ରାସ୍ତା ଉପରେ ଦଦଗିରି, Ministerଙ୍କ ପୁତୁରା ରାସ୍ତାରେ ଦେଖାଇଲେ ଏଭଳି ଦାଦାଗିରି, Video ହେଉଛି ଭାଇରାଲ

ବନ୍ଧୁଗଣ ପୁଣି ଥରେ ମନ୍ତ୍ରୀ ପ୍ରତାପ ସ୍ଵାଇଁ ଙ୍କ ପୁତୁରା ଭିକି ଓରଫ ଅମରେନ୍ଦ୍ର ସ୍ଵାଇଁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାସ୍ତା ଉପରେ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ସହ ଦୁର୍ଘଟଣା ହେବାରୁ ବିରକ୍ତ ହୋଇ ଅଶାଳୀନ ବ୍ୟବହାର କରିଛନ୍ତି ମନ୍ତ୍ରୀଙ୍କ ପୂତରା ଭିକି । ରାସ୍ତା ମଝିରେ ଗାଳି ଗୁଲଜ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିକି କହିଛନ୍ତି ଗାଡି ସହ ମ୍ଯାଡମଙ୍କୁ ରଖିଦେବେ । ଘଟଣା ସ୍ଥଳରେ ସାଧାରଣ ଲୋକ ରୁଣ୍ଡ ହୋଇଥିଲେ ବି କେହି ଏହାର ରତିବାଦ କରି ନ ଥିଲେ ।

ରାସ୍ତା ଉପରେ ଅଧ ଘଣ୍ଟା ଉପରେ ଉତପାତ ମଚାଇଥିଲେ ଭିକି । ଏହି ଘଟଣା ତ୍ରିଶୂଳିଆ ଛକ ନିକଟରେ ଦେଖିବାକୁ ମିଳିଥିବା ବେଳେ କେଉଁ ଦିନ ଘଟିଛି ତାହା ଜଣାପଡି ନାହି । ପ୍ରତାପନଗରୀ ଟଏଟା ସୋ ରୁମ ନିକଟରେ ଦୁଇ ବସ କୁ ଅଟାକାଇବା ଅଭିଯୋଗରେ ଜେଲରେ ଅଛନ୍ତି ଅମରେନ୍ଦ୍ର ସ୍ଵାଇଁ । ଭାଇରାଲ ଭିଡିଓ ରେ ମନ୍ତ୍ରୀଙ୍କ ପୁତୁରା କେଉଁ ଭଳି ବ୍ୟବହାର ରହିଛି ପବ୍ଲିକ ଙ୍କ ପାଇଁ ତାହା ସ୍ପଷ୍ଟ ହେଉଛି । ସେ ଜଣେ ମହିଳାଙ୍କ ସହ ଏପରି ବ୍ୟବହାର କରୁଛନ୍ତି ଆଉ ତା ପରେ ଭିକିଙ୍କୁ ମହିଳା ହାତ ଯୋଡି ଭୁଲ ମାଗୁଛନ୍ତି ।

ତା ପରେ ବି ଭିକି କହୁଛନ୍ତି ତମେ ମୋତେ ଜାଣି ନାହଁ ମୁଁ ତୁମକୁ ଟେକି ନେବି । ଏଭଳି ଅଶ୍ଳୀଳ ଭାଷାର ବ୍ୟବହାର କରିଛନ୍ତି ଭିକି । ପଲିଟିକାଲ ପାର୍ଟିର ସୁଯୋଗ ନେଇ ସାଙ୍ଗ ମାନଙ୍କ ସହ ରାସ୍ତା ଉପରେ ଏପରି ଉତ୍ପାତ ମଚାଇଛନ୍ତି ଭିକି । ଏମିତିକି ପ୍ରତାପନଗରୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଭିକି । ଏନେଇ ଥାନର ଦ୍ଵାରସ୍ଥ ହେବା ପରେ ଉକ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ର ବସ ମାଲିକ ପାଖରେ କାମ କରୁଥିବାର ଜଣାପଡିଛି ।

ତେବେ ଏ ଉତ୍ପାତ କରିବା ସମୟରେ ପୋଲିସ ଗିରଫ କରିଛି ଯାହା ସୂଚନା ରହିଛି । ପାଖାପାଖି ୧୪ଟି ସଙ୍ଗିନ ମାମଲାର ଅଭିଯୁକ୍ତ ହେଉଛନ୍ତି ଅମରେନ୍ଦ୍ର ସ୍ଵାଇଁ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ହେବ ଉତ୍ପାତ ଚାଲିଥିଲେ ଭିକି ଯାହା ପାଇଁ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଭିଯୁକ୍ତ ଙ୍କୁ  ପୋଲିସ ନିଜ ହେପାଜତରେ ଆଣି ପଚରାଉଚରା କରିବ । ଏମିତି ରାସ୍ତା ପରେ ଗାଳି ଗୁଲଜ କରିବା ବା ଲୋକଙ୍କୁ ମାଡ ମାରିବା ପରେ ବି ଲୋକେ ମନ୍ତ୍ରୀଙ୍କ ପୁତୁରା ଜାଣି କେହି ପ୍ରତିବାଦ କରି ନାହାନ୍ତି ।

ତେବେ କୌଣସି ମହିଳା ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଲେ ନିଶ୍ଚୟ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ଏହି ସବୁ ଭିଜୁଆଲ ଭାଇରାଲ ହେବ ପରେ ମନ୍ତ୍ରୀ ଙ୍କ ପୁତୁରା ଙ୍କ କାରଣାମ ସାମନା କୁ ଆସିଛି । ଆଉ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ସୃଷ୍ଟି କରୁଥିଲେ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *