ମୃତ୍ୟୁ ଆସିବା ଆଗରୁ ଦେଇଥାଏ ଏହି ସଂକେତ, ଜାଣନ୍ତୁ କଣ କହୁଛି ଶାସ୍ତ୍ର ?

ମଣିଷ ଜୀବନ ମାଁ ଗର୍ଭରେ ୯ମାସ ରହିଲା ପରେ ହୋଇଥାଏ, ଠିକ ସେହି ପରି ମୃତ୍ୟୁ ଆସିବା ୯ମାସ ଆଗରୁ କିଛି ଏମିତି ପ୍ରକାର ଘଟଣା ହୋଇଥାଏ ଯାହା ଏହି କଥା ସଂକେତ ଦେଇଥାଏ ଯେ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି । ଏହି ସଂକେତ ଗୁଡିକ ଏତେ ସୂକ୍ଷ୍ମ ଥାଏ ଯେ ଲୋକ ଏହାକୁ ନିଜ ଜୀବନରେ ନଜର କରନ୍ତି ନାହିଁ କିନ୍ତୁ ମୃତ୍ୟୁ ପାଖେଇ ଆସିଲେ ତାଙ୍କୁ ଅନୁଭୂତି ହୁଏ ଯେ ତାଙ୍କର ବହୁତ କାମ ଅଧା ହୋଇଛି, ଏହି ସ୍ଥିତି ରେ ମନ ଅଶାନ୍ତ ହୋଇଥାଏ ଓ ମୃତ୍ୟୁ ସମୟରେ କଷ୍ଟ ର ଆଭାସ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ରୀ ପଣ୍ଡିତ ଜୟଗୋବିନ୍ଦ ଶାସ୍ତ୍ରୀ କହିଲେ ଭାରତୀୟ ୟୋଗ ବିଜ୍ଞାନ ଅନୁଯାଇ :

ମଣିଷ ଶରୀର ରେ ସାତୋଟି ଚକ୍ର ହୋଇଥାଏ, ସହସ୍ରାର: ଶୀର୍ଷ ଚକ୍ର, ଆଜ୍ଞା: ଲଲାଟ ଚକ୍ର, ବିଶୁଦ୍ଧ: କଂଠ ଚକ୍ର, ଅନାହତ: ହୃଦୟ ଚକ୍ର, ମଣିପୂର: ସୌର ସ୍ନାଯୁଜାଲ ଚକ୍ର, ସ୍ୱାଧିଷ୍ଠାନ: ତ୍ରିକ ଚକ୍ର, ମୂଲାଧାର: ଆଧାର ଚକ୍ର ଯେତେବେଳେ ମଣିଷ ମୃତ୍ୟୁ ହୋଇଥାଏ ସେତେବେଳେ ଏହି ଚକ୍ର ରୁ ଗୋଟେ ଚକ୍ର ଦ୍ଵାରା ଆତ୍ମା ଶରୀର ତ୍ୟାଗ କରିଥାଏ ।

ମୃତ୍ୟୁ ଆଗରୁ ଯେଉଁ ଭଳି ଅନୁଭୂତି ହୋଇଥାଏ ତା ବିଷୟରେ ବହୁତ ଗ୍ରନ୍ଥ ରେ ଉଲ୍ଲେଖ ହୋଇଛି :

ଗରୁଡ଼ ପୁରାଣ, ସୂର୍ଯ ଅରୁଣ ସଂୱାଦ, ସମୁଦ୍ରଶାସ୍ତ୍ର ଓ କାପାଲିକ ସଂହିତା ଏହାର ପ୍ରମୁଖ ସ୍ରୋତ ବୋଲି କୁହା ଯାଇଛି । ଏହି ଗ୍ରନ୍ଥ ଗୁଡିକ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ହୋଇଛି ଯେ ମୃତ୍ୟୁ ପାଇଁ କି ପରି ସଂକେତ ହୋଇଥାଏ । ଜନ୍ମ ସହ ମଣିଷ ନିଜ ହାତରେ କେତେକ ରେଖା ନେଇ ଆସିଥାଏ, ହସ୍ତରେଖା ଜାଣିବା ଲୋକଙ୍କ ଅନୁଯାଇ ଏହା ବ୍ରହ୍ମାଙ୍କ ଲେଖା ହୋଇଥାଏ କି ଲୋକ କେତେ ଦିନ ବଞ୍ଚିବ ।

ଜ୍ୟୋତିଷ ଶାସ୍ତ୍ରୀ ପଣ୍ଡିତ ଜୟଗୋବିନ୍ଦ ଶାସ୍ତ୍ରୀ ଅନୁସାରେ :

ଯେଉଁ ପ୍ରକାର ଘରେ ନୂଆ ସଦସ୍ୟ ଆସିବା କଥା ଶୁଣି ଆମେ ମଣିଷ ଖୁସି ହୋଇଥାଉ ଓ ନୂଆ ଛୁଆ ପାଇଁ ସବୁ ଜିନିଷ ପ୍ରସ୍ତୁତ କରିଥାଉ ଠିକ ସେହି ପ୍ରକାରରେ ସେଲୋକ ରେ ମଧ୍ୟ ହୋଇଥାଏ ପୂର୍ବ ପୁରୁଷ ଆତ୍ମା ମଣିଷ ଶରୀର ତ୍ୟାଗ ପାଇଁ ଅପେକ୍ଷା କରନ୍ତି । ସେଥିପାଇଁ ମୃତ୍ୟୁ ପାଖେଇ ଆସୁଥିବା ଲୋକକୁ କିଛି ଛାଇ ପରି ନିଜ ଆଖ ପାଖରେ ଅନୁଭବ ହୋଇଥାଏ, ଏହି ମୃତ୍ୟୁ ପାଖ ଥିବା ଲୋକଙ୍କୁ ନିଜ ପୂର୍ବ ପୁରୁଷ ବା କେତେକ ମୃତ ଲୋକ ଦେଖା ଯାଇ ଥାନ୍ତି ।

ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋସ୍ଟ ଟି ପସନ୍ଦ ଆସିଥିଲେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *