ଲୋକପ୍ରିୟ ଅଭିନେତା Mihir Das ଗୁରୁତ୍ଵର ଅବସ୍ଥାରେ ICUରେ ଭର୍ତ୍ତି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ଓ ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲମରେ ଅଭିନୟ କରି ନିଜର ଦମଦାର ପର୍ଫୋମାଂସ ଦେଇଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । କିନ୍ତୁ ବର୍ତ୍ତମାନର ବଡ ଖବର ହେଉଛି ଅଭିନେତା ମିହିର ଦାସ ଅସୁସ୍ଥ ଅଛନ୍ତି ।

ସୂଚନା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରା ଯାଇଛି । ଆଜି ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇ ଚିକିତ୍ସା କରାଯାଉ ଥିବାର ସୂଚନା ମିଳିଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଟିମ ପୁରା କଡା ନଜର ରଖିଛନ୍ତି । ପୂର୍ବରୁ ତାଙ୍କର କିଡନି ଜନିତ ସମସ୍ଯା ରହିଥିଲା । କିନ୍ତୁ ଗତ ଦୁଇ ତିନି ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା ।

ସେଥିପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ଅଶ୍ଵିନୀ ହସପିଟାଲ ରେ ଆଡମିସନ କରିଛନ୍ତି । ଅଭିନେତା ମିହିର ଦାସ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଏକ ଜଣାଶୁଣା ଓ ପ୍ରଖ୍ୟାତ ବ୍ୟକ୍ତି ଭାବେ ପରିଚିତ ଅଟନ୍ତି । ତାଙ୍କର ଲମ୍ବା କ୍ଯାରିୟର ଭିତରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ସୁପର ହିଟ ଫିଲ୍ମ ଉପହାର ସ୍ୱରୂପ ଭେଟି ଦେଇଛନ୍ତି ।

ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ପୁରା ଓଡିଶା ବାସୀଙ୍କ ହୃଦୟ ରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା କରାଯାଇ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖା ଯାଉଛି । ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା କଥା ଶୁଣିବା ପରେ ତାଙ୍କର ଫ୍ୟାନ୍ସ ମାନେ ଦୁଖ ପ୍ରକାଶ କରିଛନ୍ତି ।

ଏହା ସହ ତାଙ୍କ ପରିବାର ଲୋକେ ମଧ୍ୟ ଚିନ୍ତା ରେ ପଡି ଯାଇଛନ୍ତି । ଓଡିଆ ଜଗତରେ ସେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି ଯାହା ପାଇଁ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ମାନେ ଅଛନ୍ତି । ଆଶା କରୁଛୁ ଅଭିନେତା ମିହିର ଦାସ ବହୁତ ଜଲ୍ଦି ସୁସ୍ଥ ହୋଇ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରି କୁ ଫେରି ଆସିବେ । ସେ ପୁଣି ଥରେ ଓଡିଆ ଜଗତରେ ନିଜର ଅଭିନୟ ଜାରି ରଖିବେ ବୋଲି ଆମର କାମନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ମିହିର ଦାସଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *