ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ମିହିର ଦାସଙ୍କର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ପରେ ପରିବାର ବର୍ଗ ଦୁଖରେ ଭାଙ୍ଗି ପଡିବା ସହ ପୁରା ଓଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ତେବେ ମିହିର ଭାଇ ଙ୍କ ଦଶାହ ଓ ଏକାଦଶ ଦିବସ ଶେଷ ହୋଇଛି । ଆଜି ବି ଦର୍ଶକ ମାନେ ତାଙ୍କୁ ଝୁରି ହେଉଛନ୍ତି ।

ତାଙ୍କର ଦଶହା ଦିବସରେ ଅଭିନେତା ଶ୍ରୀତମ ଦାସ ଓ ସିଦ୍ଧାର୍ଥ ମହାପାତ୍ରଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡିଆ କଳାକାର ମାନେ ଯୋଗ ଦେଇ ମିହିର ଭାଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ତେବେ ତାଙ୍କର ଏକାଦଶ ଦିବସରେ ମିହିର ଭାଇଙ୍କ ପୁଅ ଅମ୍ଳାନ ଏମିତି କିଛି କଥା କହିଛନ୍ତି ଯାହା ସମତାଙ୍କୁ ମନକୁ ଛୁଇଁ ଯାଇଛି ।
ଅଭିନେତା ଅମ୍ଳାନ କହିଛନ୍ତି ଯେ ମିହିର ଦାସ କେବଳ ତାଙ୍କର ବାପା ନ ଥିଲେ ବରଂ ଜଣେ ଶିକ୍ଷକ ଥିଲେ । ତାଙ୍କ ଠାରୁ ସେ ଅନେକ ପ୍ରେରଣା ପାଇଛନ୍ତି । ଅମ୍ଳାନ କହିଛନ୍ତି ସେ ତାଙ୍କ ବାପାଙ୍କୁ ହରାଇବା ସହ ଜଣେ ବହୁତ ବଡ ଶିକ୍ଷକକୁ ହରାଇଛନ୍ତି । ମିହିର ଦାସଙ୍କ ଦ୍ଵାରା ଯେଉଁ ସବୁ ଶିକ୍ଷା ସେ ପାଇଥିଲେ ତାହା ଆଗକୁ ନେବେ ବୋଲି ଅମ୍ଳାନ କହିଛନ୍ତି ।

ସେ ଯାହା କରିଛନ୍ତି ତାକୁ ଆଗକୁ ନେଇକି ଯିବି ବୋଲି ଅମ୍ଳାନ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବାପାଙ୍କର ଶିକ୍ଷା ଗୁଡିକ ଆଗକୁ ନେବା ସହ ଦର୍ଶକ ମାନଙ୍କର ତାଙ୍କ ପ୍ରତି ଥିବା ଆଶା ଓ ଭଲ ପାଇବାକୁ ସେମିତି ବଜାୟ ରଖିବା ପାଇଁ ଚେଷ୍ଟା କରିବେ ।
ଅମ୍ଳାନ ଏମିତି ବି କହିଛନ୍ତି ଯେ ତାଙ୍କ ବାପା ଜଣେ ସ୍ତର୍ଙ୍ଗ ଫାଇଟର ଥିଲେ । ଜୀବନରେ ସେ ଅନେକ ସଂର୍ଷ କରି ନିଜର ନାଁ କମାଇ ପାରିଥିଲେ । ସେ ମଧ୍ୟ ନିଜ ବାପାଙ୍କ ଭଳି ନାଁ କମାଇବାକୁ ଚେଷ୍ଟା କରିବେ । ସେ ତାଙ୍କ ବାପାଙ୍କର ସ୍ମୂରତିକୁ ନେଇ ଜୀବନରେ ଆଗକୁ ବଢିବେ ବୋଲି ଦୁଖ ପ୍ରକାଶ କରି କହିଛନ୍ତି । ତେବେ ଅମ୍ଳନାଙ୍କର ଏଭଳି ପ୍ରତିକ୍ରିୟା ନିଜ ବାପାଙ୍କ ପ୍ରତି କେତେ ଭଲ ପାଇବା ଓ ସମାନ ରହିଛି ତାହା ସ୍ପଷ୍ଟ ହେଉଛି ।
ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ଅମ୍ଳାନଙ୍କର ନିଜ ବାପାଙ୍କ ବିଷୟରେ ଯେଉଁ ସବୁ କଥା କହିଛନ୍ତି ତାହାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
