ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଜଣେ ନବ ବିବାହିତା ମହିଳା ତାଙ୍କ ଶ୍ଵଶୁର ଘର ଆଗରେ ଧାରଣା ଦେଇ ଗତ ତିନି ହେବ ବସିଛନ୍ତି । କାରଣ ତାଙ୍କ ସ୍ଵାମୀ ତାଙ୍କୁ ପ୍ରଥମେ ଭଲ ପାଇ କୋର୍ଟ ମ୍ୟାରେଜ କରି ବାହାରେ ରଖୁଥିଲେ । ଯେତେବଳେ ନିଜ ଘରକୁ ଆଣିବାର ସମୟ ହେଲା ସ୍ଵାମୀ ଜଣକ ସ୍ତ୍ରୀ କୁ ଛାଡି କୁଆଡେ ପଳାଇଛନ୍ତି । ଏମିତି କି ମହିଳାଙ୍କ ଶ୍ଵଶୁର ଘର ଲୋକେ ମଧ୍ୟ ଫେରାର ଅଛନ୍ତି । ଏହି କାରଣରୁ ତାଙ୍କ ସ୍ଵାମୀ କୌଠି ଅଛନ୍ତି ଓ ତାଙ୍କ ଶ୍ଵଶୁର ଘର ଲୋକେ ତାଙ୍କୁ ଘରକୁ ନେବା ପାଇଁ ଦାବି କରି ଧାରଣା ଦେଇଛନ୍ତି ନବ ବିବାହିତା ମହିଳା ।
ଅନ୍ୟ କ୍ଷେତ୍ର ରେ ତାଙ୍କ ବାପା ଓ ଭାଇ ଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ଅଚାନକ ଘରୁ ଆସି ଉଠାଇ ନେଇଛି । କିନ୍ତୁ ପୋଲିସ କହିବା ମୁଠାକ ସେ ତାଙ୍କ ବାପା ଓ ଭାଇ ଙ୍କୁ ଛାଡି ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବାପା ଓ ଭାଇଙ୍କୁ ଯେମିତି ଉଠାଇ ନେଇଥିଲେ ଠିକ ସେମିତି ଆଣି ଘରେ ଛାଡିବାକୁ ଦାବି କରିଛନ୍ତି ଧାରଣ ଦେଇ ବସିଥିବା ନବ ବିବାହିତା ମହିଳା ଡିମ୍ପଲ ଦାସ । ଡିମପାଳ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏଠାକୁ ଆସିକି ବିଚାର କରନ୍ତୁ । ମୋ ବାପା ଭାଇ କଣ ଖେଳଘର ଏପରି କହିଛନ୍ତି ଡିମ୍ପଲ ଦାସ ।
ଡିମ୍ପଲ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହେବାକୁ ଚାହୁଁ ନାହାନ୍ତି ବରଂ ତାଙ୍କ ସ୍ଵାମୀ ତାଙ୍କୁ ସ୍ତ୍ରୀର ଅଧିକାର ଦିଅନ୍ତୁ ତାହା ଦାବି କରିଛନ୍ତି । ଗତ କାଲୀ ତାଙ୍କ ବାପା ଓ ଭାଇଙ୍କୁ ଉଠାଇ ନେଇଛି ପୋଲିସ । ଯେଉଁ ବାପା ଭାଇ ଝିଅକୁ ଖାଇବାକୁ ଆଣି ଦେଉଥିଲେ ଆଜି ସେମାନେ କୁଆଡେ ଚାଲି ଯାଇଛନ୍ତି । କାଲୀ ରାତିରୁ ଡିମ୍ପଲ ଭୋକ ଉପାସରେ ସେମିତି ଶ୍ଵଶୁର ଘର ଆଗରେ ଧାରଣା ଦେଇ ବସିଛନ୍ତି । କେବଳ ପୋଲିସ ଆସି ସେଠାରେ ଭିଡ ଜମାଉଛନ୍ତି ବୋଲି ଦେଖା ଯାଇଛି ।
ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେ ଏମିତି ଧାରଣ ଦେଇ ବସି ରହିବେ ବୋଲି ଡିମ୍ପଲ ନିଜ ରାଏ ରେ କହିଛନ୍ତି । ଡିମ୍ପଲଙ୍କ ସୁରକ୍ଷା ପାଇଁ ତାଙ୍କ ବାପା ଭାଇ ତାଙ୍କ ପାଖରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ବି ନାହାନ୍ତି । କାରଣ ଏ ହେଉଛି ଡିମ୍ପଲଙ୍କ ଶ୍ଵଶୁର ଘର । କୋର୍ଟ ମାଧ୍ୟମରେ ଯାହା ଫଇସଲା ହେବ ବୋଲି କୁହା ଯାଇଛି । ତେବେ ଏଥିପ୍ରତି ପ୍ରଶାସନ ଓ ସରକାର ଅଧିକ ଗୁରୁତ୍ଵ ଦେବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କ ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।