ମି ପୁଚ୍ ପୁଚ୍ ଏବେ ଏକା ନୁହେଁ, ଆମେ ପୁଅ ଶ୍ଵଶୁର ଶାଶୁ ମିସିକି Video କରିବୁ… ଦେଖନ୍ତୁ କଣ କହିଲେ Mee Puch Puchଙ୍କ ଶଶୁର

ବନ୍ଧୁଗଣ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ମୀ ପୁଚ ପୁଚ ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେ ନିଜର ଜବରଦସ୍ତ କମେଡି ଦ୍ଵାରା ଲୋକଙ୍କୁ ହସାଇ ହସାଇ ଗଡାଇଥାନ୍ତି ଆଉ ଦର୍ଶକ ମାନେ ମଧ୍ୟ ତାଙ୍କର କମେଡିକୁ ବେଶ ପସନ୍ଦ କରିଥାନ୍ତି ।  ଲୋକମାନେ ତାଙ୍କୁ ଖୁବ ସାରା ଭଲ ପାଇବା ଦେଇଛନ୍ତି । ତାଙ୍କର ରିୟଲ ନେମ ହେଉଛି ଇତିକା ପ୍ରିୟଦର୍ଶିନୀ ପତି ।

ସେ ବହୁତ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପଣ ମାନେ ନିଶ୍ଚୟ ଜାଣିଥିବେ । ନିକଟରେ ତାଙ୍କର ନିର୍ବନ୍ଧ ମଧ୍ୟ ସରି ଯାଇଛି । ଓଲିଉଡର ଜଣାଶୁଣା କମେଡିଆନ ଅରବିନ୍ଦ ଷଡଙ୍ଗୀଙ୍କ ପୁଅକୁ ସେ ବିବାହ କରିବାକୁ ଯାଉଛନ୍ତି । ଏ ନେଇ ଅରବିନ୍ଦ ଷଡଙ୍ଗୀ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ମି ପୁଚ ପୁଚଙ୍କ ତାଙ୍କ ପୁଅର ବିବାହ କୁ ନେଇ ନିଜର ଖୁସି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି “ଆଗକୁ ମୀ ପୁଚ ପୁଚ ଙ୍କ ସହ କମେଡି ଭିଡିଓ ରେ ମୋତେ ବି ଦେଖିବେ, ମୋ ପୁଅକୁ ବି ଦେଖିବେ ଆଉ ମୋ ମିସେସ ଙ୍କୁ ଦେଖିବେ । ମୁଁ ତା ଠାରୁ ତାର କଳା କୁ ଛଡାଇବାକୁ ଚାହୁଁ ନାହି । କିପରି ମୀ ପୁଚ ଙ୍କୁ ସେ ନିଜ ବୋହୁ ବାଛିଲେ ଏ ନେଇ ସେ କହିଛନ୍ତି କି ସେ ଦିନେ ମୋ ଘରକୁ ମୋ ଇଣ୍ଟରଭ୍ୟୁ ନେବାକୁ ଆସିଥିଲା । ଇଣ୍ଟରଭ୍ୟୁ ନେବା ପରେ ସେ ମିସେସ ଙ୍କ ସହ ମିଶିଗଲା ।

କିଛି ସମୟ ପରେ ଡ୍ରେସ ଚେଞ୍ଜ କରିବା ପାଇଁ ଦୁହେଁ ଭିତରକୁ ଗଲେ । ଘର ଭିତରେ ମେକପ ହେବା ବେଳେ ମୋ ମିସେସ ଙ୍କ ସହ ତାର ଆଲୋଚନା ହେଲା । ମୋ ମିସେସ ପଚାରିଲେ କି ଝିଅ ତୁମେ କଣ କରୁଛ ? ସେ କହିଥିଲା କି ମୁଁ ଲେକ୍ଚର ଅଛି, ପିଏଚଡ଼ି କରିବାକୁ ଚେଷ୍ଟା କରୁଛି । ଏତେ ସବୁ କଥା ହେବା ପରେ ତାର ବ୍ୟବହାର, କଥା, ୱୟ ଅଫ ଟକିଙ୍ଗ ମୋ ମିସେସ କୁ ବହୁତ ଭଲ ଲାଗିଥିଲା ।

ସେ ଇଣ୍ଟରଭ୍ୟୁ ନେଇ ପଳେଇଲା ପରେ ମୋ ମିସେସ କହିଲେ କି ତା ସହିତ ଆମ ପୁଅର ବାହାଘର କଲେ କେମିତି ହେବ ? ମୁଁ ପ୍ରଥମେ ରାଜି ନ ଥିଲି କାରଣ କିଛି ନ ଜାଣି ନ ବୁଝି ତା ବିଷୟରେ ବାହାଘର କଥା କାହିଁକି କହୁଛୁ ବୋଲି କହି ରାଗିଲି । କାଳେ ସେ କେଉଁଠି ଭଲ ପାଉଥିବ ? ମିସେସ କହିଲେ କି ମୁଁ ସେଇଟା ବି ବୁଝି ଦେଇଛି । ମାନେ ସେ ଅଳ୍ପ ସମୟ ଭିତରେ ସେ ସବୁ ବୁଝି ସାରିଛି ।

ଆଗକୁ ସେ କହିଛନ୍ତି କି ଭଗବାନ ଦୟାରୁ ମୁଁ ଗୋଟିଏ ସୁନା ବୋହୁ ଟେ ପାଇବି । ମୁଁ ଜାଣିଛି ସେ ଆସିଲା ପରେ ନିଶ୍ଚୟ ଭଲ ହେବ । ସେ ବହୁତ ଭଲ ପୋଜିସନରେ ରହିଛି ଆଉ ତାର ସୁନ୍ଦର ବ୍ୟବହାର ଆମକୁ ଇମ୍ପରେଶ କରିଦେଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *