ମୁକେଶ ଅମ୍ବାନିଙ୍କୁ ବଡ ଘୋଷଣା । ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟଫୋନ ଆଣିବ ଜିଓ-ଗୁଗୁଲ, ଜାଣନ୍ତୁ କଣ ରହିବ Features

ବହୁତ ଦିନ ପରେ ରିଲୟାଂସ ନିଜର ଗ୍ରାହକମାନଙ୍କୁ ଏକ ନୂଆ ଫୋନ ଉପହାର ସ୍ୱରୂପ ପ୍ରଦାନ କରିଛି । ଜିଓ ନିଜର ନୂଆ ଫୋନର ନାଁ ଜିଓ ଫୋନ ନେକ୍ସ୍ଟ ରଖିଛି । ଯାହାକୁ ଆଜି RIL AGM ୨୦୨୧ରେ ରିଲିୟାଂସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଲଞ୍ଚ କରିଛନ୍ତି । Jio Phone Next ଗୋଟିଏ ସ୍ମାର୍ଟଫୋନ ଅଟେ ଯାହାକୁ ଗୁଗଲ ସହ ପାର୍ଟନରସିପରେ ଲଞ୍ଚ କରାଯାଇଛି ।

Jio Phone Nextକୁ ଦୁନିଆର ସବୁଠୁ ଭଲ ଓ ଶସ୍ତା ସ୍ମାର୍ଟଫୋନ ବୋଲି କୁହାଯାଉଛି । Jio Phone Nextର ବିକ୍ରି ୧୦ ସେପ୍ଟେମ୍ବର ୨୦୨୧ରେ ଗଣେଶ ଚତୁର୍ଥୀର ଖାସ ଉତ୍ସବରେ ଆରମ୍ଭ ହୋଇଯିବ । Jio Phone Next ପାଇଁ ଗୁଗଳ ଖାସ ରୂପରେ ଏଂଡ୍ରୟଡ ସଫ୍ଟୱେୟରକୁ ଡିଜାଇନ କରିଛି । ଏହି ଫୋନରେ ଏଂଡ୍ରୟଡ ସଫ୍ଟୱେୟର ଡିଜାଇନ ସହ ଜଡିତ ସମସ୍ତ ଫିଚର୍ସ ଅଛି ।

ଫୋନରେ ୱୟସ ଅସିସ୍ଟେଂଟ, ଅଟୋମେଟିକ ସ୍କ୍ରୀନ ଟେକ୍ସ୍ଟ ରୀଡ, ଲୈଂଗ୍ୱେଜ ଟ୍ରାଂସଲେଶନ, ସ୍ମାର୍ଟ କ୍ୟାମେରା ଭଳି ଫୀଚର୍ସ ଅଛି । Jio Phone Next ବିଷୟରେ ଗୁଗଳ ବି ନିଜର ବଳ୍କରେ ସୂଚନା ଜାରି କରିଛି । Jio Phone Next ଏକ ଏଂଡ୍ରୟଡ ସ୍ମାର୍ଟଫୋନ ଅଟେ ଯେଉଁଥିରେ ଗୁଗଳର ବହୁତ ଏପ୍ସ ପ୍ରୀ-ଇଂସ୍ଟଲ ମିଳିବ । ଫୋନର ଡିସ୍ପ୍ଲେର ସାଇଜ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳି ନାହିଁ ।

କିନ୍ତୁ ଫଟୋ ଦେଖି ଜଣା ପଡୁଛି କି Jio Phone Next ୫ କିମ୍ବା ୫.୫ ଇଞ୍ଚ କଳର ଡିସ୍ପ୍ଲେ ଅଟେ । କ୍ୟାମେରା ସହିତ ନାଇଟ ମୋଡ ବି ମିଳିବ । Jio Phone Next କ୍ୟାମେରା ସହିତ ଗୁଗଳ ଲେନ୍ସର ସପୋର୍ଟ ବି ମିଳିବ । ଏହା ଛଡା କେତେକ ପ୍ରକାରର ଫିଲ୍ଟର୍ସ ବି ମିଳିବ । କ୍ୟାମେରା ସହିତ ପୋଟ୍ରେଟ ମୋଡ ବି ମିଳିବ । କ୍ୟାମେରା ସହିତ ସ୍ନାପଚ୍ୟାଟର ଫିଲ୍ଟର ବି ମିଳିବ । ଜିଓ ଫୋନ ନେକ୍ସ୍ଟ ଗୁଗଲ ଆସିସ୍ଟେଂଟ ଆପଣଙ୍କ କହିବା ଅନୁସାରେ ଗୀତ ବଜାଇବ ଓ ମାଈ ଜିଓ ଏପ ବି ଓପନ କରିବ ।

Jio Phone Nextରେ ସମସ୍ତ ପ୍ରକାରର ସଫ୍ଟୱେୟର ଓ ସିକ୍ୟୋରିଟୀ ଅପଡେଟ ବି ମିଳିବ । ଫୋନରେ ଫିଜିକଲ ବଟନ ସହ ପାୱର ଓ ବଲ୍ୟୁମ ବଟନ ବି ମିଳିବ । ନେବିଗେଶନ ଓ ହୋମ ପାଇଁ ଟଚର ସପୋର୍ଟ ଅଛି । ଫୋନର ବ୍ୟାକ ପ୍ୟାନେଲ ଉପରେ କମ୍ପାନୀର ଲୋଗ ବି ଲାଗିଛି । ଫ୍ରନ୍ଟ କ୍ୟାମେରାର ସହିତ ଫ୍ଲାଶ ଲାଇଟ ବି ଅଛି । ରିୟର ପ୍ୟାନେଲ ଉପର ବି ସିଂଗଲ କ୍ୟାମରା ଓ କ୍ୱଡ ଫ୍ଲାଶ ଲାଇଟ ବି ଅଛି ।

ମୁକେଶ ଅମ୍ବାନୀ କହିଲେ କି ଆମେ 5G ସିଷ୍ଟମକୁ ବିକସିତ କରିବାରେ ଓ 5ଜି ଉପକରଣର ଏକ ସିରିଜକୁ ବିକଶିତ କରିବା ପାଇଁ ସମସ୍ତେ ମିଶି କାମ କରିବାକୁ ପଡିବ । ଜିଓ କେବଳ ଭାରତକୁ 2G ମୁକ୍ତ କରିବା ପାଇଁ କାମ କରୁ ନାହିଁ ଅଥବା 5G ଯୁକ୍ତ କରିବା ପାଇଁ ବି ଚେଷ୍ଟା କରୁଛି । ସେ ଆଗକୁ କହିଲେ କି Jio Phone Next କେବଳ ଭାରତରେ ନୁହେଁ, ପୁରା ବିଶ୍ଵରେ ସବୁଠୁ ଶସ୍ତା ସ୍ନାର୍ଟଫୋନ ମଧ୍ୟରୁ ଗୋଟିଏ ହେବ । ‘

Leave a Reply

Your email address will not be published. Required fields are marked *