ଡାକ୍ତର ବାବୁ ତୁମେ ଆଜି ମୋତେ ଆଉ ମୋ ପରିବାରକୁ ବଞ୍ଚେଇ ଦେଲ । ଆମେ ଆଜି ମ-ରୁ ମ-ରୁ ତୁମ ପାଇଁ ବଞ୍ଚି ଯାଇଛୁ । ମୁଁ ଆଜି ତୁମ ପାଇଁ ଏ ଦୁନିଆ ଦେଖିବାର ସୁଯୋଗ ପାଇଲୁ । ତୁମେ ନ ଥିଲେ ଆମର କଣ ହୋଇଥାନ୍ତା ସେ କଥା କିଏ ବା କହିବ ? ତୁମକୁ ଅଶେଷ ଅଶେଷ ଧନ୍ୟବାଦ ଡାକ୍ତର ବାବୁ । କିଛି ସମ୍ପର୍କ ନ ଥାଇ ବି ଆଜି ଆମକୁ ମ-ର-ଣ ମୁହଁ ରୁ ଟାଣି ଆଣିଲା ।
ହଁ ଦର୍ଶକ ବନ୍ଧୁ ଡାକ୍ତର ବାବୁ ଙ୍କ ପାଖରେ ବସି ଏମିତି କିଛି ମନେ ମନେ କହି ଯାଉଥିବ 14 ଦିନର ଶିଶୁ କନ୍ୟା । ଏହି ଶିଶୁ କନ୍ୟା ପାଇଁ ଡାକ୍ତର ପାଲଟିଛନ୍ତି ଦେବଦୂତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ପାରାଦ୍ଵୀପ ଚୌଧୁରୀ ଗଡ ରାସ୍ତା ରେ । ଏ ଦୃଶ୍ୟ କୁ ଆପଣ ବି ଟିକେ ଭଲରେ ଦେଖନ୍ତୁ । କାରଣ 14 ଦିନର ଶିଶୁ କନ୍ୟା ଟି ଡାକ୍ତର ବାବୁ ହାତରେ କଇଁ କଇଁ ହୋଇ କାନ୍ଦୁଛି ।
ବୋଧ ହୁଏ ଏମିତି କାନ୍ଦି କାନ୍ଦି ଡାକ୍ତର ବାବୁ ଙ୍କୁ ସେ ପ୍ରଶଂସା କରୁଛି । ଆଉ ଚାରି ପଟେ ଏକତ୍ର ହୋଇଛନ୍ତି ଲୋକେ । କାରଣ କାର ଟି ଦୁର୍ଘଟଣା ଅଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ କାର ନମ୍ବର AS2BX3950 କଟକ ପାରାଦ୍ଵୀପ ନିକଟସ୍ଥ ଚୌଧୁରୀ ଗଡ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ କୁ ଗାଡି ଯାଇଥିଲା । ଯାହା କାରଣରୁ କାର ଟି ଯାଇ ଏକ ବଡ ଗଛରେ ଧକ୍କା ହୋଇଥିଲା ।
ଆଉ କାର ସହ 3 ଜଣ ମହିଳା ଓ ଜଣେ ପୁରୁଷ ଙ୍କ ସହ 10 ବର୍ଷର ପୁଅ ଓ 14 ଦିନର ଶିଶୁ କନ୍ୟା କାର ଭିତରେ ଫସି ରହିଥିଲେ । ଠିକ ସେହି ସମୟରେ ଭୁତ ମୁଣ୍ଡାଇ ଅଞ୍ଚଳର ଡାକ୍ତର ସ୍ମୃତି ରଞ୍ଜନ ମହାପାତ୍ର ଘଟଣା ସ୍ଥଳରେ ଦେବଦୂତ ସାଜି ପହଞ୍ଚି ଯାଇଥିଲେ । ପ୍ରଥମେ ଶିଶୁ କନ୍ୟାକୁ ଉଧାର କରିବା ପରେ ଅନ୍ୟ ମାନଙ୍କୁ କାର ଭିତରୁ ଟାଣି ଅନାଇ ନିଜ ଗାଡି ରେ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରାଇ ଥିଲେ ।
ତେବେ ସପରିବାର ଏବେ ସୁସ୍ଥ ଥିବା ଜଣା ପଡିଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି କୁ ଅନୁଧ୍ୟାନ କରିବା ସହ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି । ତେବେ ଡାକ୍ତର ବାବୁ ଙ୍କ ଏଭଳି କାମର ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଡାକ୍ତର ବାବୁଙ୍କ ମହତ କାମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।