ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକପ୍ରିୟ ୟୁଟ୍ୟୁବର ମି ପୁଚ ପୁଚଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ମି ପୁଚ ପୁଚ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅନେକ କମେଡି ଭିଡିଓ ପୋଷ୍ଟ କରିଥାନ୍ତି ଯାହା ସମସ୍ତଙ୍କୁ ଖୁବ ପସନ୍ଦ ଆସିଥାଏ । ତାଙ୍କର ପ୍ରତେକଟି କମେଡି ଭିଡିଓ ପୋଷ୍ଟ ହେଉ ହେଉ ଭାଇରାଲ ହୋଇଯାଏ । ଓଡିଶାରେ ମି ପୁଚ ପୁଚଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।
ତେବେ ଗତ କାଲି ମି ପୁଚ ପୁଚ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ଷଡଙ୍ଗୀ ବାବୁଙ୍କ ସହ ବିବାହ କରିଛନ୍ତି । ଖୁବ ଧୂମଧାମରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ଆଉ ଏହାରି ମଧ୍ୟରେ ତାଙ୍କର କନ୍ୟା ବେଶରେ ଏକ ଭିଡିଓ ଭାଇରାଲ ହୋଇଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ନିଜ ବିବାହରେ ମି ପୁଚ ପୁଚ କନ୍ୟା ବେଶ ହୋଇଛନ୍ତି ଆଉ ଗଣମାଧ୍ୟମ ଆଗରେ କହୁଛନ୍ତି “ମୋତେ ଇମୋସନାଲ କରନ୍ତୁନି ମୁଁ ମେକ ଅପ୍ ନେଇ ଆସିଛି ମେକ ଅପ୍ ଲିଭି ଯିବ । ସବୁବେଳେ ଲୋକ ମାନଙ୍କୁ ଗାଦୁଲ ଗାଦଲ କରୁଥିବା ଝିଅଟି ଆଜି ନିଜେ ଗାଦୁଲ ଗାଦଲ ପରିସ୍ଥିତିରେ ଅଛି । କିନ୍ତୁ କଷ୍ଟ ଲାଗୁଛି ଯେ ଗୋଟେ ଭଲ ଆଉ ଗୋଟେ ବଡ ପରିବାର ପାଇବି ।
ମୋ ପରିବାରକୁ ହରେଇବିନି ଯଦିଓ ମୋ ପରିବାର ଠାରୁ ଟିକେ ଦୂରେଇ ଯିବି । ସବୁବେଳେ ଘରେ ରହୁଥିବା ପିଲାଟି ଯେବେ ପୁରା ଘର ଛାଡି ଶାଶୁ ଘରକୁ ଯିବ ତ ସେଥିପାଇଁ ମୋତେ ଟିକେ ଡର ଲାଗୁଛି ଖୁସି ଲାଗୁଛି ଗୋଟେ ଭଲ ଆଉ ବଡ ପରିବାର ପାଇବି । ମୋର ପିଲାଳିଆମୀ ଯାଇନି ଏ ଯାଏଁ । ବର୍ତ୍ତମାନ ମୋତେ ଗୋଟେ ଦାୟିତ୍ଵ ନିଭେଇବାକୁ ପଡିବ ।
ମୁଁ ସଂପୂର୍ଣ୍ଣ ଦାୟିତ୍ଵବାନ ନୁହେଁ ପୁରା ଦାୟିତ୍ଵହୀନ ଝିଅଟି ଯେହେତୁ ଦାୟିବବାନ ହେବାକୁ ଯାଉଛି ସେଥିପାଇଁ ବୋଧ ହୁଏ ମୋତେ ଟିକେ କଷ୍ଟ ଲାଗୁଛି ଆଉ । କାରଣ ପ୍ରତି କଥାରେ ମୁଁ ବାପାଙ୍କୁ ଖୋଜେ ମୁଁ ଭଉଣୀକୁ ପଚାରେ । ମୁଁ ନିର୍ଭରଶୀଳ ମଣିଷ । ନିଜ କଥା ପାଇଁ ଠିକ ଅଛି । ବଡ ବଡ ନିଷ୍ପତ୍ତି ପାଇଁ ମୁଁ ବାପା ମାଆଙ୍କୁ ଖୋଜେ । ଯେମିତି ବାପାଙ୍କୁ ପଚାରୁଥିଲି ଆଉ ଭଉଣୀ କୁ ପଚାରୁଥିଲି ସେମିତି ପଚାରିବି ।
ତା ସହ ଆଉ ଗୋଟେ ସ୍ଵୀଟ ପରିବାର ଯୋଡି ହୋଇଗଲା । ମୋତେ ବହୁତ ଖୁସି ଲାଗୁଛି । ମୋ ସ୍ଵାମୀ ଯେ ହେତୁ ମୋର ଭଲ ସାଙ୍ଗ ଆଉ ମୋର ବଡ ଭାଇ ନ ଥିବାରୁ ସେ ମୋର ବଡ ଭାଇ ଟି ହେବ । ମୁଁ ବି ତାଙ୍କ ପାଇଁ ସବୁ କିଛି ହେବି ଆଉ ସେ ବି ମୋ ପାଇଁ ସବୁ କିଛି ହେବେ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।