ମୋ ଶୁଆକୁ ଖୋଜି ଆଣିଲେ ଦେବୀ 5000 ଟଙ୍କା…. ଦେଖନ୍ତୁ Video କଣ କହୁଛନ୍ତି ମହିଳା ଜଣଙ୍କ

ମୋ କୋକୋକୁ ଯିଏ ଖୋଜିଦେବ ତାକୁ ମୁଁ ୫୦୦୦ ଟଙ୍କା ଦେବୀ । ବନ୍ଧୁଗଣ ଆପଣ ମାନଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ ଏହି କଥା ଶୁଣିବା ପରେ । କିନ୍ତୁ ଏମିତି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସତ କଥା ହେଉଛି କୋକୋ ହେଉଛି ଏକ ଶୁଆ ଯିଏକି ହଜି ଯାଇଛି । ଏହି ଭିଡିଓ ରେ ଆପଣ ମାନେ କୋକୋର ଫୋଟୋ ଦେଖି ପାରିବେ ।

ସେ କେତେବେଳେ ହାତରେ ବସିଛି ତ କେତେବେଳେ ଡୋରର ସ୍କ୍ରିନ ଉପରେ ବସିଛି ତ ଆଉ କେତେବେଳେ ଅଙ୍ଗୁର ଖାଉଛି । କୋକୋର ମାଲିକ କହିଛନ୍ତି ଯେ ସେ ପ୍ରତିଦିନ ଭଳି ଅଳିଆ ପକାଇବାକୁ ବାହାରକୁ ଆସିବା ବେଳେ କୋକୋ ତାଙ୍କ କାନ୍ଧ ଉପରେ ବସିକି ଆସେ । କିନ୍ତୁ ତାଙ୍କର ପଡୋଶୀ ମାସ୍କ ପିନ୍ଧି ଆସିବାରୁ କୋକୋ ବହୁତ ଡରିଯାଇ କୁଆଡେ ପଳାଇ ଯାଇଛି ।

ମଣିଷ ଓ ପକ୍ଷୀର ଅନାବିଳ ପ୍ରେମର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସହରର ତୁଳସୀପୁରରେ । ଜଣେ ମହିଳାଙ୍କ ଏକ ଶୁଆ ଯାହାର ନାମ କୋକୋ ସେ ଗତ ୧୦ ଦିନ ହେବ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଶୁଆ ପାଇଁ ମହିଳା ଜଣକ ୫୦୦୦ ଟଙ୍କା ପୁରସ୍କାର ଅନୁଦାନ ରଖିଛନ୍ତି ।

ଯିଏ ସୁଆକୁ ଖୋଜି ଆଣି ଦେବ ତାଙ୍କୁ ମିଳିବ ଏହି ଆର୍ଥିକ ପୁରସ୍କାର । ଯାହାର ଋଫଲେକ୍ଟ କଟକ ସହର ରେ ବର୍ତ୍ତମାନ ବଣ୍ଟା ହେଉଛି । ବିଭିନ୍ନ ପ୍ଲାଟଫର୍ମ ରୁ ଆରମ୍ଭ କରି ସୋସିଆଲ ମିଡିଆରେ ନିଖୋଜ ଖବର ଘୁରି ବୁଲୁଛି । ଘରେ ପାଳିଥିବା ଗୋଟିଏ ବର୍ଷର ଶୁଆକୁ ହରାଇଛନ୍ତି ପ୍ରଫେସର ସସ୍ମିତା ବେହେରା ।

ଗତ ୫ ତାରିଖରେ ଶୁଆଟି ଅଚାନକ ଉଡିଯାଇ କୁଆଡେ ପଳାଇ ଯାଇଛି । ଅତି ଯତ୍ନ ସହକାରେ କୋକୋକୁ ଘରର ପିଲା ଭଳି ସସ୍ମିତା ଲାଳନପାଳନ କରିଥିଲେ । କୋକୋ ପିଞ୍ଜରାରେ ନୁହେଁ ବରଂ ଘରେ ଖୋଲାରେ ବୁଲେ । ଅଚାନକ ମାସ୍କ ପିନ୍ଧିଥିବା କିଛି ଲୋକଙ୍କୁ ଦେଖି କୋକୋ କୁଆଡେ ପଳାଇ ଯାଇଛି ।

କୋକୋକୁ ହରାଇ କ୍ୟାମେରା ଆଗରେ ମଧ୍ୟ କୋହ ସମ୍ଭରଣା କରିପାରି ନ ଥିଲେ ସସ୍ମିତା । ଭୋ ଭୋ କରି କାନ୍ଦି ପକାଇଛନ୍ତି କ୍ୟାମେରା ଆଗରେ ସସ୍ମିତା । ଏ ନେଇ ସସ୍ମିତା କହିଛନ୍ତି କୋକୋ ତାଙ୍କ ଘରର ସଦସ୍ୟ ଭଳି ରହୁଥିଲା । ସେ କେବେ ଘରେ ବସେ ତ କେବେ ଗଛରେ ଯାଇ ବସେ । କୋକୋ ନିଖୋଜ ହେବା ପରେ ସସ୍ମିତା ପୂରାପୂରି ଭାଙ୍ଗି ପଡିଛନ୍ତି ।

କିନ୍ତୁ କୋକୋ ଘରକୁ ଫେରି ଆସିବେ ବୋଲି ଆଶା ରଖିଛନ୍ତି ସସ୍ମିତା ଓ ତାଙ୍କ ପରିବାର ଲୋକେ । ତେବେ ଦେଖାଯାଉ କୋକୋ ଘରକୁ କେବେ ଫେରୁଛି । ବାସ୍ତବରେ ଆଜି ବି ଦୁନିଆରେ ସସ୍ମିତାଙ୍କ ଭଳି ଏମିତି ଲୋକ ଅଛନ୍ତି ଯିଏ ଶୁଆଟି ହଜିଯିବା ପରେ ମର୍ମାହତ ହୋଇ ପଡିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *