“ମିଶ୍ରେ ! ଭଲ ଜ୍ୱାଇଁ ଦେଖି ତମ ଝିଅର ବାହାଘର କରିଦିଅ…” ଦେଖନ୍ତୁ ପୁଣି Prakruti ଓ Babushanଙ୍କୁ ନେଇ କଣ କହୁଛନ୍ତି Sura Routray

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ଶନିବାର ଦିନ ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କର ବଡ ଖୁଲାସା କରିଥିଲେ ସ୍ତ୍ରୀ ତୃପ୍ତି ଶତପଥି ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ସାରା ଓଡିଶାରେ ଏବେ ଚର୍ଚ୍ଚା ଜୋର ଧରିଛି । ଯୁଆଡେ ଯିବ ବାଟରେ ଘାଟରେ ଖାଲି ପ୍ରେମ ଗଡୁଛି । ଇନ୍ଧିରା ପାର୍କରେ ହେଉ ବା ଗାର୍ଡେନ ରେ ହେଉ ବା ଫରେଷ୍ଟ ପାର୍କ ରେ ହେଉ ଯୁଆଡେ ଦେଖ ଖାଲି ପ୍ରେମ ଚାଲିଛି । କୁଣ୍ଢା କୁଣ୍ଢି କାମୁଡା କାମୁଡି ପ୍ରେମ ଦେଖି ମୋତେ ବିରକ୍ତିଆ ଲାଗୁଛି ମିଶ୍ରେ ।

ଏଗୁଡା ସବୁ ବନ୍ଦ ହେବା ଦରକାର । ତମେ ତମ ସ୍ତ୍ରୀ ଙ୍କୁ କହି ନିଜ ଝିଅ ପାଇଁ ଭଲ ଜ୍ଵାଇଁ ଦେଖି ବାହାଘର କରି ଦିଅ । ତେବେ ସୁର ରାଉତରାଏ ବାବୁସାନ-ପ୍ରକୃତି-ତୃପ୍ତି ବିବାଦକୁ ନେଇ ଏଭଳି ମତବ୍ୟ ଦେଇଛନ୍ତି ପ୍ରକୃତି ମିଶ୍ର ଙ୍କ ବାପା ମନ୍ମଥ ମିଶ୍ର ଙ୍କ ଉଦ୍ଦେଶ୍ୟରେ ।

ଆଗକୁ ସୁର ରାଉତରାଏ କହିଛନ୍ତି କି ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି ମୋର ସାନ ଭାଇ ଆଉ ତାଙ୍କ ସ୍ତ୍ରୀ ଅପରାଜିତା ମହାନ୍ତି ଜଣେ ପ୍ରତିଷ୍ଠିତ ମହିଳା । ଓଡିଶାର ନମ୍ବର ୱାନ ଷ୍ଟାର ହେଉଛନ୍ତି ଅପରାଜିତା ମହାନ୍ତି । ଅପରାଜିତାଙ୍କ ଅଭିନୟ ମୋତେ ବହୁତ ଭଲ ଭାବେ ବୋଲି ସୁର ଭାଇ ମତ ଦେଇଛନ୍ତି ।

ଓଡିଶାର ପ୍ରସିଦ୍ଧ ସଂଗୀତକାର ମନ୍ମଥ ମିଶ୍ର ମୋ ଅନୁଷ୍ଠାନ ଜାଗର ରେ ୨୦ ବର୍ଷ ହେଲା ଡାଇରେକ୍ଟର ଭାବେ କାମ କରୁଛନ୍ତି ବୋଲି ସୁର ଭାଇ କହିଛନ୍ତି । ମନ୍ମଥ ମିଶ୍ର ବିଶିଷ୍ଟ ମ୍ୟୁଜିକ ଡାଇରେକ୍ଟର ହେବା ସହ ଗୁଡାଏ ଗୀତ ଓଲିଉଡ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି । ଅନେକ ଗୁଡାଏ କାର୍ଯ୍ୟକ୍ରମ ରେ ମଧ୍ୟ ମନ୍ମଥ ମିଶ୍ର ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ବୋଲି ସୁର ଭାଇ ମତ ଦେଇଛନ୍ତି ।

ତେବେ ମନ୍ମଥ ମିଶ୍ର ଙ୍କ ଝିଅ ପ୍ରକୃତି ମିଶ୍ର ବହୁତ ଗୁଡାଏ ଫିଲ୍ମ ରେ ରୋଲ କରି ସାରିଲେଣି । ତେବେ ବାବୁସାନ ଓ ପ୍ରକୃତି ଙ୍କ ପ୍ରେମ ବିବାଦକୁ ନେଇ ସୁର ଭାଇ ପରାମର୍ଶ ଦେଇଛନ୍ତି ଉତ୍ତମ ମହାନ୍ତି ଙ୍କୁ ଯେ ଯାହା ହେବାର ଥିଲା ହେଇଗଲା ଏବେ ଥାନା ରୁ କେସ ଉଠାଇ ତମ ପୁଅ ଓ ବୋହୁ କୁ ଘରେ ଧରି ରୁହ ।

ଆଗକୁ ସୁର ଭାଇ କହିଛନ୍ତି ମିଶ୍ରେ ତୁମେ ତୁମ ସ୍ତ୍ରୀ ଙ୍କୁ କହି ତମ ଝିଅକୁ ନେଇ ଗୋଟେ ବଢିଆ ଜ୍ଵାଇଁ ଦେଖି ବାହାଘର କରି ଦିଅ । ଦୁଇ ପରିବାର ଖୁସି ରେ ରୁହନ୍ତୁ । ଏହି କେସ କୁ ଯେତେ ଜଲ୍ଦି ସମାଧାନ କରି ଦିଅ ବୋଲି ସୁର ଭାଇ ଆଡଭାଇସ ଦେଇଛନ୍ତି । ଯଦି ଏମିତି ପ୍ରେମ ଲୀଳା ଆଗକୁ ଚାଲେ ତେବେ ଯୁବ ସମାଜ ଆଗକୁ କଣ ଶିଖିବେ ବୋଲି ସୁର ଭାଇ ପ୍ରଶ୍ନ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ସୁର ରାଉତରାଏ ଦେଇଥିବା ପ୍ରତିକ୍ରିୟା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *