Tirupati ରେ ପ୍ରକୃତିର ତାଣ୍ଡବ, ପାହାଡ ଫଟାଇ ମାଡି ଆସିଲା ପାଣି, ଦେଖନ୍ତୁ Video

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କାରଣରୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଉଛି । ବିଶେଷ କରି ଆନ୍ଧ୍ରପ୍ରଦେଶର ତିରୁପତି ତିରୁମାଳାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଭଳି ସ୍ଥିତି ଉତ୍ପନ୍ନ ହୋଇ ଯାଇଛି । ଯେଉଁ କାରଣରୁ ତିରୁପତି ସହର ସମ୍ପୂର୍ଣ ରୂପରେ ଜଳମଗ୍ନ ହୋଇ ଯାଇଛି । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଫସି ରହିଛନ୍ତି । ପ୍ରଶାସନ ତରଫରୁ ସେମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବିଭିନ୍ନ ସ୍ଥାନରେ ବର୍ଷା ପାଣି ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାର ଦେଖିବାକୁ ମିଳୁଛି । ପାହାଡରୁ ପାଣି ଆସିବା ସହ ମାଟି ଅତଡା ବି ଖସୁଛି । କେତେକ ରାସ୍ତା ଘାଟ ବି ଧୋଇ ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି କେତେକ ସ୍ଥାନରେ ପାଣି ଭିତରେ ଲୋକମାନେ ଫସି ରହିଛନ୍ତି ।

ଯେମିତି କି ଆପଣ ଦେଖି ପାରିବେ କି ପିଲାମାନଙ୍କୁ ଧରି କିଛି ଲୋକମାନେ ରାସ୍ତା ମଝିରେ ପ୍ରଖର ସ୍ରୋତ ଦେଇ ରାସ୍ତା ପାର ହେଉଛନ୍ତି । କିନ୍ତୁ ଯଦି ଦୌଡିରୁ ହାତ ଖସି ଯିବ ତେବେ ଜୀବନ ଚାଲି ଯିବାର ଡର ବି ରହୁଛି । କିନ୍ତୁ କିଛି ଯୁବକମାନେ ମିଶି ରାସ୍ତାରେ ମହିଳା ଓ ପିଲା ମାନଙ୍କୁ ରାସ୍ତା ପାର କରୁଛନ୍ତି । ଗାଈ ଓ ମଇଁଷି ଇତ୍ୟାଦି ବି ପାଣିରେ ଭାସି ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । କେତେକ ସ୍ଥାନରେ ଲୋକମାନେ ବି ଭାସି ଯାଉଛନ୍ତି ।

ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଏହିଭଳି ସ୍ଥିତି ସୃଷ୍ଟି ହୋଇଛି । କେତେକ ସହର ଓ ଗାଁ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଳମଗ୍ନ ଅଛନ୍ତି । ତିରୁପତିରେ ବହୁତ ଖରାପ ପରିସ୍ଥିତି ହୋଇ ଯାଇଛି । ତିରୁପତି ଭାରତର ସବୁଠୁ ଧନୀ ମନ୍ଦିର ।

ପାହାଡ ଉପରେ ଥିବା ଏହି ମନ୍ଦିରକୁ ସବୁ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି । ପାହାଡ ଉପରେ ଓ ପାହାଡ ତଳେ ବହୁତ ଜନବସତି ଅଛନ୍ତି । କିନ୍ତୁ ଏହି ବର୍ଷା ଓ ବନ୍ୟା ବହୁତ କ୍ଷୟକ୍ଷତି କରୁଛି । ସୂଚନା ଅନୁସାରେ ତିରୁମାଳାର ତିରୁପତକୁ ଯୋଗାଯୋଗ କରୁଥିବା ୪ ଟି ପ୍ରମୁଖ ରାସ୍ତା ଉପରେ ବର୍ତ୍ତମାନ ବନ୍ୟା ଜଳ ପ୍ରବାହିତ ହେଉଛି ।

ଯେଉଁ କାରଣରୁ ଯାତାୟାତ ସମ୍ପୂର୍ଣ ରୂପରେ ବନ୍ଦ ହୋଇ ଯାଇଛି । କିଛି ଦିନ ହେବ ଏଠି ଲଗାତର ବର୍ଷା କାରଣରୁ ବନ୍ୟା ସୃଷ୍ଟି ହୋଇଛି । ଏହିଭଳି ସ୍ଥିତିରେ ପ୍ରଶାସନ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରଦ୍ଧାଳୁମାନଙ୍କୁ ଉଦ୍ଧାର କରିବାର ଲାଗିଛି । ଉଦ୍ଧାର କାର୍ଯ୍ୟ ଜାରି ଅଛି । ଏହା ଛଡା ତିରୁପତିଙ୍କ ମନ୍ଦିର ବେଢାରେ ପାଣି ପ୍ରବେଶ କରିଛି ।

ସେଠି ବି ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟା ପାଣି ପ୍ରବାହିତ ହେଉଛି । ବର୍ତ୍ତମାନ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ପୂରାପୂରି ବନ୍ଦ ରହିଛି । ପ୍ରଶାସନ ଉଦ୍ଧାର ଶ୍ରଦ୍ଧାଳଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *