ମୋତେ ଯିଏ ଖାଇବ ମୋତେ ପଠେଇଥିବା ଲୋକ ତାକୁ ଖାଇଯିବ, ମୁଁ କିଏ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ । ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ ।

ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇ ପାରି ନ ଥାଉ । ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନର ଉତ୍ତର ସମ୍ପର୍କରେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ଏମିତି କଣ ଅଛି ଯାହା ସଫା ଥିଲେ କଳା ଓ ଅଳିଆ ଥିଲେ ଧଳା ?

ଉତ୍ତର- କଳାପଟା ।

୨- ମୁଣ୍ଡ ଓ ଲାଞ୍ଜ ଥାଇ ବି ସେ ନିର୍ଜୀବ । ସେ କିଏ ?

ଉତ୍ତର- ମୁଦ୍ରା ।

୩- ତାହା କଣ ଯାହା ଦ୍ଵାରା କୋଠରି ରେ ଭରିଯାଏ ହେଲେ ଜମା ଜାଗା ନିଏ ନାହି ?

ଉତ୍ତର- ଆଲୋକ ।

୪- ଏପରି ଏକ ଜିନିଷର ନାମ କୁହ ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହି ?

ଉତ୍ତର- ଧୋକା ।

୫- ମା ଝୁଲି କୁ ଥାଏ ପୁଅ ଏଠି ସେଠି ବୁଲୁଥାଏ କୁହରେ ପିଲେ ସେ କିଏ ?

ଉତ୍ତର- ତାଲା ଚାବି ।

୬- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହି ?

ଉତ୍ତର- ସ୍ଵପ୍ନ ।

୭- ଏମିତି ଏକ ଜିନିଷର ନାମ କୁହ ଯାହାକୁ ଆମେ କାଟିଥାଉ, ଫେଣ୍ଟିଥାଉ। ବାଣ୍ଟିବି ଥାଉ ହେଲେ ଖାଇ ନ ଥାଉ ?

ଉତ୍ତର- ତାସ ପତି ।

୮- ଏମିତି ଏକ ଜିନିଷ ଅଛି ଯାହାକୁ ଆମେ ୧ ମିନିଟ ରୁ ଅଧିକ ରଖି ପାରିବନି ?

ଉତ୍ତର- ନିଶ୍ଵାସ ।

୯- ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ ଏମିତି କିଏ ଅଛି ଯିଏ ଦୁଇଟି ଯାକ ଦିଏ ?

ଉତ୍ତର- ଦୋକାନୀ ।

୧୦- ମୁଁ କାଠ ରୁ ତିଆରି ନୁହେଁ କିନ୍ତୁ ଗଛରୁ ତିଆରି ମୁଁ ପାଠ ପଢା କାମରେ ଆସେ ମୋ ଶରୀର ଗୋରି ?

ଉତ୍ତର- କାଗଜ ।

୧୧- ମୋତେ ଯିଏ ଖାଇବ ମୋତେ ପଠେଇ ଥିବା ଲୋକ ତାକୁ ଖାଇଯିବ ? ମୁଁ କିଏ ?

ଉତ୍ତର- ମାଛ ଧରିବା କଣ୍ଟା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *