ମୋଦୀ ମୋ ଲଭର ଓ ନବୀନ ମୋ ବାପା, କିଛି ଏଭଳି କହିଲେ ଭୁବନେଶ୍ଵରର ଏହି ମହିଳା, କାହିଁକି ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଗତକାଲି ପୁରା ଦିନ ଲଗାତର ବର୍ଷା ହୋଇଥିଲା । ଯେଉଁ କାରଣରୁ କେବଳ ରାସ୍ତାରେ ନୁହେଁ ଘରେ ଘରେ ଲୋକମାନଙ୍କ ପାଣି ଥିଲା । ଏଥିପାଇଁ ଲୋକମାନେ ସରକାରଙ୍କୁ ଦାୟୀ କରିଛନ୍ତି । ଏହି କ୍ରମରେ ଭୁବନେଶରର ଜଣେ ସାହି ବାସିନ୍ଦା ମହିଳା ନିଜର ସମସ୍ୟାକୁ ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି । ସେ କହିଲେ କି ମୋଦୀ ମୋ ଲଭର ଓ ନବୀନ ମୋ ବାପା, ତାଙ୍କୁ ଆଣିଥିଲେ ମୁଁ କହିଥାନ୍ତି, ସେମାନେ ଧନ ଠେଲିଲେ ଓ ଏମାନେ ଖାଇଲେ, ଆମେ କଣ ଜାଣୁଛୁ ।

ସେ ଆଗକୁ କହିଲେ ସହରାଞ୍ଚଳର ଉନ୍ନତି ପାଇଁ ଯେଉଁ ସବୁ ଟଙ୍କା ଆସୁଛି ସେହି ସବୁ ସେମାନେ ଖାଦ୍ୟ ଦେଉଛନ୍ତି । ସେମାନେ ଆମ ସମସ୍ୟା ନ ବୁଝି ନିଜର ସୁବିଧା ଆଗ ଦେଖୁଛନ୍ତି ଓ ଏଠି ଆମେ ରାତି ସାରା ଘରୁ ପାଣି ବାହାର କରୁଛୁ ।

ଆମ ସାହି ନାଁରେ ଯାହା ବି ଟଙ୍କା ଆସୁଛି ସେହି ସବୁ ଟଙ୍କାକୁ ନେଇ ରାଜନେତାମାନେ ନିଜର ବିଲଡିଙ୍ଗ ଓ ମଣ୍ଡପ କରି ଭଡା ଲଗାଉଛନ୍ତି । କିନ୍ତୁ ଆମେ ଏଠି ରାତି ସାରା ଘରୁ ବର୍ଷା ପାଣି ବାହାର କରୁଛୁ ଓ ମଶା ମାନଙ୍କ ମଧ୍ୟରେ ଅଛୁ । ଏହିଭଳି ଭାବରେ ମହିଳା ଜଣକ ସରକାର ବିରୁଦ୍ଧରେ ନାନା କଥା କହିଲେ । ସେ କହିଲେ କି ସରକାର ଟଙ୍କା ପଠାଉଛନ୍ତି କିନ୍ତୁ ରାଜନେତାମାନେ ସେହି ଟଙ୍କା ସବୁ ଖାଇ ଦେଉଛନ୍ତି ।

କହିବାକୁ ଗଲେ ଏହି ମହିଳା ଜଣକ ରାମେଶ୍ଵରପାଟନା ସାହି ଅଟେ । ଯେଉଁଠିକି ଗତକାଲି ସାଂସଦ ଅପରାଜିତା ଶଙ୍ଗଡୀ ବି ଏହି ଅଞ୍ଚଳକୁ ବୁଲି ସମସ୍ତଙ୍କର ସୁଖ ଦୁଃଖ କଥା ଶୁଣିଛନ୍ତି । ଏହି ସମୟରେ ଏହି ମହିଳା ଜଣକ ମିଡିଆ ସାମ୍ନାରେ ନିଜ ଘରର ଓ ନିଜେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେହି ବିଷୟରେ କହିଥିଲେ ।

ସେହି ସାହିର ବାସିନ୍ଦା କହିଲେ କି ଆମ ସାହିରେ ନାଳର କୌଣସି ସୁବିଧା ନାହିଁ, ଯେଉଁ କାରଣରୁ ଘରେ ଘରେ ଅପରିଷ୍କାର ପାଣି ସବୁ ପସିଯାଇଛି । ଏହା ସହିତ ରାସ୍ତା ଘାଟ ତ ଦେଖି ପାରୁଛନ୍ତି । ଏଠି ଅଳ୍ପ ବର୍ଷା ହେଲେ ମାନେ ଘରେ ଘରେ ପାଣି ପଶୁଛି ।

Leave a Reply

Your email address will not be published. Required fields are marked *