ମାତ୍ର 3 ଦିନରେ ଏମିତି ଛଡାନ୍ତୁ ଶିଶୁର ସ୍ତନ୍ୟପାନ ଅଭ୍ଯାସ ! Tips For Mom’s

ଆଜି ଆମେ ମାତୃତ୍ୟ ର ଏକ ପର୍ଯ୍ୟାୟ ବିଷୟରେ ଆଲୋଚନା କରିବା ଯାହା ଗୋଟେ ମା ଓ ଶିଶୁ ମଧ୍ୟରେ ଥାଏ । ସ୍ତନ୍ୟପାନ ମାତୃତ୍ଵ ର ଏକ ପର୍ଯ୍ୟାୟ ଅଟେ । ସମୟ ଅନୁସାରେ ଏକ ଏପରି ସମୟ ମଧ୍ୟ ଆସିଥାଏ ଯେତେବେଳେ ଶିଶୁ ଠାରୁ ସ୍ତନ୍ୟପାନ ଛଡେଇବା ଆବଶ୍ୟକ ହୋଇଥାଏ ।

ଏହି ପର୍ଯ୍ୟାୟ ଯେତିକି ଶିଶୁ ପାଇଁ କଷ୍ଟକର ହୋଇଥାଏ ସେତିକି ମା ପାଇଁ ମଧ୍ୟ । କାରଣ ଶିଶୁ ଜନ୍ମ ହେବା ପର ଠାରୁ ସ୍ତନ୍ୟପାନ ର ଅଭ୍ୟାସ ହୋଇଯାଇଥାଏ । ସେହି ଅଭ୍ୟାସ ଭାଙ୍ଗିବା ପାଇଁ ବହୁତ କଷ୍ଟକର ହୋଇଥାଏ ।

Image Courtesy: Google

ସ୍ତନ୍ୟପାନ ଛଡାଇବାର କାରଣ:

1) କିଛି ଦିନ ରେ ଶିଶୁ ର ସ୍ତନ୍ୟପାନ ଏକ ଅଭ୍ୟାସ ହୋଇଯାଇଥାଏ ଏବଂ ଶିଶୁ ତା ଉପରେ ନିର୍ଭର ହୋଇଯାଇଥାଏ । ଗୋଟେ ସମୟ ପରେ ଏହା ଛଡାଇବା ନିହାତି ଆବଶ୍ୟକ ହୋଇଥାଏ । ଠିକ ସମୟ ଦେଖି ଏହା ଛଡେଇ ଦେବା ଉଚିତ ।

Image Courtesy: Google

2) ଶିଶୁ ଦାନ୍ତ ଆସିବା ପରେ ମଧ୍ୟ ଯଦି ସ୍ତନ୍ୟପାନ କରୁଥାଏ ଏହା ଦାନ୍ତମାଢି ପାଇଁ ବହୁତ ଖରାପ ହୋଇଥାଏ । କାରଣ ମା କ୍ଷୀର ବହୁତ ମିଠା ହୋଇଥାଏ । ଏହା ଶିଶୁ ର ଦାନ୍ତମାଢି ପାଇଁ ହାନିକାର ହୋଇଥାଏ । ଡାକ୍ତର ଙ୍କ ଅନୁସାରେ ମଧ୍ୟ ଶିଶୁ ଙ୍କୁ 1ବର୍ଷ ପରେ ସ୍ତନ୍ୟପାନ ଛଡାଇବା ନିହାତି ଆବଶ୍ୟକ ହୁଏ ।

କିପରି ଛଡାଇବେ ସ୍ତନ୍ୟପାନ:

ଶିଶୁ କୁ 1ବର୍ଷ ହେଲା ପରେ ତାଙ୍କର ଏକ ରୁଟିନ ବନାନ୍ତୁ । ଯାହା ଦ୍ଵାରା ଶିଶୁ ର ଖାଦ୍ୟ ଖାଇବା ର ଏକ ଟାଇମ ନିର୍ଧାରିତ କରନ୍ତୁ । ଏହା ପରେ ଶିଶୁ ଙ୍କୁ ତାଙ୍କ ମନ ଚାହିଁ ଖେଳିବାକୁ ଦିଅନ୍ତୁ । କାରଣ ଛୁଆ ମାନେ ଯେତେ ଖେଳିବେ ତାଙ୍କ ପାଇଁ ଭଲ । ଏହା ଦ୍ଵାରା ସେମାନେ ମନ ଖୁସି ରୁହେ ଓ ସେମାନେ ଥକି ବି ଯାଇଥାନ୍ତି । ଏହା ଫଳ ରେ ସେମାନଙ୍କୁ ନିଦ ବି ବହୁତ ଜଲ୍ଦି ଆସିଥାଏ । ଓ ସେମାନେ ଶୋଇବାକୁ ଚାହିଁ ଥାନ୍ତି ।

Image Courtesy: Google

ଶିଶୁଙ୍କୁ ଶୁଆଇବା ପୂର୍ବରୁ ସେମାନଙ୍କୁ ଅଧ ଘଣ୍ଟା ପୂର୍ବ ରୁ ଖୁଆଇଦିଆନ୍ତୁ । ଏବଂ ଏହା ପରେ ତାଙ୍କୁ ଭଲଭାବ ରେ ମାଲିସ ଦିଅନ୍ତୁ ଯାହା ଫଳ ରେ ସେମାନେ ବହୁତ ଆରମ ଅନୁଭବ କରିବେ । ଏବଂ ତାଙ୍କୁ ନିଦ ମଧ୍ୟ ବହୁତ ଶୀଘ୍ର ଆସିଥାଏ । ଏହା ପରେ ତାଙ୍କ ପାଇଁ ଭଲ ଭଲ କାହାଣୀ ପଢନ୍ତୁ କିମ୍ବା ଗୀତ ଲଗାନ୍ତୁ(ଲୋରୀ) । ଯାହାକୁ ସେମାନେ ଶୁଣି ଶୁଣି ଶୋଇପଡିବେ । ଏହା ତାଙ୍କର ଧୀରେ ଧୀରେ କରି ଅଭ୍ୟାସ କରନ୍ତୁ ।

Image Courtesy: Google

ଏହା ପରେ ଯଦି ବି ଶିଶୁ ଶୋଇବା ପୂର୍ବରୁ ସ୍ତନ୍ୟପାନ କରିବାକୁ ଚାହେଁ ତେବେ ଆପଣ ଏକ ଉପାୟ କରିପାରିବେ । ଆପଣ ଅଲିଭ ଅଏଲ ନିଅନ୍ତୁ ଏବଂ ସେଥିରେ ଅଳ୍ପ ମାତ୍ରା ରେ ଲୁଣ ମିଶ୍ରଣ କରନ୍ତୁ । ଏହା ପରେ ସେହି ମିଶ୍ରଣ କୁ ଆପଣଙ୍କ ନିପଲ ରେ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ଶିଶୁ ସ୍ତନ୍ୟପାନ କରିବାକୁ ଇଚ୍ଛା କରିବେ ନାହିଂ । ଏହା ଦ୍ଵାରା ଶିଶୁ ଧୀରେ ଧୀରେ କରି ସ୍ତନ୍ୟପାନ ଛାଡିଦେବେ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *