Mihir Dasଙ୍କ ଦଶାହ ଦିବସରେ Sidharth ଯାହା କଲେ, ଦେଖାଇ ଆପଣ ବି କାନ୍ଦି ପକାଇବେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଚିକିତ୍ସାଧୀନ ଅବସ୍ଥା ରେ ପରଲୋକ ଘଟିଛି । ତେବେ ତାଙ୍କର ଦଶାହ କର୍ମ ରୀତି ନୀତି ଅନୁସାରେ ସଂପୂର୍ଣ୍ଣ ହୋଇଛି ବୋଲି ସୂଚନା ରହିଛି । ଆଜି ହେଉଛି ଅଭିନେତା ମିହିର ଦାସଙ୍କ ଏକାଦଶ କର୍ମ । ଗତ କାଲି ତାଙ୍କର ଦଶାହ କର୍ମ ଶେଷ ହୋଇଛି । ଏହି ଦଶାହ କର୍ମରେ ଓଡିଆ ସିନେମା ଜଗତର ଅନେକ କଳାକାର ମାନେ ଯୋଗଦାନ କରି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏ ନେଇ ଓଡିଶା ଆସୋସିଏସନ ପକ୍ଷ ରୁ ଏକ ସଭା ଅନୁଷ୍ଠିତ କରା ଯାଇଥିଲା । ଏହାର ଭିଡିଓ ଓ ଫୋଟୋ ଅଭିନେତା ଶ୍ରୀତମ ଅଦାସ ନିଜର ସୋସିଆଲ ଆକାଉଣ୍ଟ ରେ ଦର୍ଶକ ମାନଙ୍କୁ ସେୟାର କରିଛନ୍ତି । ଏହା ସହ ଅଭିନେତା ସିଦ୍ଧାର୍ଥ ମହାପାତ୍ର ନିଜର ସୋସିଆଲ ଆକାଉଣ୍ଟ ରେ ଏହି ସଭାର କିଛି ଫୋଟୋ ଓ ଭିଡିଓ ପୋଷ୍ଟ କରିଥିଲେ ।

ସିଦ୍ଧାର୍ଥ ପୋଷ୍ଟ କରି ଲେଖିଛନ୍ତି ଯେ ଆଜି ସ୍ଵର୍ଗତ ମିହିର ଦାସଙ୍କ ଦଶାହ ଦିବସରେ ଓଡିଆ ସିନେ ଆତିଷ୍ଟ ଆସୋସିଏସନ ର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଓ ସଭାପତି ସିଦ୍ଧାର୍ଥ ମହାପାତ୍ରଙ୍କ ସଭାପତିତ୍ଵରେ ପଟିୟା ସ୍ଥିତ ଆର୍ଟିଓ-୨ ନିକଟରେ ଷ୍ଟାଇଲା ଗାର୍ଡନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଉପସ୍ଥାପନା କରା ଯାଇଥିଲା ।

ଏହି ସଭାରେ ସଂଘର କଳାକାର ମାନେ ଉପସ୍ଥିତ ରହି ମିହିର ଭାଇଙ୍କ ସ୍ମୃତି ଚରଣ କରିବା ସହ ତାଙ୍କ ସହ ବିତାଇଥିବା ସମୟର ସ୍ମୃତି ମାନେ ପକାଇ ଥିଲେ । ଏଥିରେ ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ଯାଏଁ ସେକ୍ରେଟାରୀ ମିସ ଉଶ୍ଵସୀ, କୁନା ତ୍ରିପାଠୀ, ବିଜୁ ବଡ ଜେନା, ସୁରେଶ ମିଶ୍ର ତଥା ଅଶୃମୋଚନ, ବିଦୂସ୍ମିତା, ଗୁନଗୁନ, ହୃଷୀକେଶ, ହାର ରଥ, ପ୍ରେମାଜନ ମେହରା ଓ ସୂର୍ଯ୍ୟ ଦେଓ ଉପସ୍ଥିତ ରହିଥିଲେ ।

ମିହିର ଭାଇଙ୍କ ନାମରେ କୌଣସି ଏକ ସ୍ଥାନରେ ପାର୍କ ବା ରାସ୍ତା ନାମିତ ହେଉ ବୋଲି ସଂଘ ତରଫରୁ ସରକାରକୁ ଅନୁରୋଧ କରାଯିବ ବୋଲି ନିସ୍ପତି ନିଆଗଲା । ତେବେ ଅଭିନେତା ମିହିର ଦାସଙ୍କ ଦଶାହ କର୍ମ ରେ ଶ୍ରୀତମ ଦାସ ଓ ସିଦ୍ଧାର୍ଥ ମହାପାତ୍ର ଙ୍କ ସଭାପତିତ୍ଵରେ ସଭା ଅନୁଷ୍ଠିତ ହୋଇଥିଲା । ଆମେ ମାନେ ସମସ୍ତେ ଭଗବାନଙ୍କ ନିକଟରେ ମିହିର ଭାଇ ଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କର ମିହିର ଦାସଙ୍କ ସ୍ମୃତିରେ ଯେଉଁ ସଭା ରଖା ଯାଇଛି ଓ ତାଙ୍କର ଅଭିନୟକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *