Special Report: ନିଜ ଝିଅକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ଏହି ମହିଳା ପୋଲିସ, ମୁଖ୍ୟମନ୍ତ୍ରୀ ଦେଖି କହିଲେ ଏମିତି… ଦେଖନ୍ତୁ Video

ଯେଉଁ ମହିଳା ନୂଆ ନୂଆ ମା ହୋଇଥାଏ ସନ୍ତାନର ଦେଖା ଶୁଣା ସହ ନିଜର ଡ୍ୟୁଟି କରିବା ତାଙ୍କ ପାଇଁ ବହୁତ କଷ୍ଟକାର କାର୍ଯ୍ୟ ହୋଇଥାଏ । କିନ୍ତୁ ଏହି ମହିଳା ପୋଲିସ ଅଧିକାରୀଙ୍କୁ ଦେଖନ୍ତୁ ଯିଏକି ନିଜ ଝିଅକୁ କୋଳରେ ଝୁଲାଇ ହାତରେ ଓୟାରଲେସ ଧରି ଡ୍ୟୁଟି ଦେଉଛନ୍ତି । ଯାହାକି ବହୁତ ହିଁ ପ୍ରଶଂସନୀୟ ଅଟେ । ଏହିଭଳି ମା ମାନଙ୍କୁ ଆମର ସ୍ୟାଲୁଟ । ଯିଏକି ନିଜର ମା ଓ ଜଣେ ମହିଳା ପୋଲିସ ରୂପରେ ସବୁ ଦାୟିତ୍ଵକୁ ତୁଲାଇଛନ୍ତି । ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ନିଜ କୁନି ଝିଅକୁ ଧରି ଏହି ମହିଳା ଡ଼ିଏସପି ଅଫିସର ଜଣକ ନିଜର ଡ୍ୟୁଟି କରୁଥିଲେ ।

ଯାହାଙ୍କର ଫଟୋ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି । ମାର କର୍ତବ୍ୟ ସହ ପୋଲିସର କର୍ତବ୍ୟ କରୁଥିବା ମହିଳା ଡ଼ିଏସପିଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ବି ପ୍ରଶଂସା କରିଛନ୍ତି । ପୁରା ଭାରତରେ ଚର୍ଚାର ବିଷୟ ହୋଇଥିବା ଏହି ମହିଳା ଅଧିକାରୀ ଜଣକ ହେଉଛନ୍ତି ଡ଼ିଏସପି ମୋନିକା ସିଂହ ।

ଭାଇରାଲ ହେଉଥିବା ଫଟୋରେ ଡ଼ିଏସପି ମୋନିକା ସିଂହ ନିଜର ୧.୫ ବର୍ଷର ଝିଅକୁ କୋଳରେ ଧରି ଡ୍ୟୁଟି କରୁଥିବାର ନଜର ଆସୁଛନ୍ତି । କହିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହେଲିପ୍ୟାଡର ସୁରକ୍ଷା ଦାୟିତ୍ଵରେ ତାଙ୍କୁ ନିଯୁକ୍ତି କରାଯାଇ ଥିଲା ।

ସେହି ସମୟରେ ଘରେ ଝିଅକୁ ସମ୍ଭାଳିବା ପାଇଁ କେହି ନ ଥିବାରୁ ବାଧ୍ୟ ହୋଇ ସେ ନିଜର କୁନି ଝିଅକୁ ନିଜ ସହିତ ନେଇ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କୁନି ଝିଅକୁ ଜଣଙ୍କ ହାତରେ ଦେଇ ଥିଲେ କିନ୍ତୁ ଝିଅ କାନ୍ଦିବାରୁ ତାକୁ ପୁଣି ଥରେ କୋଳରେ ଧରି ଡ୍ୟୁଟି କରିବା ପାଇଁ ବାଧ୍ୟ ହୋଇଥିଲେ ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକ୍ରମ ସମାପ୍ତ କରି ଫେରୁ ଥିଲେ । ସେ ମୋନିକାଙ୍କ ପାଖରେ ତାଙ୍କର ଝିଅକୁ ଦେଖି ହେଲିକପ୍ଟର ପାଖରୁ ଫେରି ଆସି ଝିଅକୁ ସ୍ନେହ ଦେବା ସହ ମୋନିକାଙ୍କ ପ୍ରଶଂସା କରିଥିଲେ ଓ କହିଥିଲେ ସେ ସମସ୍ତ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଉଦାହରଣ ଓ ପୁରା ମଧ୍ୟପ୍ରଦେଶ ତାଙ୍କ ପାଇଁ ଗର୍ବିତ । ଏହା ବିଷୟରେ ମଧ୍ୟପ୍ରଦେଶର ମୁଖ୍ୟ ଶିବରାଜ ସିଂହ ଚୋହନ ବି ନିଜର ଟ୍ଵିଟର କହିଛନ୍ତି ।

ସୂଚନା ଅନୁସାରେ ଡ଼ିଏସପି ମୋନିକା ସିଂହ କହିଥିଲେ କି ଦୁଇ ଦିନ ପାଇଁ ଫୀଲ୍ଡରେ ତାଙ୍କର ଡ୍ୟୁଟି ଲାଗିଥିଲା ଓ ତାଙ୍କ ସ୍ଵାମୀ ଦିଲ୍ଲୀରେ କାମ କରୁଛନ୍ତି । ଝିଅକୁ ଦିନେ ସମ୍ପର୍କୀୟଙ୍କ ଘରେ ଛାଡି ଥିଲେ । କିନ୍ତୁ ଦୁଇ ଦିନ ଝିଅକୁ ଛାଡିବା ବହୁତ କଷ୍ଟକର ଥିଲା । ସେଥିପାଇଁ ୧୮ ମାସର ଝିଅକୁ କୋଳରେ ଧରି ସେ ବାଧ୍ୟ ହୋଇ ଡ୍ୟୁଟିକୁ ଆସିଥିଲେ । ମୋନିକା ସିଂହଙ୍କ ଏହିଭଳି କାର୍ଯ୍ୟକୁ ବର୍ତ୍ତମାନ ପୁରା ଦେଶ ପ୍ରଶଂସା କରୁଛି ।

Leave a Reply

Your email address will not be published. Required fields are marked *