ମୁଣ୍ଡଠୁ ନେଇ ଗୋଡ ପର୍ଯ୍ୟନ୍ତ ସବୁ ପ୍ରକାର ଆଣ୍ଠୁଗଣ୍ଠି ବିନ୍ଧା ଦୂର କରିଦେବ ଏହି ତେଲ, ବାସ ଏମିତି କରନ୍ତୁ ମାଲିସ- Remedy For Joint Pain

ଆଜିକାଲି ଅଧିକାଂଶ ଲୋକ ମାନଙ୍କର ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ଅଧିକ ଦେଖା ଯାଉଛି । ବିଶେଷ କରି ଯେଉଁ ମାନଙ୍କର ଅହଡିକଧିକ ବୟସ ହୋଇ ସାରିଛି ସେମାନଙ୍କ କ୍ଷେତ୍ର ରେ ଏହି ସମସ୍ଯା ଦେଖା ଯାଉଛି । ଏଥିପାଇଁ କିଛି ଲୋକ ମାନେ ଆୟୁର୍ବେଦିକ ଚିକିତ୍ସା କରିବା ସହ ଡାକ୍ତରୀ ଔଷଧ ଅମଧ୍ୟ ସେବନ କରିଥାନ୍ତି । କିନ୍ତୁ କିଛି ମାତ୍ରାରେ ଏହା ରିହାତି ଦେଇଥିଲେ ମଧ୍ୟ ପରେ ଏହି ସମସ୍ୟା ପୁଣି ଦେଖାଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ୩ଟି ହୋମ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଆଁଠୁ ଗଣ୍ଠି ଭଳି ସମସ୍ୟା ଦୂର ହୋଇପାରିବ ।

ପ୍ରଥମ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ୨୦ରୁ ୨୫ଟି ଲବଙ୍ଗ । ଯେଉଁ ମାନଙ୍କର ହାତ, ଗୋଡ, ହାଡ ଅଧିକ ଯନ୍ତ୍ରଣା ହେଉଥାଏ ସେମାନଙ୍କ ପାଇଁ ଏହି ରେମେଡି ବେଷ୍ଟ ଅଟେ । ଏହା ପରେ ଆପଣ ୧୦୦ ଗ୍ରାମ ସୋରିସ ତେଲ ଏକ ପାତ୍ରରେ ନିଅନ୍ତୁ । ଏହା ପରେ ୧୦ ମିନିଟ ଯାଏଁ ଏହାକୁ ଧିମା ଆଞ୍ଚରେ ଫୁଟାନ୍ତୁ । ଏହା ପରେ ସୋରିଷ ତେଲରେ ଲବଙ୍ଗ ପକାନ୍ତୁ । ଏହା ଭଲ ଭାବେ ଫୁଟିବା ପରେ ଏହାକୁ କାଢି ଥଣ୍ଡା ହେବାକୁ ଦିଅନ୍ତୁ ।

ଲବଙ୍ଗ ତେଲ ଥଣ୍ଡା ହେବା ପରେ ଆପଣ ଡବା ସାହାଯ୍ୟରେ ଷ୍ଟୋର କରି ରଖିପାରିବେ । ଏହାକୁ ଆପଣ ନିଜର ଜଏଣ୍ଟ ପେନ ହେଉଥିବା ଜାଗାରେ ଭଲ ଭାବେ ମଶାଚ କରନ୍ତୁ । ଏହାକୁ ଆପଣ ରାତିରେ ଶୋଇବା ପୂର୍ବ ରୁ କରି ପାରିବେ । ଯଦି ଆପଣ ଲବଙ୍ଗ ତେଲ ତିଆରି କରିପାରିବେ ନାହି ତେବେ ଆପଣ ବଜାରରୁ ଏହାକୁ ଆଣି ପାରିବେ । ଏହା ସାହା ଆପଣ ରାଶି ତେଲ ମଧ୍ୟ ପ୍ରୟୋଗ କରି ପାରିବେ ।

ଦିତୀୟ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଶୁଦ୍ଧ ଗାଈ ଘିଅ ଯାହା ଆଁଠୁ ଗଣ୍ଠି ସମସ୍ୟାରୁ ରହାତି ମିଳିବ । ପ୍ରତିଦିନ ଏକ ଚାମଚ ଗାଈ ଘିଅର ସେବନ କରନ୍ତୁ । ଯେଉଁ ମାନଙ୍କର ଜଏଣ୍ଟ ପେନ ଭଳି ସମସ୍ଯା ରହିଛି ଏହା ରାମବାଣ ଭଳି କାମ କରିବ । ଗାଈ ଘିଅକୁ ଆପଣ ଡାଲି ବା ତରକାରୀରେ ଆଡ କରି ଖାଇ ପାରିବେ ।

ଏହା ସହ ଦିନ ସାରା ୩ରୁ ୪ ଲିଟର ପାଣିର ସେବନ କରନ୍ତୁ । ଏହା ସହ ଖଟା ବା ତେଲ ଜାତୀୟ ଖାଦ୍ଯର ସେବନ ଅଳ୍ପ କରନ୍ତୁ । ତୃତୀୟ ରେମେଡି ହେଉଛି ଏକ ପାତ୍ର ରେ ଥଣ୍ଡା ପାଣି ନିଅନ୍ତୁ । ଏହା ପରେ ଏକ କପଡା ସାହାଜ୍ଯରେ ପାଣିକୁ ବୁଡାଇ ଏହାକୁ ଆଁଠୁ ଗଣ୍ଠି ଯନ୍ତ୍ରଣା ହେଉଥିବା ଜାଗାରେ ସେକ ଦିଅନ୍ତୁ ଯେ ପର୍ଯ୍ଯନ୍ତ ଆପଣଙ୍କ କପଡା ଶରୀରର ତାପମାତ୍ରାରେ ଗରମ ନ ହୋଇଛି ।

ଅଣ୍ଟା ବିନ୍ଧା ହେଉଥିଲେ ମଧ୍ୟ ଆପଣ ଏହାର ପ୍ରୟୋଗ କରିପାରିବେ । ତେବେ ଏହା ଥିଲା ଏହି ୩ଟି ରେମଡି ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କର ଆଁଠୁ ଗଣ୍ଠି ସମସ୍ଯା ଦୂର ହୋଇପାରିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *