ମାତ୍ର 15 ମିନିଟରେ ଆଁଠୁଗଣ୍ଠି ବିନ୍ଧା, ଅଣ୍ଟା, ଗୋଡ ବିନ୍ଧା ଭଲ ହୋଇଯିବ, ବାସ କରନ୍ତୁ ଏହି ଘରୋଇ ଉପଚାର- Health Tips

ଅନେକ ସମୟରେ ଆଁଠୁ ବିନ୍ଧା ଭଳି ସମସ୍ଯା ଭୋଗ କରିବାକୁ ପଡିଥାଏ । ସାଧାରଣତ ବୟସ କମ ହେଲେ ଆଁଠୁ ଗଣ୍ଠି ସମସ୍ଯା ଦେଖାଯାଏ । କେବଳ ଆଁଠୁ ଗଣ୍ଠି ନୁହେଁ ବରଂ ଅଣ୍ଟା, ବେକ, କାନ୍ଧ ଅନେକ ଜାଗାରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ଆଜିକାଲି ଛୋଟ ଠାରୁ ବଡ ମାନଙ୍କ ଠାରେ ଏହି ସମସ୍ଯା ଦେଖାଯାଉଛି । ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ଆଁଠୁ ଗଣ୍ଠି ବିନ୍ଧା ସମସ୍ୟା ଦେଖାଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଆଁଠୁ ଗଣ୍ଠି ବିନ୍ଧ ସବୁ ଦିନ ପାଇଁ ଦୂର କରିବା ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାର ପ୍ରୟୋଗ କରିଲେ ଆଁଠୁ ଗଣ୍ଠି ବିନ୍ଧା ରୁ ରିହାତି ମିଳିବ ।

ଏହି ହୋମ ରେମେଡି ପ୍ରସ୍ତୁତ କରିବ ପାଇଁ ଏକ ତାଟିଆ କୁ ଏକ ପ୍ୟାନ ରେ ରଖି ଗରମ କରନ୍ତୁ । ଏହା ପରେ ସୋରିଷ ତେଲ ଏହି ତାଟିଆରେ ପକାନ୍ତୁ । ସୋରିଷ ତେଲ ଆଁଠୁ ଗଣ୍ଠି ବିନ୍ଧା ଦୂର କରିବା ପାଇଁ ବିଶେଷ ସାହାଜ୍ଯ କରିଥାଏ ଯାହା ବହୁ ପୁରାତନ କାଳ ରୁ ପ୍ରୟୋଗ ହୋଇ ଆସୁଛି । ଦସ ଚାମଚ ସୋରିଷ ତେଲ ଏହି ରେମେଡି ପାଇଁ ନିଅନ୍ତୁ ।

ଦିତୀୟ ସାମଗ୍ରୀରର ଆବଶ୍ୟକତା ରହିଛି ଡାଲଚିନି ଯାହା କଷ୍ଟ ନିବାରକ ଭାବେ କାମ କରିଥାଏ । ଡାଲଚିନି ଆଁଠୁ ଗଣ୍ଠି ବିନ୍ଧାରୁ ରିହାତି ଦେବା ଏପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏମିତି ଏକ ବଡ ଡାଲଚିନି ଖଣ୍ଡ ନେଇ ଏହାକୁ ଛୋଟ ଛୋଟ ଖଣ୍ଡ କରି ତେଲରେ ପକାନ୍ତୁ । ଏହା ପରେ ତୃତୀୟ ସାମଗ୍ରୀର ଅବଶ୍ୟକତା ରହିଛି ତାହା ହେଉଛି ରସୁଣ ଯାହା ଆମ ଆଁଠୁ ଗଣ୍ଠି ବିନ୍ଧା ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ ।

ରସୁଣ ରୁ ଭଲ ଭାବେ ଚୋପା ଛଡାଇ ଦିଅନ୍ତୁ । ଏହା ପରେ ଶେଷ ସାମଗ୍ରୀର ହେଉଛି ମେଥି ଦାନା ଯାହା ଆଁଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ । ଏଥିପାଇଁ ଅଧ ଚାମଚ ମେଥି ର ପ୍ରୟୋଗ ତେଲରେ ଆଡ କରନ୍ତୁ । ଏବେ ଆପଣ ଏହି ତେଲେକୁ ୧୦ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯଦି ଏହି ତେଲ ପୋଡିଯିବ ତେବେ ଠିକ ଭାବେ ହେବ ନାହି । ତେଣୁ ଏଥିପ୍ରତି ଧ୍ୟାନ ରଖିବେ ।

ତେଲ ଭଲ ଭାବେ ଫୁଟିବା ପରେ ଏହାକୁ ହାଲ୍କା ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଏକ ପାତ୍ରକୁ ଛାଣି ନିଅନ୍ତୁ । ଯେଉଁ ଠାରେ ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ହେଉଛି ସେଠାରେ ପ୍ରୟୋଗ କରନ୍ତୁ ଏହି ତେଲକୁ । ଦିନ ବେଳା କରିବା ଅପେକ୍ଷା ଏହାକୁ ରାତି ସମୟରେ ବ୍ୟବହାର କରିପାରିବେ ।

ଏହା ଚମତ୍କାରୀ ଘରୋଇ ଉପଚାର ଯାହା ବହୁତ ଜଲ୍ଦି ଆଁଠୁ ଗଣ୍ଠି ବିନ୍ଧା ଦୂର ହେବ । ଏହି ତେଲକୁ ୧୦ରୁ ୧୫ ମିନିଟ ଯାଏଁ ମାଲିସ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *