ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମଲ୍ଟି ଟ୍ୟାଲେନ୍ଟେଡ ପ୍ରତିଭା ଲାଲି । ସେ ଯାତ୍ରା ରେ ଅଭିନୟ କରିବା ସହ ସିରିଏଲ ଆର୍ଟିଷ୍ଟ ମଧ୍ୟ । ଏହା ସହ ଅଭିନେତ୍ରୀ ଲାଲି ବହୁତ ଭଲ କମେଡି ମଧ୍ୟ କରନ୍ତି । ଅଭିନେତ୍ରୀ ଲାଲି କହିଛନ୍ତି ଗଣମାଧ୍ୟମରେ ଏକ ସାକ୍ଷାତ୍କାରରେ ନିଜର ଅଭିନୟ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ସେ କହିଛନ୍ତି ଯେ ” ମୋର ପ୍ରକୃତ ନାମ ହେଉଛି ସଞ୍ଜିତା ଦାସ । ମୋ ନିକ ନାଁ ରୁନୁ କିନ୍ତୁ ମୋତେ ସମସ୍ତେ ଡଲି ନାଁ ରେ ଜାଣନ୍ତି । ତା ପରେ ମୁଁ ଲାଲି ହୋଇଗଲି । ସମସ୍ତେ ମୋତେ ବହୁତ ଭଲ ପାଉଥିଲେ କାରଣ ମୁଁ ଲୋକଙ୍କୁ କମେଡି କରି ବହୁତ ହସାଇଥାଏ । ମୁଁ ଦୁଇ ଦୁଇ ଠଡ଼ ଆୱାର୍ଡ ମଧ୍ୟ ପାଇଛି । ମୋର ନିଜର ଇଚ୍ଛା ଥିଲା ଅଭିନୟ କରିବାକୁ ପିଲାବେଳୁ ।
ବହୁତ କମ କଳାକାର ମାନେ କହିଥାନ୍ତି ମୁଁ ବହୁତ ବଡ ବଡ ପରିବାରରୁ ଆସିଛି ମୋ ପାଖରେ ବହୁତ ଟଙ୍କା ଅଛି କିନ୍ତୁ ଏମିତି ମୋ ପାଖରେ କିଛି ନାହି । ପ୍ରଥମେ ମୁଁ ମୋ ପରିବାରକୁ ସପୋର୍ଟ କରିବାକୁ ଯାତ୍ରା ରେ ଅଭିନୟ କରିଥିଲି । ଯାତ୍ରାରେ 15ରୁ 16 ବର୍ଷ ରହିଲି ବହୁତ ସଂଘର୍ଷ କରିଲି । ଯାତ୍ରା ରେ ଆସିବା ପାଇଁ ମୁଁ ଘରୁ ଲୁଚିକି ଆସିଥିଲି । ଏ ଲାଇନରେ ବହୁତ କଷ୍ଟ କରିବାକୁ ପଡେ ତା ପରେ ଯାଇ ପରିଣାମ ମିଳିଥାଏ ।
ମୁଁ ସମସ୍ତଙ୍କୁ କହିବି ଯେଉଁ ମାନେ ଅଭିନୟ ପାଇଁ ଇଚ୍ଛା କରନ୍ତି କାମ କର ପଇସାକୁ ଅପେକ୍ଷା କର ନାହି । ବହୁତ କଷ୍ଟ କରି ମୁଁ ଆଜି ଏ ଜାଗାରେ ପହଞ୍ଚି ପାରିଛି । ମୋତେ ପ୍ରଜ୍ଞା ଭାଇ “ମିଷ୍ଟର ନନସେନ୍ସ” ରେ ଚାନ୍ସ ଦେଇଥିଲେ । ଆଉ ଚାନ୍ଦିନୀ ଜେନା ଯିଏ ଜାଇଫୁଲ ନାଁ ରେ ପରିଚିତ । ଏହି ଦୁଇ ଜଣ ମୋତେ ବହୁତ ସପୋର୍ଟ କରିଛନ୍ତି କ୍ଯାରିୟରରେ ଆଗକୁ ଯିବା ପାଇଁ ।
ମୋର ପ୍ରଥମ ଯାତ୍ରା ହେଉଛି “ଦୁଖ ଦେଇଗଲା ଦରଦୀ ବନ୍ଧୁ” । ଏହି ନାଟକରେ ମୋର ଗୋଟେ ଚରିତ୍ର ଥିଲା ବିଜୁଳି ନା ରେ । ମୋର ପ୍ରଥମ ଅଭିନୟ କ୍ଯାରିୟର ଏହି ନାଟକ ରୁ ଆରମ୍ଭ ହୋଇଥିଲା । ଏହି ନାଟକରେ ମୋର ଗୋଟେ ବହୁତ ଦମଦାର ଡାଇଲଗ ହେଉଛି ରାଣ ଅଛି ବାର ଦିନକୁ ଦୁଇ ବୋତଲ ପିଇବି ।
ବାର ଦୋକାନରେ କେତେ ପିଉଛନ୍ତି ମୁଁ ବି ପିଇବି ରାଣ ଅଛି । ମୁଁ ଆଗ ମାପ ନେବି ତା ପରେ ବାହା ହେବି , ଯିଏ ଆସି ମୋତେ ବାହା ହେବାକୁ କହିବି ତାକୁ କହିବି ବୋତାମ ଖୋଲ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଲାଲି ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।