ସୋସିଆଇ ମିଡିଆରେ ଦେଲେ ବିଜ୍ଞାପନ! ଲକ୍ଷେ ଟଙ୍କାରେ ବିକିଦେବି ସାର୍ଟିଫିକେଟ… ଦେଖନ୍ତୁ Video କାହିଁକି ଏମିତି କହୁଛନ୍ତି ମେଧାବୀ ଛାତ୍ର Biswanath

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ନୂଆ ଧରଣର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ବା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଭାବିବାକୁ ଲାଗିବେ ସତରେ ଏମିତି ବି ଦୁନିଆରେ ଲୋକ ଅଛନ୍ତି ? ତେବେ ପୁରା ଘଟଣାଟି ହେଉଛି ଭିଡିଓ ରେ ଦେଖା ଯାଇଛି କି ମୁଁ ମୋ OTET ସାର୍ଟିଫିକେଟ ବିକ୍ରି କରିବା ପାଇଁ ଚାହୁଁଛି କିଏ କିଣିବାକୁ ଚାହୁଁଥିଲେ ଏହି ୭୬୮୧୦୨୧୪୩୫ ନମ୍ବର ରେ contact କରନ୍ତୁ । ଯଦି ଏହି ସାର୍ଟିଫିକେଟ ମୋର କୌଣସି କାମରେ ନ ଆସିବ ତେବେ ଏହାକୁ ପାଖରେ ରଖି ମୋର କଣ ବା ଲାଭ ?

ତାକୁ ବିକ୍ରି କରି ମୁଁ କିଛି ପଇସା ପାଇ କିଛି କାମରେ ଲଗାଇବି । ଏ ସବୁ ମୋର କାମରେ ଆସୁ ନାହିଁ ହୋଇପାରେ ଆଉ କାହା କାମରେ ଆସିପାରେ । ଚାକିରି ନ ପାଇ ସାର୍ଟିଫିକେଟ ବିକ୍ରି ପାଇଁ ସୋସିଆଲ ମିଡିଆର ସାହାରା ନେଲେ ମେଧାବୀ ଛାତ୍ର ବିଶ୍ଵନାଥ । ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଇଚ୍ଛାବତୀଗୁଡା ସାହିରେ ।

ଶିକ୍ଷକତା କରିବା ପାଇଁ ସେ ସମସ୍ତ ପ୍ରକାରର ଯୋଗ୍ୟତା ହାସଲ ପରେ ମଧ୍ୟ ଚାକିରି ନ ପାଇ ଚିନ୍ତାରେ ବିଶ୍ଵନାଥ । ଏ ନେଇ ବିଶ୍ଵନାଥ କହିଛନ୍ତି ତାଙ୍କର ୨୦୧୬ ରୁ ଚାକିରି ପାଇବା କଥା କିନ୍ତୁ ଆଜି ଯାଏଁ ସବୁ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ ଚାକିରି ମିଳି ନାହି । ତେଣୁ ସେ ଏହି ସାର୍ଟିଫିକେଟ ନିଜ ପାଖରେ ନ ରଖି ବିକ୍ରି କରି ଯେଉଁ ପଇସା ପାଇବେ ସେଥିରେ ନିଜ କ୍ଯାରିୟରରେ ଆଗକୁ ବଢି ପାରିବେ ।

ନିଜର ଘରର ଦାୟିତ୍ଵ ନେବା ପାଇଁ ସେ ନିଜର ସାର୍ଟିଫିକେଟ ବିକ୍ରି କରିବାକୁ ଚାହୁଞ୍ଚନ୍ତି ବୋଲି କହିଛନ୍ତି । ଦୀର୍ଘ ୫ ବର୍ଷ ହେବ ସରକାରଙ୍କ ଶିକ୍ଷକଙ୍କ ପାଇଁ କୌଣସି ନିଯୁକ୍ତି ପଦବୀ ବାହାରି ନାହି । ସେ ନେଇ ବହୁତ ପ୍ରଶିକ୍ଷଣ ଛାତ୍ର ଛାତ୍ରୀ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ।

ତେଣୁ ବିଶ୍ଵନାଥ ଅତିଷ୍ଠ ହୋଇ ନିଜର ସାର୍ଟିଫିକେଟ ବିକ୍ରି କରିବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଛନ୍ତି । ଏବେ ବିଶ୍ଵନାଥ ଙ୍କ ସାର୍ଟିଫିକେଟ ବିକ୍ରି କରିବାର ବିଜ୍ଞାପନ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ବିଶ୍ଵନାଥ ନିଜର ସାର୍ଟିଫିକେଟ ବିକ୍ରି ପାଇଁ ଲକ୍ଷେ ଟଙ୍କା ସର୍ତ୍ତ ରଖିବାର ଜଣାପଡିଛି । ସତରେ ଆମ ଦେଶର ଶିକ୍ଷା ବ୍ୟବସ୍ଥା ଏତେ ଶୋଚନୀୟ ହୋଇ ପଡିଲାନି କି ମେଧାବୀ ଛାତ୍ର ଛାତ୍ରୀ ମାନେ ନିଜର କ୍ଯାରିୟର ଆଗକୁ ନେବା ପାଇଁ ସାର୍ଟିଫିକେଟ ବିକ୍ରି କରିବା ଲାଗି ଆଗେଇ ଆସିଛନ୍ତି ।

ତେବେ ଆମ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି କେବେ ଆସିବ ଶିକ୍ଷା ବ୍ୟବସ୍ଥାରେ ସୁଧାର । ଯେଉଁ ଦିନ ମେଧାବୀ ଛାତ୍ର ଛାତ୍ରୀ ମାନେ କଷ୍ଟ କରି ଯେଉଁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ତାଙ୍କୁ ତାଙ୍କ ପରିଶ୍ରମର ଉଚିତ ଫଳ ପ୍ରାପ୍ୟ ହେବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *