ମାତ୍ର 5 ମିନିଟରେ ଏହି ବ୍ୟକ୍ତି ନେଲେ ଟିକାର Double Dose, ଆଉ ତା ପରେ…

କରୋନାରୁ ବଞ୍ଚିବା ପାଇଁ ବର୍ତ୍ତମାନ ପୁରା ବିଶ୍ଵରେ ସମସ୍ତଙ୍କୁ ଭ୍ୟାକସିନ ଦିଆ ଯାଉଛି । ଭାରତରେ ବି ବର୍ତ୍ତମାନ ସମସ୍ତଙ୍କୁ ଭ୍ୟାକସିନ ଦିଆଯାଉଛି । କିନ୍ତୁ ଜନସଂଖ୍ୟା ବହୁଳ ଦେଶରେ ବର୍ତ୍ତମାନ ଭ୍ୟାକସିନକୁ ନେଇ ବିଭିନ୍ନ ପ୍ରକାରର ଅଭିଯୋଗ ବି ସାମ୍ନାକୁ ଆସୁଛି । ପ୍ରଥମେ ତ କେତେକ ସ୍ଥାନରେ ଭ୍ୟାକସିନ ଉପଲବ୍ଧ ନାହିଁ । ଅନ୍ୟ କେତେକ ସ୍ଥାନରେ ଭ୍ୟାକସିନ ନେବା ପରେ ଲୋକମାନଙ୍କ ଶରୀରରେ

ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଉଛି । ଯେମିତି କି କେତେକ ଲୋକମାନେ କରୋନା ଟୀକା ନେବା ପରେ ବି କରୋନାରେ ଆକ୍ରାନ୍ତ ହେଉଛନ୍ତି ତ ଅନ୍ୟ କିଛି ସମସ୍ୟା ବି ସାମ୍ନାକୁ ଆସୁଛି । କିନ୍ତୁ ଏହା ମଧ୍ୟରେ ଭ୍ୟାକସିନକୁ ନେଇ ଏକ ଖବର ସାମ୍ନାକୁ ଆସୁଛୁ ଯେଉଁଥିରେ କୁହାଯାଉଛି କି ଏଠି ଜଣେ ବ୍ୟକ୍ତିଙ୍କୁ ୫ ମିନିଟ ଭ୍ୟାକସିନର ଦୁଇଟି ଡୋଜ ଦିଆଯାଇଛି । ଏହା ପରେ ସେହି ବ୍ୟକ୍ତିର ମୁଣ୍ଡ ବୁଲାଇବା ସହ ଅନ୍ୟ କିଛି ଶାରୀରିକ ଅସୁସ୍ଥତା ଜଣା ପଡୁଛି ।

କହିଦେଉଛୁ କି ୧୯ ତାରିଖରେ ମୟୂରଭଞ୍ଜ ଖୁଣ୍ଟାପାର ସ୍ଥିତ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅସ୍ଥାୟୀ ଟୀକା କରଣ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଏହା ପରେ ସେଠି ବହୁତ ଲୋକମାନେ ଟୀକା ନେବାକୁ ଯାଇଥିଲେ । ଯେଉଁମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ବାଛୁରୀପଡା ଗାଁର ପ୍ରସନ କୁମାର ସାହୁ ମଧ୍ୟ ଥିଲେ । କିନ୍ତୁ ପ୍ରସନ କୁମାର ସାହୁଙ୍କ ସହ ଏଠି ଏକ ଅଦ୍ଭୁତ ଘଟଣା ଘଟିଲା । ସେ ସ୍ଲଟ ବୁକିଙ୍ଗ କରି ପ୍ରଥମ ଡୋଜ ନେବାକୁ ଆସିଥିଲେ ।

ଏହା ପରେ ସେ ଏହି ସ୍ଥାନକୁ ଆସିଲେ ଓ ନର୍ସ ତାଙ୍କୁ ଟୀକା ଦେଲେ । ନର୍ସ ପ୍ରସନ କୁମାର ସାହୁଙ୍କୁ ଟୀକା ଦେଇ କିଛି କାଗଜ ଆଣିବା ପାଇଁ ଚାଲିଗଲେ । କିନ୍ତୁ ଏହି ସମୟରେ ଅନ୍ୟ ଏକ ନର୍ସ ଆସି ପ୍ରସନଙ୍କୁ ଚେୟାରରେ ବସିଥିବାର ଦେଖି ଆଉ ଗୋଟିଏ ଡୋଜ ଟୀକା ଦେଇ ଦେଲେ ।

ପ୍ରସନ କୁମାର ସାହୁ ନର୍ସକୁ ମନା କରୁ କରୁ ନର୍ସ ଟୀକା ଦେଇ ସାରିଥିଲେ । କିନ୍ତୁ ଯେତେବେଳେ ସମସ୍ତଙ୍କୁ ଏହା ବିଷୟରେ ଜଣା ପଡିଲା ତେବେ ନର୍ସମାନେ ପ୍ରସନ କୁମାର ସାହୁଙ୍କୁ କିଛି ମେଡ଼ିସିନ ଦେଇ ଘରକୁ ପଠାଇ ଦେଇଥିଲେ ଓ କିଛି ଅସୁବିଧା ହେଲେ ହସ୍ପିଟାଲ ଯିବା ପାଇଁ କହିଥିଲେ ।

ଯେତେବେଳେ ପ୍ରସନ କୁମାର ସାହୁଙ୍କୁ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ପ୍ରଥମେ ପୁରା ଘଟଣା ବିଷୟରେ କହିଲେ । ଏହା ପରେ ସେ ନିଜର ସ୍ୱାସ୍ଥ୍ୟ ଅବସ୍ଥାରେ କହିଲେ କି ୧୯ ତାରିଖରେ ଟୀକା ନେବା ପରେ ସେ ବିଲକୁ ଯାଇ ନ ଥିଲେ କିନ୍ତୁ ଯେତେବେଳେ ୨୦ ତାରିଖ ଦିନ ସେ ବିଲକୁ ଗଲେ ତେବେ ତାଙ୍କର ଅଳ୍ପ ଅଳ୍ପ ମୁଣ୍ଡ ବୁଲାଇଲା ।

କିନ୍ତୁ ୨୧ ତାରିଖ ଦିନ ଯେତେବେଳେ ସେ ବିଲକୁ ଗଲେ ତେବ ଅଳ୍ପ କାମ କରିବା ପରେ ତାଙ୍କର ମୁଣ୍ଡ ବୁଲାଇବା ସହ, ଦୁର୍ବଳ ଦୁର୍ବଳ ବି ଲାଗିଲା ଓ ଝାଳ ମଧ୍ୟ ବୋହିଲା ଓ କିଛି ସମୟ ପରେ ସେ ଘରକୁ ଚାଲି ଆସିଲେ । ଅନ୍ୟ ପଟେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି କି ପ୍ରସନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖା ଯାଇଛି । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଟୀକା ଦେବା ସମୟରେ ଏହିଭଳି ଭୁଲ କେମିତି ହେଲା । ଜଣେ ମନା କରିବା ସତ୍ବେ ବି କାହିଁକି ଦିଆଗଲା ଦୁଇଟି ଡୋଜ ଟୀକା ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *