ବନ୍ଧୁଗଣ ମୁଁ ସିନ୍ଦୁର ପୋଛିବୀ ନା ଶଙ୍ଖା ଭାଙ୍ଗିବୀ ମୋ ସ୍ଵାମୀ ବଞ୍ଚିଛନ୍ତି ନା ଆଉ ନାହାନ୍ତି ଏମିତି ଭାବି ଭାବି ଗୁମୁରି କାନ୍ଦୁଛନ୍ତି ନନ୍ଦ କିଶୋରଙ୍କ ସ୍ତ୍ରୀ । ମୁଁ ନାଲି ଶାଢୀ ପିନ୍ଧିବି ବା ଧଳା ଶାଢୀ ପିନ୍ଧି ବିଧବା ହେବି ? ଏ କୌଣସି ମିଛି ମିଛିକା ଲୁହ ନୁହେଁ ଏ ହେଉଛି ଛାତି ଫଟା କାନ୍ଦ । ଆଖି ରୁ ଥମୁ ନ ଥିବା ଅବିଶାନ୍ତ କାନ୍ଦ । ସ୍ବାମୀଙ୍କୁ ହରାଇବାର ଦୁଖ ଭୋକ ଉପାସରେ ଦିନ କଟୁଛି । ଏକ ମାସ ହେବ ପାଟିକୁ ଦାନା ବି ଯାଇନି କେମିତି ବି ଯିବ ସ୍ଵାମୀ ପରା ପାଖରେ ନାହାନ୍ତି । ମାସେ ହେବ ଯାଇଛନ୍ତି ଆଉ ଘରକୁ ଫେରି ନାହାନ୍ତି ।
କିଏ କହୁଛି ଅଜଗର ଖାଇଗଲା ଆଉ କିଏ କହୁଛି ସେ ଦୁନିଆରେ ନାହାନ୍ତି । ହେଲେ କେହି ବୃଦ୍ଧା ସ୍ତ୍ରୀଙ୍କ କଥା ବୁଝୁ ନାହାନ୍ତି । ବୟସର ପରିଣତ ସମୟରେ ଯିଏ ଆତଙ୍କ ପାଖରେ ଥିବା ସେ ନାହାନ୍ତି । ଯେତେ ଯାହାକୁ ଗୁହାରି କରିଲେ ବି କେହି ଶୁଣୁ ନାହାନ୍ତି । ପୋଲିସ ବି ବୃଦ୍ଧାଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁ ନାହି ଆଉ କହୁଛି ଭଲ ହୋଇଛି ତୁମ ସ୍ଵାମୀଙ୍କୁ ଅଜଗର ଗିଳି ଦେଇଛି । ଏବେ କିଏ ବୁଝିବ ଏହି ବୃଦ୍ଧାଙ୍କ କଥା ?
କିଏ କାହିଁକି ପୋଛିବା ତାଙ୍କ ଆଖିର ଲୁହ ? ପୋଲିସ ଠାରୁ ଆରମ୍ଭ କରି ବନ ବିଭାଗ ସମସ୍ତେ ତ ବଡ ବଡିଆଙ୍କ ପାଇଁ ବୃଦ୍ଧାଙ୍କୁ କିଏ ବା ନ୍ୟାୟ ଦେବ ? ସୂଚନା ଅନୁଯାୟୀ ଆଠଗଡର ନନ୍ଦ କିଶୋର ଦୀର୍ଘ ଏକ ମାସ ହେବ ଗାୟବ ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ନନ୍ଦ ମଉସା ଙ୍କୁ ଅଜଗର ଗିଳି ଦେଇଛି ବୋଲି ହେଲେ ବନ ବିଭାଗ ତାର ବୟାନରେ କହିଥିଲା କି ଅଜଗର ମଉସା ଙ୍କୁ ଗିଳି ନାହି । ହେଲେ ଯଦି ଅଜଗର ଗିଳି ନାହି ତେବେ ସେ କୁଆଡେ ଗଲେ ।
ନନ୍ଦ କିଶୋରଙ୍କୁ ଖୋଜିବା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ପୋଲିସକୁ ଗୁହାରି କରିଥିଲେ ସୁଧା ତାଙ୍କ ଦୁଖକୁ କେହି ବି ବୁଝୁ ନାହାନ୍ତି । ଯେଉଁଥି ପାଇଁ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କଣ ପାଇଁ ଏତେ ଅବହେଳା ଏମାନେ କଣ ରାଜ୍ୟ ବାହାରୁ କେଉଁଠୁ ଉଠି ଆସିଛନ୍ତି କି ? ଏମାନଙ୍କର ବି ନ୍ୟାୟ ପାଇବାର ଅଧିକାର ଅଛି । କଣ ପାଇଁ ପୋଲିସ ପ୍ରଶାସନ ଏମାନଙ୍କୁ ନ୍ୟାୟ ଦେବାରେ ଅସମର୍ଥ ?
କଣ ପାଇଁ ବନ ବିଭାଗ କିଛି ତଦନ୍ତ ନ କରି ଏମିତି ରାଏ ଦେଲେ କି ନନ୍ଦ କିଶୋର ଙ୍କୁ ଅଜଗର ଗିଳି ନାହି । ସରକାରୀ କର୍ମଚାରୀ ମାନଙ୍କୁ କେଉଁ ଭୟ ଘାରୁଛି ? କଣ କିଛି ଲୁଚାଉଛନ୍ତି କି ବନ ବିଭାଗାଧିକାରୀ ମାନେ କାରଣ ଅଜଗର ବି ଗାଏବ କରି ଦେଇଛି ବନ ବିଭାଗ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।