ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି 5ଟି ଜିନିଷ, ହୋଇଥାଏ ଦୁଃଖ ଓ ଦାରିଦ୍ର୍ଯର କାରଣ

ବନ୍ଧୁଗଣ ଚଳିତ ବର୍ଷ ନବରାତ୍ରି ଅକ୍ଟୋବର ୭ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ । ଏହି ଦିନ ମା ଦୂର୍ଗାଙ୍କୁ ଭକ୍ତିର ସହ ପୂଜା ଆରାଧନା କରିଲେ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହି ନବରାତ୍ରିରେ ଘରେ ସଫା ସୁତୁରା ରଖିବା ଊହିତ । ଏମିତି କିଛି ଜିନିଷ ଘରେ ରଖିବା ଉଚିତ ନୁହେଁ ଯାହା ଦ୍ଵାରା ମା ଦୂର୍ଗାଙ୍କର କୃପା ଲାଭ ହୋଇପାରେ ନାହି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ନବରାତ୍ରିରେ ଘରେ ରଖିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ଏହି ପବିତ୍ର ନବରାତ୍ରିରେ ଘରେ ସୁଖ ସମୃଦ୍ଧିର ପ୍ରାପ୍ତି ନିମନ୍ତେ ଘରର ବାତାବରଣକୁ ପବିତ୍ର ରଖିବା ଉଚିତ । ଘରେ ଆମିଷ, ପିଆଜ ଓ ରସୁଣର ବ୍ୟବହାର କରିବା ଉଚିତ ନୁହେଁ । ଏହା ସହ ଘରେ ଗଙ୍ଗାଜଳ ବା ଗୋ-ମୁତ୍ର ସିଂଚନ କରନ୍ତୁ । ଏହା ସହ ନବରାତ୍ରି ପୂର୍ବରୁ ଘର ସଫା ସୁତୁରା ରଖିବା ସହ ବତାରବାନ ଶୁଦ୍ଧ ରଖିବା ଉଚିତ । ଏହା ସହ ଠାକୁର ଘର ସଫା ରଖିବା ସହ ରୋଷେଇ ଘର ମଧ୍ୟ ସଫା ରଖିବା ଉଚିତ । କାରଣ ରସୋଇ ଘର ମା ଅର୍ଣ୍ଣପୂର୍ଣ୍ଣାଙ୍କର ସ୍ୱରୂପ ହୋଇଥାଏ । ଘରେ ଭଙ୍ଗାରୁଜା ଜିନିଷ ରଖିବା ଅନୁଚିତ । ଘର ମୁଖ୍ୟ ଦ୍ଵାରାରେ ଯଦି ଶବ୍ଦ ହେଉଥାଏ ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ ।

କାରଣ ଭଙ୍ଗା ଜିନିଷ ବା କୌଣସି ଶବ୍ଦ ହେଲେ ଏହା ନାକାରାତ୍ମକ ଶକ୍ତିର ବାସ ହୋଇଥାଏ । ଯଦି ଆପଣଙ୍କ ଘରେ ତୁଟି ଯାଇଥିବା ଫୋଟୋ ରହିଛି ତେବେ ତୁରନ୍ତ ଏହାକୁ ବାହାରକୁ ପୋଫାଡି ଦିଅନ୍ତୁ । ଯଦି ଆପଣଙ୍କ ଘରେ ବା କାର୍ଯ୍ୟ ସ୍ଥଳରେ ଭଙ୍ଗା ଘଡି ରହିଛି ତେବେ ତୁରନ୍ତ ଏହାର ମରାମତି କରନ୍ତୁ ବା ନୂଆ ଘଡି ଘରକୁ ଆଣନ୍ତୁ । କାରଣ ଘଡି ହେଉଛି ପ୍ରଗତିର ସ୍ୱରୂପ । ଯଦି ଠାକୁର ଘରେ କୌଣସି ଅଳିଆ ଆବର୍ଜନା ରହିଛି ବା ଫଟା ବହି ରହିଛି ତେବେ ଏହାକୁ ଫିଙ୍ଗି ଦିଅନ୍ତୁ । ଆପଣ ଯେଉଁ ଜାଗାରେ ଟଙ୍କା ରଖୁଛନ୍ତି ସେଠାରେ ମଧ୍ୟ ସଫା ସୁତୁରା ରଖନ୍ତୁ । ଦୁର୍ଗାପୂଜାରେ ମା ଦୂର୍ଗାଙ୍କ ପୂଜା କରିବା ସହ କଉଡିର ମଧ୍ୟ ପୂଜା କରନ୍ତୁ ।

ଯଦି ଆପଣଙ୍କ ଘରେ ପୁରୁଣା ଜୋତା ବା ଚପଲ ରହିଥାଏ ତେବେ ଏହାକୁ ଘରୁ ବାହାର କରନ୍ତୁ । ବିଶେଷକରି ଉତ୍ତର ଦିଗରେ କୌଣସି ଅଳିଆ ଆବର୍ଜନା ବା ଭାରି ଜିନିଷ ରଖନ୍ତୁ ନାହି । କାରଣ ଉତ୍ତର ଦିଗ ଧନ ପ୍ରାପ୍ତି ହେବାର କାରଣ ହୋଇଥାଏ । ଏହା ସହ ଖରାପ ଇଲେକ୍ଟ୍ରି ଜିନିଷ ଥିଲେ ଏହାକୁ ଦୂର କରନ୍ତୁ । ଏହା ସହ ମା ଦୂର୍ଗାଙ୍କୁ ଭଲ ଭାବେ ସ୍ଥାପନ କରି ଭକ୍ତିର ସହ ପୂଜା ପାଠ କରିଲେ ଶୁଭ ହୋଇଥାଏ । ଏହା ସହ ନବରାତ୍ରିରେ ନୂଆ ବସ୍ତ୍ର ମଧ୍ୟ ଧାରଣ କରନ୍ତୁ । ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ମା ଦୂର୍ଗାଙ୍କର କୃପା ଦ୍ରୁଷ୍ଟି ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *