ମୁହଁର କଳା ଦାଗରୁ ମୁକ୍ତି ମିଳିବାର ଉପାୟ- Health Tips

ଆଜିକା ସମୟରେ କିଏ ଅବା ସୁନ୍ଦର ହବାକୁ ଇଛା କରନ୍ତି ନାହିଁ, ସମସ୍ତେ ସୁନ୍ଦର ମୁହଁଟିକୁ ଦେଖିଲେ ତାକୁ ବୁଲି ବୁଲି ଅନେଇ ଥାନ୍ତି । ସୁନ୍ଦର ଚେହେରା ପାଇବା ପାଇଁ ଝିଅମାନେ ବା ସ୍ତ୍ରୀ ଲୋକ ମାନେ ପାର୍ଲରରେ କେତେ ଟଙ୍କା ଦଉଛନ୍ତି କିନ୍ତୁ କିଛି ଲାଭ ହେଉ ନାହିଁ କାହିଁକିନା ସେ କିଛି ଦିନ ଭଲ ରହିବା ପରେ ଆଉ ଅଧିକ ମାତ୍ରାରେ ଚେହେରା ଖରାପ ହବାକୁ ଲାଗୁଛି ଯାହା ଫଳରେ ଆପଣଙ୍କୁ ଆଉଥରେ ପାର୍ଲର ଯିବାକୁ ପଡିଥାଏ ।

ତେବେ ଆଜି ଆମେ ଆପପଣଙ୍କୁ ଏମିତି କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଉପାୟ କରିବା ମାତ୍ରେ ଆପଣଙ୍କ ମୁହଁ କଳା ଦାଗ, ଛଉ ଓ ବୟସ ଦାଗ ସବୁ ପଳେଇଥାଏ ଏହା ଛଡା ଆପଣଙ୍କ ମୁହଁରେ ପିମ୍ପଲ ଆସିନଥାଏ ।

 

Image Courtesy: Google

୧. ହଳଦୀ :

ତେବେ ଭାରତରେ ବର୍ତମାନ ସବୁଠାରୁ ଅଧିକ ଓ କ୍ଵାଲିଟି ହଳଦୀ ଓଡିଶାରେ ଉତ୍ପାଦନ କରା ଯାଉଛି କିନ୍ତୁ ଦୁଃଖର ବିଷୟ ଏହା ଅଟେ ଯେ ଆମେ ଶରୀର ଓ ମୁହଁ ଭଳି କୋମଲ ସ୍ଥାନ ପାଇଁ ପାଉଡର ହଳଦୀ ବ୍ୟବହାର କରୁଛୁ । ଏହା ସଂପୂର୍ଣ୍ଣ ଭାବରେ ଭୁଲ କଥା ଆପଣ ହଳଦୀ ଗୋଟା ନିଅନ୍ତୁ ଓ ଏହାକୁ ଶୀଳରେ ବାଟି ମୁହଁରେ ଲଗାନ୍ତୁ ଓ ଶରୀରରେ ଲଗାନ୍ତୁ ଏହା ସହ ସବୁଦିନ କିଛି ଗୋଟା ହଳଦୀ ସେବନ ମଧ୍ୟ କରନ୍ତୁ ଦେଖିବେ ଆପଣଙ୍କୁ ସ୍ୱାସ୍ଥ୍ୟ ସହ ସୁନ୍ଦରତା ମିଳିବ ଯାହା କୌଣସି ବରଦାନ ଠାରୁ କମ ନୁହ ।

Image Courtesy: Google

୨. ଆପଣଙ୍କୁ ଯଦି କୌଣସି ଲେପ ଭଲ ଲାଗେ ଲଗେଇବା ପାଇଁ ତେବେ ମନେ ରଖନ୍ତୁ ଆପଣଙ୍କୁ ଘିକୁଆଁରୀ, ହଳଦୀ, ଚନ୍ଦନ, କୁକୁମ ବ୍ୟଭାର କରନ୍ତୁ ଓ ମନେ ରଖନ୍ତୁ କୁକୁମ ବହୁତ କମ ମାତ୍ରାରେ ବ୍ୟବହାର କରିବେ ବହୁତ ଲୋକଙ୍କ ମନରେ ଆସିବ ଯେ କୁକୁମ କଣ ପାଇଁ ତେବେ ଜାଣି ରଖନ୍ତୁ କୁକୁମ ଆପଣଙ୍କ ଚେହେରାକୁ ବୟସ ଅଧିକ ବା ଆଣ୍ଟି ଏଜିଙ୍ଗ ଯାହାକୁ କୁହା ଯାଏ ତାହା କରିବାରୁ ବଞ୍ଚାଇଥାଏ । ଏହି ଲେପ ଲଗାଇବା ଆଗରୁ ନିଜ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ ଓ ଏହା ପରେ ଏହି ଲେପ ବ୍ୟବହାର କରନ୍ତୁ ଘାନ୍ତେ ରଖିବା ପରେ ଆପଣ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ଚେହେରା ଦିନକୁ ଦିନ ଗ୍ଲୋ କରିବାକୁ ଲାଗିବ ।

Image Courtesy: Google

୩. ଘିକୁଆଁରୀ ତେବେ ବହୁତ ଲୋକ ଘିକୁଆଁରୀ କହିଲେ ବୁଝିବେ ନାହିଁ ଏଲୋଭେରା କହିଲେ ବୁଝିବେ ତେବେ ଏଲୋଭେରା ଗଛ ଗୋଟେ କୁଣ୍ଡରେ ଲଗାନ୍ତୁ ଓ ତାର ଦେଖା ସୁନା କରନ୍ତୁ ଦେଖିବେ କିଛି ଦିନ ଭିତରେ ତାହା ବଡ ହୋଇ ଆପଣଙ୍କୁ ଉପକାର ଦବ ଯଦି ଆପଣ କିଛି ଲଗେଇବାକୁ ଇଛା କରୁ ନାହାନ୍ତି ତେବେ ଏଲୋଭେରା ନେଇ ମୁହଁରେ ଲଗାନ୍ତୁ ଏହା ସହ ତାକୁ ପ୍ରତିଦିନ କିଛି କିଛି ମାତ୍ରାରେ ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ ।

ଏହା ସହ ଯଦି କୌଣସି ପୋଡା ଜଳା ହେଇ ଯାଉଛି ତେବେ ଆପଣ ଏଲୋଭେରା ଖଣ୍ଡ ନିଅନ୍ତୁ ଓ ଚୋପା ଛଡେଇ ଜଳା ଜାଗାରେ ଲଗାନ୍ତୁ ଯେତେ ପୋଡି ଥିଲେ ମଧ୍ୟ ଫୋଟକା ହବ ନାହିଁ ନା ଘା ହବ ଏଲୋଭେରା ତାକୁ ଶୁଖାଇ ଦବ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *