Mihir Das ଙ୍କୁ ମନେ ପକେଇ କାନ୍ଦି ପକେଇଲେ Rachna Banerjee, ରାତି ଅଧରେ LIVE ଆସି କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜଣାଇଥିବେ ଓଡିଆ ଇଣ୍ଡଷ୍ଟ୍ରି ର ଦିଗ୍ଗଜ ତଥା ଜଣାଶୁଣା ଅଭିନେତା ମିହିର ଦାସଙ୍କର ପରଲୋକ ଘଟିଛି । ତାଙ୍କର ନିଧନ ରେ ପୁରା ପରିବାର ଭାଙ୍ଗି ପଡିବା ସହ ଓଡିଆ ଜଗତରେ ଶୋକର ଛାୟା ଖେଳି ଯାଇଛି । ତେବେ ତାଙ୍କର ପରଲୋକରେ ଓଡିଆ କଳାକାର ମାନେ ଦୁଖ ପ୍ରକାଶ କରିବା ସହ ତାଙ୍କ ଭଳି ମଣିଷ ଆଉ ଏ ଦୁନିଆରେ ଜନ୍ମ ନେଇ ପାରିବେ ନାହି ବୋଲି କହିଛନ୍ତି ।

ତେବେ ମିହିର ଦାସଙ୍କ ମୃତ୍ୟୁ ଖବର ଶୁଣିବା ପରେ ବଙ୍ଗାଳୀ ନାୟିକା ରଚନା ବାନାର୍ଜୀ ଲାଇଭ ଆସି ଏମିତି କିଛି କହିଛନ୍ତି । ରଚନା କହିଛନ୍ତି ଯେ ସେ ବର୍ତ୍ତମାନ ଓଡିଶାରେ ଆଉ ରହୁ ନାହାନ୍ତି । ଅନେକ ବର୍ଷ ପୂର୍ବରୁ ତାଙ୍କର ମିହିର ଭାଇ ଙ୍କ ସହ ଦେଖା ହୋଇଥିଲା । ଗତ ଗୋଟିଏ ବା ଦୁଇ ବର୍ଷ ହେବ ସେ ଓଡିଶା ଆସି ନାହାନ୍ତି କି ତାଙ୍କର ମିହିର ଭାଇ ଙ୍କ ସହ ଭେଟ ହୋଇ ନାହି ।

ସେ ମିହିର ଭାଇ ଙ୍କ ସହ ଅନେକ ଓଡିଆ ଫିଲ୍ମ ରେ କାମ କରିଛନ୍ତି ଯାହା ପାଇଁ ସେ ନିଜକୁ ଗର୍ବିତ ମନେ କରୁଛନ୍ତି । ଆଉ ଆଜି ମିହିର ଭାଇ ଆମ ଗହଣରେ ନାହାନ୍ତି ସେଥିପାଇଁ ସେ ଦୁଖ ପ୍ରକାଶ କରିଛନ୍ତି । ଓଡିଶାର ସବୁ ଓଡିଆ କଳାକାର ମାନଙ୍କ ପାଇଁ ତାଙ୍କ ମନରେ ସମ୍ମାନ ରହିଛି ବୋଲି ଅଭିନେତ୍ରୀ ରଚନା କହିଛନ୍ତି । ସେ ସବୁ ଓଡିଆ କଳାକାର ମାନଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି ବୋଲି କହିଛନ୍ତି ।

ଆହୁରି ମଧ୍ୟ ରଚନା କହିଛନ୍ତି ଯେ ଜୀବନରେ ସମସ୍ତଙ୍କୁ ଆଗକୁ ବଢିବା ଉଚିତ । କାରଣ ଯିଏ ଏ ଦୁନିଆକୁ ଆସିଛି ସେ ନିଶ୍ଚିନ୍ତ ଦୁନିଆରୁ ବିଦାୟ ନେବେ । ତାଙ୍କ ବାପା ତାଙ୍କୁ ଛାଡି ଚାଲି ଅଯାଇଛନ୍ତି ଏବେ ମିହିର ଭାଇ ଚାଲିଗଲେ । ଦିନେ ସେ ମଧ୍ୟ ଦୁନିଆରୁ ବିଦାୟ ନେବେ ବୋଲି କହିଛନ୍ତି । ଜୀବନ ହେଉଛି ଏମିତି ତେଣୁ ଆମକୁ ଖୁସିରେ ରହିବା ସହ କାମ କରିବାକୁ ହେବେ ।

ଏହି ଭଳି ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ ଲାଇଭ ଆସି । ଏହା ସହ ସେ ମିହିର ଭାଇଙ୍କୁ ମନେ ପକାଇ କାନ୍ଦିବାର ମଧ୍ୟ ନଜର ଆସିଛନ୍ତି । କାରଣ ସେ ମିହିର ଭାଇଙ୍କୁ ବହୁତ ସମ୍ମାନ କରନ୍ତି । ତାଙ୍କ ଭଳି ମଣିଷ ଆଉ ମିଳିବେ ନାହି ବୋଲି ରଚାନ ମତ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ପ୍ରତିକ୍ରିୟା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *