ବ୍ରେକ୍ ଡ୍ୟାନ୍ସରେ ଟ୍ରାଫିକ୍ କଣ୍ଟ୍ରୋଲ, ନାଚି ନାଚି ଖୁବ୍ ସୁନ୍ଦର ଭାବେ ନିୟନ୍ତ୍ରଣ କରନ୍ତି ଟ୍ରାଫିକ୍- ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ କିଛି ଲୋକ ମାନେ ଟ୍ରାଫିକ ନିୟମର ପାଳନ କରିଥାନ୍ତି ତ ଆଉ କିଛି ଉଲଂଘନ କରିଥାନ୍ତି । ସୂଚନା ଅନୁସାରେ ଭୁବନେଶ୍ବର ରାମ ମନ୍ଦିର ବାଗ ବଜାର ଛକରେ ଏକ ଟ୍ରାଫିକ ପୋଲିସ ଭାଇ ନାଚି ନାଚି ଟ୍ରାଫିକ ନିୟନ୍ତ୍ରଣ କରିବାର ନଜର ଆସୁଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ସେହି ଟ୍ରାଫିକ ପୋଲିସ ଭାଇଙ୍କ ନାଁ ହେଉଛି ପ୍ରତାପ ପଣ୍ଡା ଖଣ୍ଡୁଆଳ ଯାହାଙ୍କର ଘର ହେଉଛି କେନ୍ଦ୍ରାପଡା ଜିଲ୍ଲା ପୁରୁଆ ଗାଁ ରେ । ବର୍ତ୍ତମାନ ସେ ହୋମଗାର୍ଡରେ ଅଛନ୍ତି ।

କିନ୍ତୁ ଗତ ୧୦ ବର୍ଷ ହେବ ଟ୍ରାଫିକ ରେ ନିଯୁକ୍ତ ଅଛନ୍ତି । ତାଙ୍କର ଦରମା ହେଉଛି ମାତ୍ର ୧୦,୦୦୦ ଟଙ୍କା । ସେ ଗତ କିଛି ଦିନ ତଳେ ମ୍ୟାରେଜ କରିଛନ୍ତି । ତାଙ୍କର କୋରୋନା ସମୟରେ ଗୋଟେ ପୁଅ ସନ୍ତାନ ହୋଇଛି । ବର୍ତ୍ତମାନ ତାଙ୍କ ପୁରା ପରିବାରର ଗାଁ ରେ ଅଛନ୍ତି । ଯଦି ସେ ମାସକୁ ୩ରୁ ୪ଟି ଛୁଟି ନେଉଛନ୍ତି ତେବେ ତାଙ୍କ ଦରମା କାଟି ଦିଆ ଯାଉଛି ବୋଲି ଟ୍ରାଫିଲ ପୋଲିସ ପ୍ରତାପ ପଣ୍ଡା କହିଛନ୍ତି । ସେ ପ୍ରତେକ ଦିନ ତାଙ୍କର ଡିୟୁଟି ବହୁତ ଭଲ ଭାବେ ନିଭାଉଛନ୍ତି ।

ସେ ଟ୍ରାଫିକ ନିୟମ କୁ ଉଲଂଘନ କରୁଥିବା ଲୋକ ମାନଙ୍କୁ ଏୟା ମ୍ଯାସେଜ ଦେଉଛନ୍ତି କି ସେମାନେ ହେଲମେଟ ହାତରେ ଧରି ବସିବା ଅପେକ୍ଷା ନିଜ ମୁଣ୍ଡ ରେ ଲଗାଇଲେ ନିଜକୁ ସୁରକ୍ଷିତ ରଖିବେ । ଏହା ସହ ଯେଉଁ ମାନେ ଅଟୋ ରେ ଯାଉଛନ୍ତି ସେମାନେ ଗୋଡ ବାହାରକୁ ରଖିଲେ ମହଦୀ ଏହି ଟ୍ରାଫିକ ପୋଲିସ ଭାଇ ତାଙ୍କୁ ଗୋଡ ବାହରକୁ ନ ରଖିବା ପାଇଁ ପରାମର୍ଶ ଦେଉଛନ୍ତି । ସେ ରାସ୍ତା ରେ ଯାଉଥିବା ଲୋକଙ୍କୁ ଅଗବତ କରାଇବା ପାଇଁ ଯେଉଁ ଡ୍ୟାନ୍ସ ଜରିଆରେ ସିଗନାଲ ଦେଉଛନ୍ତି ତାହା ସେ ପ୍ରତି ଦିନ କରିଲେ ତାଙ୍କର ଅଭ୍ୟାସ ହୋଇ ଗଲାଣି ବୋଲି ନିଜ ରାଏ ରେ କହିଛନ୍ତି ।

ଯଦି କୌଣସି ଗୋଟେ ଦିନ ସେ ତାଙ୍କର ଏହି କଳା କୁ ଦେଖାଇ ପାରୁ ନାହାନ୍ତି ତେବେ ତାଙ୍କୁ ଶାରୀରିକ ଯନ୍ତ୍ରଣା ଅନୁଭବ ହେଉଛି ବୋଲି କହିଛନ୍ତି । କାରଣ ବର୍ତ୍ତମାନ ବର୍ଷା ଯୋଗୁ ସେ ତାଙ୍କର ଏହି କଳା କୁ ଲୋକଙ୍କୁ ଦେଖାଇ ପାରୁ ନାହାନ୍ତି । ତେବେ ତାଙ୍କର ଏହି ଭଳି କାର୍ଯ୍ୟ ପାଇଁ ତାଙ୍କର ପ୍ରଶଂସା ଅକରିବା ଉଚିତ । ବାସ୍ତବ ରେ ଏହି ପୋଲିସ ଭାଇ ଲୋକ ମାନଙ୍କୁ ଯେଉଁ ଡ୍ୟାନ୍ସ ଜରିଆରେ ମ୍ଯାସେଜ ଦେଉଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *