ଭସାଣୀରେ ଦୁର୍ଗା ମୂର୍ତ୍ତିରୁ ଖଣ୍ଡା ଓ ତ୍ରିଶୂଳ ଭିଡ଼ି ଉତ୍ପାତ ହେଲେ ଯୁବତୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଯୁବତୀ ଜଣକ ମା ଦୂର୍ଗାଙ୍କ ଠାରୁ ତ୍ରିଶୂଳ ଆଉ ଖଣ୍ଡା ଛଡାଇ ଆଣି ଏପରି ହରକତ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ତେବେ ଏହି ଘଟଣା ଟି ଗତ ଦୁଇ ଦିନ ତଳର ଭସାଣି ସମୟର । ଜଣେ ଯୁବତୀ ମା ଦୂର୍ଗାଙ୍କ ମେଢ ପାଖରେ ଛିଡା ହୋଇ ମାଙ୍କ ଖଣ୍ଡା ଏବଂ ତ୍ରିଶୂଳ ଭିଡି ଆଣିଛନ୍ତି । କେବଳ ଏତିକି ନୁହେଁ ମାଙ୍କ ଖଣ୍ଡା ଓ ତ୍ରିଶୂଳ ଆଣି ମହିଳା ଜଣକ ନାଚୁଛନ୍ତି ମଧ୍ୟ ।

ଏହା ଦେଖି ମା ଜଗତ ଜନନୀ ବି ପଚାରିବେ ମୋତେ ଆଣି ଏତେ ଶ୍ରଦ୍ଧାରେ ପୂଜା କଲ । ମୋତେ ମୁଣ୍ଡିଆ ମାରିଲ ଆଉ ଗଲା ବେଳେ ଏ କି ପ୍ରକାରର ଅଭଦ୍ରାମି କରୁଛ । ହେ ମନୁଷ୍ୟ ମୋତେ ନିଜ ହିସାବରେ ରୂପ ଦେଉଛ ଆଉ ଯେତେବେଳେ ମେଲାଣି ଦେଉଛ ସେତେବେଳେ ମୋ ଅସ୍ତ୍ରକୁ ଛଡାଇ ଆଣି ଏ କି ପ୍ରକାରର ଅଭଦ୍ରାମି କରୁଛ । ଅତି ଭକ୍ତି ଚୋରର ଲକ୍ଷଣ ନା ସତରେ ଯୁବତୀଙ୍କ ଉପରେ ସବାର ହୋଇଛନ୍ତି ମା ଦୂର୍ଗା ।

ମା ଦୂର୍ଗାଙ୍କ ତ୍ରିଶୂଳ ଆଉ ଖଣ୍ଡାକୁ ହାତରେ ଧରି କିଭଳି ଉତ୍ପାତ ହେଉଛନ୍ତି ଏହି ଯୁବତୀ ଦେଖି ନିଅନ୍ତୁ ଆଖି ଆଗରେ । ଆଉ ଏହା ପରେ କିଛି ଯୁବକ ଚଢି ଯାଉଛନ୍ତି ଯୁବତୀଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ । ତେବେ ଏ ଘଟଣାଟି ଗତ କାଲି ଘଟିଛି ଆଉ ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯୁବତୀ ଜଣକ ମୂର୍ତ୍ତି ପାଖକୁ ଯାଇ ମାଆଙ୍କ ଖଣ୍ଡା ଏବଂ ତ୍ରିଶୂଳ ଛଡାଇ ଆଣି ପ୍ରଥମେ ବୁଲାଇ ଥିଲେ ।

ତେବେ ମହିଳାଙ୍କୁ ପ୍ରଥମେ ବୁଝାଇ ତଳକୁ ଆଣି ଥିଲେ କମିଟି ସଦସ୍ୟ । ହେଲେ ମହିଳା ଜଣକ ଓଲହାଇବା ପୂର୍ବରୁ ବେସ କିଛି ହଙ୍ଗାମା କରିଥିଲେ  । ମହିଳା ଜଣକ ବାମ ହାତରେ ତ୍ରିଶୂଳ ଧରିଥିବା ବେଳେ ଡାହାଣ ହାତରେ ଧରିଛନ୍ତି ଖଣ୍ଡା । ବୋଧ ହୁଏ ଜଗତ ଜନନୀଙ୍କ କିଛି ଅଂସ ଲାଗି ଅଯାଇଛି ଏହି ମହିଳା ଙ୍କ ଶରୀର ରେ ନା କିଛି ହରକତ  କରୁଛନ୍ତି ଯୁବତୀ ଜଣକ । ତେବେ ମା ଙ୍କ ମୃନ୍ମୟୀ ମୂର୍ତ୍ତି ଯେବେ ପୂଜା କରିବା ପରେ ମେଲାଣି ଦେବାର ସମୟ ଆସିଲା ମହିଳାଙ୍କୁ ଏମିତି କରିବାକୁ ଅନୁମତି କିଏ ଦେଲା ।

ତେବେ ଏହି ମୂହୁର୍ତ୍ତ ର ଦୃଶ୍ୟକୁ ନିଜ ମୋବାଇଲରେ ଶୁଟିଙ୍ଗ କରିଲେ ଆଉ ପ୍ରଶ୍ନ ପଚାରୁଛନ୍ତି ଏ କେଉଁ ପରକାର ଅଭଦ୍ରାମି । ଯଦି ସମ୍ମାନ ଅଛି ତେବେ ହୃଦୟରେ ରକ୍ଷା କିନ୍ତୁ ମା ଙ୍କ ହାତରୁ ତ୍ରିଶୂଳ ଖଣ୍ଡା ଛଡାଇ ଆଣି ଏପରି ବୁଲାଇବା ଅନେକ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି । ତେବେ ଏହି ଘଟଣାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *