Abhishekଙ୍କ ନାଁରେ ଘୁରି ବୁଲୁଛି ମିଥ୍ୟା ଖବର, କାନ୍ଦି କାନ୍ଦି ପତ୍ନୀ ମୌସୁମୀ Video କରି କହିଲେ ଏମିତି…

ଅଭିଷେକ ମହାପାତ୍ର ଓ ତାଙ୍କର ପତ୍ନୀ ମୌସୁମୀଙ୍କ ବିଷୟରେ ପ୍ରତି ମୁହୂର୍ତରେ କୌଣସି ନା କୌଣସି ସୂଚନା ସାମ୍ନାକୁ ଆସୁଛି । କିନ୍ତୁ ଏହା ମଧ୍ୟରେ ଏକ ମିଥ୍ୟା ଖବର ପ୍ରଚାର ହେବାରେ ଲାଗିଛି ଯାହା ଉପରେ ବିଶ୍ଵାସ ନ କରିବା ପାଇଁ ଅଭିଷେକଙ୍କ ପତ୍ନୀ ମୌସୁମୀ ସମସ୍ତଙ୍କୁ ଅନୁରୋଧ କରୁଥିବାର ନଜର ଆସିଛନ୍ତି ।

କହିଦେଉଛୁ କି ବାଲେଶ୍ଵରର ଜଣେ ଯୁବକ ଯାହାଙ୍କ ଅଭିଷେକ ମହାପାତ୍ର, ତାଙ୍କର କିଛି ଦିନ ତଳେ ହିଁ ବାହାଘର ହୋଇଥିଲା । ବାହାଘର ଲକଡାଉନ ମଧ୍ୟରେ ହୋଇଥିବାରୁ ବିଶେଷ କିଛି ଆୟୋଜନ ମଧ୍ୟ ହୋଇ ନ ଥିଲା । କିନ୍ତୁ ବହୁତ ଧୁମଧାମରେ ଓ ହସ ଉଲ୍ଲାସରେ ଅଭିଷେକଙ୍କ ବିବାହ ମୌସୁମୀଙ୍କ ସହ ସମ୍ପନ୍ନ ହୋଇଥିଲା । କିନ୍ତୁ ଭାଗ୍ୟର ଲିଖନ କିଏ କରିବ ଆନ । ଅର୍ଥାତ ଭାଗ୍ୟରେ ଯାହା ଲେଖା ହୋଇଛି ତାହା ହିଁ ଘଟିବ ।

ଭାଗ୍ୟର ଖେଳ ଦେଖନ୍ତୁ ବାହାଘରର ମାତ୍ର ୮ ଦିନ ପରେ ଅଭିଷେକ କରୋନାରେ ଶିକାର ହେଲେ । ଏହା ପରେ ଅଭିଷେକଙ୍କୁ ତାଙ୍କର ପତ୍ନୀ ଓ ଘର ଲୋକମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଯେଉଁଠି ଡାକ୍ତର କହିଲେ କି ଫୁସଫୁସରେ ସଂକ୍ରମଣ ଅଧିକ ବଢି ଯାଇ ଥିବାରୁ ତାଙ୍କର କଲିକତାରେ ଚିକିତ୍ସା କରିବା ନିହାତି ଆବଶ୍ୟକ ଓ ଏଥିପାଇଁ ୧.୫ କୋଟି ଟଙ୍କାରୁ ବି ଉର୍ଦ୍ଧ ଟଙ୍କା ଦରକାର ।

ଏହା ପରେ ପତ୍ନୀ ମୌସୁମୀ ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ତାଙ୍କ ସ୍ଵାମୀଙ୍କର ଚିକିତ୍ସା ନିମନ୍ତେ ଆର୍ଥିକ ରୂପରେ କିଛି ଟଙ୍କା ସାହାର୍ଯ୍ୟ କରିବା ପାଇଁ ହାତ ଯୋଡି ଅନୁରୋଧ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ କେତେକ ବଡ ବଡ ନ୍ୟୁଜ ଚ୍ୟାନେଲ ତାଙ୍କ ବିଷୟରେ ନ୍ୟୁଜରେ କହିଲେ । ବହୁତ ଲୋକମାନେ ବର୍ତ୍ତମାନ ତାଙ୍କୁ ଧୀରେ ଧୀରେ ସାହାର୍ଯ୍ୟ ମଧ୍ୟ କରୁଛନ୍ତି ।

କିନ୍ତୁ ଆଜି ସକାଳୁ ଏକ ମିଥ୍ୟା ଖବର ପ୍ରଚାର ହେଉଛି । ଯେଉଁଥିରେ କୁହାଯାଉଛି କି ଅଭିଷେକଙ୍କ ଚିକିତ୍ସା ପାଇଁ ଯେଉଁ ଟଙ୍କା ଦରକାର ତାହା ପୂରଣ ହୋଇଯାଇଛି । ଏହି ନ୍ୟୁଜ ଭାଇରାଲ ହେବା ପରେ ଅଭିଷେକଙ୍କ ପତ୍ନୀ ଏକ ନ୍ୟୁଜ ଚ୍ୟାନେଲ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରି କହୁଛନ୍ତି କି ଦୟାକରି ଆପଣ ଏହି ମିଥ୍ୟା ଖବର ଉପରେ ବିଶ୍ଵାସ କରନ୍ତୁ ନାହିଁ ।

ସେ ଆଗକୁ କହିଲେ କି ଆପଣ ସମସ୍ତେ କେମିତି ଜାଣିଲେ କି ମୋର ଟାର୍ଗେଟ ପୁରା ହୋଇଯାଇଛି । କାରଣ କାଲି ଠାରୁ ହିଁ ମୋର ସ୍ଵାମୀଙ୍କ ECMO ଚିକିତ୍ସା ଆରମ୍ଭ ହୋଇଛି ଓ ଏମିତିରେ କେତେ ଟଙ୍କା ଦରକାର ଓ କେତେକ ଦିନ ECMO ଚିକିତ୍ସା ଚାଲିବା ଏହା ବିଷୟରେ କେହି ବି ଜାଣି ନାହାନ୍ତି ।

ଦୟାକରି ଅନୁରୋଧ କରୁଛୁ କି ଏହିଭଳି ମିଥ୍ୟା ଖବର ଉପରେ ବିଶ୍ଵାସ କରନ୍ତୁ ନାହିଁ । କହିଦେଉଛୁ କି ECMO ଚିକିତ୍ସା କେତେ ଦିନ ଚାଲି ପାରେ ଏହା ବିଷୟରେ କହିବା ଅସମ୍ଭବ ଅଟେ । ସେ ଆଗକୁ କହିଲେ କି ଦୟାକରି ଏହିଭଳି ମିଥ୍ୟା ଖବର ଉପରେ ବିଶ୍ଵାସ କରନ୍ତୁ ନାହିଁ ଓ ଆହୁରି ଟଙ୍କା ଦରକାର ସେଥିପାଇଁ ଯଥା ଶୀଘ୍ର ଆପଣ ମୋତେ ସାହାର୍ଯ୍ୟ କରନ୍ତୁ ।

ଆପମେ ଆପଣଙ୍କୁ କହି ରଖୁଚୁ କି ବର୍ତ୍ତମାନ ସମୟରେ ମଧ୍ୟ ଅଭିଷେକ ଙ୍କୁ ଆପଣଙ୍କ ସହାୟତା ଏକ ନୂତନ ଜୀବନ ଦାନ ଦେଇପାରେ । ଦୟାକରି ଏପରି ଅପପ୍ରଚାରରୁ ଦୂରେଇ ରୁହନ୍ତୁ ଓ ତାଙ୍କୁ ସହାୟତାର ହାତ ବଢାନ୍ତୁ ଓ ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯେପରି ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *