ମୁଁ ଜାଣିଥିଲି ଯେ ମୁଁ ଆଉ ଫେରିବିନୀ! ଦେଖନ୍ତୁ Kalpana Chawla ଙ୍କ ମୃତ୍ୟୁର ରହସ୍ୟ…

ବନ୍ଧୁଗଣ ଆପଣ ମାନେ ସମସ୍ତେ କଳ୍ପନା ଚାବଲାଙ୍କ ନାମ ତ ନିଶ୍ଚୟ ଶୁଣିଥିବେ । ଯିଏ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ଥିଲେ । ସେ ତାଙ୍କ ଜୀବନରେ ଦୁଇ ଦୁଇ ଥର ମହାକାଶ ଯାତ୍ରା କରିଥିଲେ । ପ୍ରଥମ ଯାତ୍ରାଟି ସଫଳ ହେଇଥିଲା କିନ୍ତୁ ଦ୍ଵିତୀୟ ଯାତ୍ରାରେ ଫେରିବା ବେଳେ ପୃଥିବୀରୁ ଅବତରଣ କରିବାର କିଛି ମିନିଟ ପୂର୍ବରୁ ଏକ ଏପରି ଘଟଣା ଘଟିଥିଲା ଯାହା ସ୍ପେସ ସିପ ସହ ସେଥିରେ ଥିବା ସମସ୍ତ ମହାକାଶଚାରିଙ୍କୁ ଜାଳି ପୋଡି ପାଉଁଶ କରିଦେଲା ।

ତେବେ ଏସବୁ କଣ ନାସା ଜାଣିଶୁଣି କରିଥିଲା ନା ଏହା ଏକ ଦୁର୍ଘଟଣା ଥିଲା । ଆଜି ଆମେ ଆପଣ ମାନଙ୍କୁ କଳ୍ପନା ଚାବଲାଙ୍କ ଦୁର୍ଘଟଣା ରହସ୍ୟ ବିଷୟରେ କହିବାକୁ ଯାଉଛୁ । 17 ମାର୍ଚ୍ଚ 1962 ମସିହାରେ ହରିୟଣାର କର୍ଣ୍ଣଲରେ କଳ୍ପନା ଚାବଲା ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରାଥମିକ ଶିକ୍ଷା ଟାଗୋର ପାଲ ନିକେତନ ସ୍କୁଲରେ ସମାପ୍ତ କରି 1976 ମସିହାରେ ଏରୋନେଟିକାଲ ଇଞ୍ଜିନିୟର କଲେଜରୁ ସ୍ନାତକ ହାସଲ କରିଥିଲେ ।

ଏହା ପରେ 1982 ମସିହାରେ ସେ ଆମେରିକା ଯାଇ ଟେକ୍ସେସ ବିଶ୍ଵ ବିଦ୍ୟାଳୟରୁ ଏୟାର ସ୍ପେସ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । 1988ରେ ସେ ନାସା ସହ କାମ କରିବା ଆରମ୍ଭ କରିଥିଲେ । କଳ୍ପନା 19 ନଭେମ୍ବର 1997 ମସିହାରେ ଆମେରିକାର ସ୍ପେସ ସେଣ୍ଟରରୁ ପ୍ରଥମ ଥର ମହାକାଶଯାନ ଚଲାଇ 6 ଜଣ କ୍ରୁ ମେମ୍ବର ସହ ମହାକାଶ ଯାଇଥିଲେ ।

ଏହା ସହ ସେ ମହାକାଶରେ 15 ଦିନ 16 ଘଣ୍ଟା ବିତାଇବା ପରେ ସଫଳତା ସହ 5 ଡିସେମ୍ବର 1997 ମସିହାରେ ପୃଥିବୀକୁ ଫେରିଥିଲେ । ଯାହା ଦ୍ଵାରା ସେ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ । ଏହି ସଫଳତା ପରେ ନାସା ତାଙ୍କୁ 2001 ମସିହାରେ ଦ୍ଵିତୀୟ ଥର ସ୍ପେସ ଯିବାକୁ ସିଲେକ୍ଟ କରିଥିଲା ।

ହେଲେ ସେହି ମହାକାଶ ଯାନରେ ବାରମ୍ବାର ତ୍ରୁଟି ଦେଖା ମିଳିଥିବା କାରଣରୁ ଲଞ୍ଚ ତାରିଖ ଘୁଞ୍ଚା ଯାଉଥିଲା ଯାହାଫଳରେ ତିନି ବର୍ଷ ବୀତି ଗଲା । ଶେଷରେ 16 ଜାନୁୟାରୀ 2003 ମସିହାରେ କଳ୍ପନା ଦ୍ଵିତୀୟ ଥର ପାଇଁ ମହାକାଶ ଯାତ୍ରା କରିଥିଲେ । ମହାକାଶରେ 15 ଦିନ 22 ଘଣ୍ଟା 20 ମିନିଟ ରହିବା ପରେ 1 ଫେବୃୟାରି 2003 ମସିହାରେ ସେ ପୃଥିବୀ ପୃଷ୍ଟ ଆଡକୁ ଫେରୁଥିଲେ ।

କଳ୍ପନା ଓ ତାଙ୍କ ସାଥିଙ୍କୁ ସ୍ଵାଗତ କରିବା ପାଇଁ ସାରା ପୃଥିବୀ ବାସୀ ଅପେକ୍ଷା କରି ରହିଥିଲେ ହେଲେ ଏ କଥା କେହି ବି ଜାଣି ନଥିଲେ ଯେ ଆନନ୍ଦ ଦାୟକ ଅପେକ୍ଷା କିଛି ମୂହୁର୍ତ୍ତରେ ଶୋକର ପରିଣତ ହେଇଯିବ ବୋଲି । କାରଣ ପୃଥିବୀ ପୃଷ୍ଟକୁ ପହଞ୍ଚିବା ପୂର୍ବରୁ ମାତ୍ର 63 କିଲୋମିଟର ଦୂରରେ ସ୍ପେସତି ବିସ୍ଫୋରଣ ହେଇଯାଇଥିଲା । ନାସା ଏହି ଘଟଣାର ଯାଞ୍ଚ କରିବା ପରେ ଏପରି ଏକ ସତ୍ୟ ସାମନାକୁ ଆସିଲା ।

ନାସା ଅନୁସାରେ ଯେବେ ସ୍ପେସ ସଟଲ ଲଞ୍ଚ କରାଯାଉଥିଲା ସେତେବେଳେ ଟ୍ୟାଙ୍କରେ ଲାଗିଥିବା ଇଂସୁଲେସନ ଫମର ଏକ ଅଂସ ଭାଙ୍ଗି ମହାକାଶଯାନର ବାମ ଡେଣାକୁ ଧକ୍କା ଦେଇ ସ୍ପେସ ଡେଣାରେ 8ରୁ 10 ଇଞ୍ଚର ଛିଦ୍ର ସୃଷ୍ଟି କରିଥିଲା ଯାହା ପାଇଁ ବିସ୍ଫୋରଣ ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *