ଦୟାକରି ସାହାଯ୍ୟ କରନ୍ତୁ(Save Abhishek): ସାଢ଼େ ୪ କୋଟି ଓଡ଼ିଶାବାସୀ ଯଦି ଜଣକା ଟଙ୍କାଟିଏ କରି ଦେବେ ମୋ ସ୍ୱାମୀ ଫେରିଆସିବେ… ସାହାଯ୍ୟ କରିବାକୁ ଚାହୁଁଥିଲେ ଅଧିକରୁ ଅଧିକ ଶେୟାର କରନ୍ତୁ

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଅଭିଷେକ ଓ ମୌସମୀଙ୍କ ବିଷୟରେ ଜାଣିଥିବେ । କହିବାକୁ ଗଲେ ମୌସମୀ ଓ ଅଭିଷେକଙ୍କ ବିବାହର ୮ ଦିନ ପରେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଡାକ୍ତରଙ୍କ ଅନୁସାରେ ତାଙ୍କର ଆହୁରି ଭଲ ଚିକିତ୍ସା ପାଇଁ ତାଙ୍କୁ କଲିକତା ନେବାକୁ ପଡିବ ।

ଯେଉଁଥି ପାଇଁ ମୌସମୀଙ୍କୁ ୧ କୋଟିରୁ ବି ଉର୍ଦ୍ଧ ଟଙ୍କା ଦରକାର । ଏହା ପରେ ମୌସମୀ ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ କି ତାଙ୍କୁ କିଛି ଆର୍ଥିକ ସାହାର୍ଯ୍ୟ କରନ୍ତୁ । ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ପରେ କିଛି ଲୋକମାନେ ତାଙ୍କୁ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରିଛନ୍ତି । କିନ୍ତୁ ଏହା ସତ୍ବେ ବି ତାଙ୍କୁ ଆହୁରି ଅଧିକ ଟଙ୍କା ଦରକାର । ମୋସମୀ ମିଡିଆ ସହ କଥାବାର୍ତ୍ତା କରି ପୁଣି ଥରେ ସମସ୍ତଙ୍କୁ ସାହାର୍ଯ୍ୟ ମାଗିଛନ୍ତି ।

ତାଙ୍କ ଅନୁସାରେ ସମସ୍ତେ ଯଦି ୧- ୧ ଟଙ୍କା ବି ସାହାର୍ଯ୍ୟ କରିବେ ତେବେ ବି ତାଙ୍କର ସ୍ଵାମୀଙ୍କ ଚିକିତ୍ସା ହୋଇଯିବ ଓ ସେ ସୁସ୍ଥ ହୋଇ ଘରକୁ ଚାଲି ଆସିବେ । କହିଦେଉଛୁ କି ଆମ ଓଡିଶାର ଜନସଂଖ୍ୟା ୪.୬୦ କୋଟି ଅଟେ । ଏମିତିରେ ଯଦି ସମସ୍ତେ ଗୋଟେ ଗୋଟେ ଟଙ୍କା ବି ଦେବେ ତେବେ ତାଙ୍କ ପାଖରେ ୪ କୋଟି ଟଙ୍କାରୁ ବି ଉର୍ଦ୍ଧ ଟଙ୍କା ହୋଇଯିବ । ଯାହା ଦ୍ଵାରା ସେ ନିଜ ସ୍ଵାମୀଙ୍କ ଚିକିତ୍ସା କରି ପାରିବେ ।

ଅଭିଷେକଙ୍କ ମା ଙ୍କ କହିବା ଅଟେ କି ତାଙ୍କର କିଛି ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ବ୍ୟକ୍ତିମାନେ ତାଙ୍କୁ ଆର୍ଥିକ ରୂପରେ ଅଳ୍ପ କିଛି ସାହାର୍ଯ୍ୟ କରିଛନ୍ତି । କିନ୍ତୁ କୌଣସି ମନ୍ତ୍ରୀଙ୍କ ଠାରୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ସାହାର୍ଯ୍ୟ ମିଳି ନାହିଁ । ଏମିତିରେ ସେ ଅନୁରୋଧ କରୁଛନ୍ତି କି ଯଦି କୌଣସି ମନ୍ତ୍ରୀଙ୍କ ଠାରୁ ତାଙ୍କୁ ସାହାର୍ଯ୍ୟ ମିଳିବ ତେବେ ସେ ବହୁତ ଉପକୃତ ହେବ । ଏହା ସହିତ କଲିକତାକୁ ନେବା ପାଇଁ ତାଙ୍କୁ ଏୟାରଲିଫ୍ଟ କରିବାକୁ ପଡିବ । ଯାହା ପାଇଁ ଲକ୍ଷାଧିକ ଟଙ୍କା ଦରକାର ଓ ଏବେ ବି ତାଙ୍କ ପାଖହରେ ଏତେ ଧନରାଶି ନାହିଁ କି ସେ ନିଜ ପୁଅକୁ ଏୟାରଲିଫ୍ଟ କରି କଲିକତା ନେଇଯିବେ ।

ଅଭିଷେକଙ୍କୁ ବହୁତ ଜଲ୍ଦି ଏୟାର ଲିଫ୍ଟ କରି କଲିକତା ନେବାର କାରଣ ତାଙ୍କୁ ବାଏ ରୋଡ ନେବା ଅସମ୍ଭ ଅଟେ । ଅନ୍ୟ ପଟେ ଡାକ୍ତରଙ୍କ କହିବା ଅଟେ କି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ କିଛି ଉନ୍ନତି ନଜର ଆସୁ ନାହିଁ ଏମିତିରେ ଯେତେ ଜଲ୍ଦି ଆପଣ ଅବିଷେକଙ୍କୁ କଲିକତା ନେଇଯିବେ ସେତେ ଜଲ୍ଦି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ ।

କହିଦେଉଛୁ କି ଅଭିଷେକଙ୍କ ବିବାହର ୮ ଦିନ ପରେ ତାଙ୍କୁ କରୋନା ହୋଇଥିଲା । ଏହା ପରେ ପରିବାର ଲୋକମାନେ ହସ୍ପିଟାଲରେ ଭର୍ତ୍ତି କରିଲେ । କିନ୍ତୁ ଗତ ୨୨ ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଖରାପ ଅଛି । ଏହା ସହିତ ତାଙ୍କର ଛାତିରେ ନିମୋନିଆ ମଧ୍ୟ ହୋଇ ଯାଇଛି । ଯେଉଁ କାରଣରୁ ତାଙ୍କ ଛାତିରେ ଗୋଟିଏ ମେସିନ ଲାଗିବ ଓ ଯାହାର ମୂଲ୍ୟ ବହୁତ ଅଟେ । ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଅଭିଷେକ ଗତ ୨୨ ଦିନ ହେବ ଭେଣ୍ଟିଲେଟରରେ ଅଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କର ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସି ନାହିଁ । ଏମିତିରେ ଆମେ ବି ଆପଣଙ୍କୁ ଅନୁରୋଧ କରୁଛୁ କି ଆପଣ ଓ ଆପଣ ନିଜର ବନ୍ଧୁ ଓ ସମ୍ପର୍କୀୟଙ୍କୁ ଅଭିଷେକଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ କୁହନ୍ତୁ । କାରଣ ଆପଣଙ୍କର ଛୋଟ ଛୋଟ ସାହାର୍ଯ୍ୟ ହିଁ ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇ ପାରିବ ।

Leave a Reply

Your email address will not be published. Required fields are marked *