙ୍କୁ ବଡ ବଡ ରୋଗ ହେବାର ସମ୍ଭାବନା ରହିଥାଏ । ଆପଣ ବାହାରୁ ଘରକୁ ଆସିବା ସମୟରେ ନିଜ ଜୋତା ଚପଲକୁ ବାହାରେ ସାଇଜ କରି ରଖିବେ । ନିଜର ଜୋତା ଚପଲକୁ ଏଣେ ତେଣେ ଫୋପାଡିବା ଆପଣଙ୍କ ଜୀବନରେ ଟଙ୍କା ପଇସାର ଅଭାବ ସୃଷ୍ଟି କରିଥାଏ ।
ପଞ୍ଚମ: ଆପଣ ସବୁବେଳେ ନିଜର ରୋଷେଇ ଘର ସଫା ରଖିବା ଉଚିତ । ଏହା କରିବା ଫଳରେ ଧନରେ ଦେବୀ ମାତା ଲକ୍ଷ୍ମୀ ଏବଂ ଅନ୍ନ ଦେବୀ ଅର୍ନପୂର୍ଣା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ୱାରା ଆପଣଙ୍କ ଘରେ ସର୍ବଦା ଧନର ଆଗମନ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।