ବନ୍ଧୁଗଣ ମୋବାଇଲ ଖେଞ୍ଚୁଛନ୍ତି ଅଧିକ ପାଠ ପଢାଉଛନ୍ତି କମ । ଖେଞ୍ଚି ଖେଞ୍ଚି ଥକି ପଡିବା ପରେ ସୋଇ ପଡ଼ୁଛନ୍ତି ଦିଦି । ପାଠ ପଢାଇବାର ନାହି ମନ, ମାସକୁ ମାସ ପାଉଛନ୍ତି ଧନ । ଦିଦି ଙ୍କ ବିରୁଦ୍ଧରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଅଭିଯୋଗ । ହଁ ଦର୍ଶକ ବନ୍ଧୁ ଆଜିର ସମୟରେ ଛାତ୍ର ଛାତ୍ରୀ ଛାତ୍ରୀ ଆଗାମୀ ଦିନରେ ଭବିଷ୍ୟତ ହେବା କଥା ।
ହେଲେ ସରକାରୀ ସ୍କୁଲରେ ପାଠ ପଢାଇଲେ ଆପଣଙ୍କ ପିଲାର ଭବିଷ୍ୟତ ତିଆରି ହୋଇ ପାରିବ ତ କାହିଁଙ୍କି ଏବେ ସରକାରୀ ସ୍କୁଲ କହିଲେ ଅଭିଭାବକ କେମିତି ମୁହଁ ମୋଡୁଛନ୍ତି ତାହା ସମସ୍ତଙ୍କୁ ଭଲ ଭାବେ ଜଣା । ସବୁ ସ୍କୁଲ ନୁହେଁ ବରଂ କିଛି ସ୍କୁଲରୁ ଏଭଳି ଚିତ୍ର ଆସୁଛି ଯାହା ସବୁ ସ୍କୁଲରେ କଳଙ୍କ ର ଛାପ ଲାଗିଲା ଭଳି ହେଉଛି ।
ଯେଉଁଠି ପିଲାଙ୍କ ଭବିଷ୍ୟତ ତିଆରି ହେବା କାଠ ଏବେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇ ଯାଉଛି । ଦେଖୁ ନାହାନ୍ତି ଏଇ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହୋଇଛି ଏହି ଭିଡିଓ ରେ କେମିତି ଦିଦି ପିଲାଙ୍କୁ ପାଠ ପଢାଉଛନ୍ତି । ପାଠ ପଢାଇବେ କଣ ସୋଇ ପଡିଛନ୍ତି ଯାହାର ଭିଡିଓ ଭାଇରାଲ ହେବା ପରେ ଦିଦି କବିତା ଜେନାଙ୍କ କାରନାମା ପଦାରେ ପଡିଛି ।
ଢେଙ୍କାନାଳ ବ୍ଲକ ଜଗନ୍ନାଥପୁର ହରିଜନ ସାହି ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ନିକଟରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ସର୍ବେଶ୍ଵର ସାମଲ ଙ୍କୁ ଅନ୍ୟତ୍ର ବଦଳି କରା ଯାଇଛି । ଫଳରେ ତାଙ୍କୁ ସ୍କୁଲକୁ ପୁନଃ ଫେରାଇ ଆଣିବା ସହ କବିତା ଜେନାଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି ଅଭିଭାବକ ।
ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଚିନ୍ତା କରିବା ସହ ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଏହା ସହ ଦାବି ପୂରଣ ନ କରିଲେ କାହାରୀକୁ ସ୍କୁଲକୁ ଛାଡ଼ିବୁ ନାହି ବୋଲି ଅଭିଭାବକ ମାନେ ଦେଇଛନ୍ତି ଚେତାବନୀ । ତେବେ ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ “ମୋ ଦ୍ରୁଷ୍ଟିରେ ଏ ସବୁ ଆସିଲେ ମୁଁ ତାଗିଦ କରେ । ମୁଁ ସବୁବେଳେ ପାଠ ପଢାରେ ବ୍ୟସ୍ତ ରୁହେ ।
ପିଲା ମାନେ କେମିତି ପାଠ ପଢିବେ ସେ ନେଇ ମୁଁ ଦ୍ରୁଷ୍ଟି ଦିଏ” । ସ୍କୁଲରେ ପିଲା ମାନଙ୍କର ଭବିଷ୍ୟତକୁ ନେଇ ଖେଳ ଖେଳା ଯାଉ ଥିବାରୁ ଶିକ୍ଷା ବିଭାଗ ଏଥିପ୍ରତି କଣ ପଦକ୍ଷେପ ନେଉଛି ତାହାକୁ ରହିଛି ସମସ୍ତଙ୍କର ଅପେକ୍ଷା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।