କରୋନାରେ ନିଜ ଲୋକଙ୍କୁ ହରାଇଲେ ମାୟା ସିରିୟଲର ନାଗେଶ

କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ଦିନ ଠାରୁ ହିଁ ପୁଣି ଥରେ ସମସ୍ତଙ୍କର କଷ୍ଟର ଦିନ ବି ଆରମ୍ଭ ହୋଇଯାଇଛି । ଏହା ବି ଶୁଣିବାକୁ ମିଳୁଛି କି ବର୍ତ୍ତମାନ କରୋନାର ଯେଉଁ ଭାଇରସ ଦେଖା ଯାଉଛି ତାହା ପୂର୍ବ ଭାଇରସ ଠାରୁ ଅତି ଭୟଙ୍କର ଅଟେ । କରୋନାରେ ଦ୍ଵିତୀୟ ଲହରୀ ଆରମ୍ଭ ହେବା ଦିନ ଠାରୁ

ଦେଶରେ ବହୁତ ଲୋକମାନଙ୍କ ଜୀବନ ମଧ୍ୟ ଯାଉଛି । କାରଣ ଏହି ଭାଇରସ ବହୁତ ଜଲ୍ଦି ଫୁସଫୁସକୁ ସଂକ୍ରମଣ କରୁଛି । ଯେଉଁ କାରଣରୁ ରୋଗୀକୁ ନିଶ୍ଵାସ ନେବାରେ ଅସୁବିଧା ହେଉଛି । ଅଚାନକ ରୋଗୀର ମୃତ୍ୟୁ ବି ହୋଇଯାଉଛି । କରୋନା କାରଣରୁ ଯିଏ ନିଜର ସମ୍ପର୍କୀୟକୁ ହରାଇଛି ସେ ହିଁ ଜାଣିଛି କି ଅସଲ ଦୁଃଖ କଣ ଅଟେ ।

କହିଦେଉଛୁ କି ମାୟା ସିରିଏଲର ଅଭିନୟ କରୁଥିବା ଅଭିନେତା ନାଗେଶ ନିଜର ଜଣେ ବନ୍ଧୁଙ୍କୁ କରୋନାର ମୃତ୍ୟୁ ହୋଇଯାଇଛି । ନିଜର ବନ୍ଧୁର ମୃତ୍ୟୁ ପରେ ସେ ବହୁତ ଭାଙ୍ଗି ଯାଇଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ସେ ଏକ ଭିଡିଓ କରି ସମସ୍ତଙ୍କୁ ନିଜର ଦୁଃଖ ଓ କରୋନା କେତେ ଭୟଙ୍କର ଅଟେ ବୋଲି କହୁଛନ୍ତି । ଏହି ଭିଡିଓରେ ସେ ଲଗାତର କାନ୍ଦୁ ଥିବାର ବି ନଜର ଆସୁଛନ୍ତି । ସେ ଭିଡିଓରେ ମାୟା ସିରିଏଲର ଆସିଷ୍ଟାଣ୍ଟ ଡାଏରେକ୍ଟର ଅଭିଷେକଙ୍କ କରୋନା କାରଣରୁ ମୃତ୍ୟୁ ହୋଇଯାଥିବାର ସୂଚନା ଦେଉଛନ୍ତି ।

ସେ ସମସ୍ତଙ୍କୁ କରୋନା ଜଣଙ୍କ ପାଇଁ କେତେକ ଭୟଙ୍କର ହୋଇପାରେ ଓ ଅଚାନକ କରୋନାର ମୃତ୍ୟୁ ପରେ ତାହାର ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଉପରେ କଣ ବିତିଥାଏ ସେହି ବିଷୟରେ ବି କହୁଛନ୍ତି । ସେ କରୋନାରୁ ବଞ୍ଚିବା ପାଇଁ ଘରେ ରହିବା ପାଇଁ ଓ କୋବିଡ ନିୟମ ମାନିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଥିବାର ବି ଭିଡିଓରେ ନଜର ଆସୁଛନ୍ତି । ଭିଡିଓରେ ନାଗେଶ ଅଭିଷେକଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରୁଥିବାର ବି ନଜର ଆସୁଛନ୍ତି । ନାଗେଶ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି ।

କହିଦେଉଛୁ କି ତରଙ୍ଗ ଟିଭି ସିରିଏଲରେ ପ୍ରସାରିତ ହେଉଥିବା ମାୟା ସିରିଏଲରେ ମୁଖ୍ୟ ଅଭିନେତା ରୂପରେ ନାଗେଶ ନଜର ଆସନ୍ତି । ନାଗେଶଙ୍କ ପ୍ରକୃତ ନାଁ ହେଉଛି ମାନସ । ସେ ବାରିପଦାର ମୂଳ ବାସିନ୍ଦା ଅଟନ୍ତି । କିନ୍ତୁ ଅଭିନୟ କାରଣରୁ ସେ ଭୁବନେଶ୍ଵରରେ ରହୁଛନ୍ତି । ଭୁବନେଶ୍ଵରର ଏକ ଆପାର୍ଟମେଣ୍ଟରେ ସେ ଭଡାରେ ରହୁଛନ୍ତି । ଯଦି ନାଗେଶଙ୍କ କ୍ୟାରିୟର ବିଷୟରେ କହିବୁ ତେବେ ସେ ଗ୍ରାଜୁଏସନ ପରେ ଚାକିରି କରିବା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ ।

ନାଗେଶଙ୍କ ପରିବାରରେ ୫ ଜଣ ଭାଇ ଭଉଣୀ ଅଛନ୍ତି ଓ ନାଗେଶ ସମସ୍ତଙ୍କ ଠାରୁ ଛୋଟ ଓ ଗେଲ୍ହା ଅଟନ୍ତି । ନାଗେଶ ଦିଲ୍ଲୀରେ ରହି ବି ଅଭିନୟ ପାଇଁ ବହୁତ ଅଡିସନ ଦେଇଥିଲେ । କିନ୍ତୁ ବାରମ୍ବାର ରିଜେକସନ ହେବା ପରେ ସେ ଓଡିଶାକୁ ଚାଲି ଆସିଥିଲେ । ଏହା ପରେ ଓଡିଆ ସିରିଏଲରେ ଅଡିସନ ଦେଇ ମାୟା ସିରିଏଲର ମୁଖ୍ୟ ଅଭିନେତା ହୋଇଗଲେ । ଏହା ସହିତ ସେ କେତେକ ସିରିଏଲରେ ବି କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *