ରଜ Queen ଜଜ ମାନଙ୍କୁ ନେଇ କାହିଁକି ଏମିତି କହିଲେ Actor ନାଗେଶ ଦେଖନ୍ତୁ Video

ବର୍ତ୍ତମାନ ଚାରିଆଡେ ରଜ କୁଇନ ଶୋ କୁ ନେଇ ଚର୍ଚା ଚାଲିଛି । କିଏ ରଜ କୁଇନର ଶୋ କୁ ବନ୍ଦ କରିବା କଥା କହୁଛି ତ କିଏ ରଜ କୁଇନର ଜଜ ମାନଙ୍କ ନାଁରେ ବିଭିନ୍ନ ପ୍ରକାରର କଥା କହୁଛି । ଅନ୍ୟ ପଟେ କିନ୍ତୁ କେତେକ ଲୋକମାନେ ରଜ କୁଇନର ଜଜ ମାନଙ୍କର ସପୋର୍ଟରେ ଆସି ନିଜର ବୟାନ ଦେଉଛନ୍ତି ।

ଏହି କ୍ରମରେ ବର୍ତ୍ତମାନ ସିରିଏଲ ଅଭିନେତା ନାଗେଶ ମଧ୍ୟ ସାମିଲ ହୋଇଯାଇଛନ୍ତି । ଯିଏକି ରଜ କୁଇନକୁ ନେଇ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି । ଆପଣ ସମସ୍ତେ ନାଗେଶଙ୍କୁ ମାୟା ସିରିଏଲରେ ମୁଖ୍ୟ ଅଭିନେତା ରୂପରେ ଦେଖିଥିବେ । ଏହି ଶୋ ଓଡିଶାରେ ବହୁତ ପପୁଳାର ମଧ୍ୟ ଅଟେ । ଏହି ଶୋର ଅଭିନେତା ନାଗେଶ ଏକ ଭିଡିଓ ମାଧ୍ୟମରେ ରଜ କୁଇନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି ।

ନାଗେଶ ଭିଡିଓରେ କହୁଛନ୍ତି କି ଜଜମାନଙ୍କୁ ତ ଅଳ୍ପ ମଜା ମସ୍ତି କରିବାର ହକ ଅଛି । ଯେତେବେଳେ ଝିଅମାନେ ଏତେ ସହଜ ସହଜ ପ୍ରଶ୍ନର ଜବାବ ଦେଇ ପାରୁ ନାହାନ୍ତି ତେବେ ଜଜମାନେ ଅଳ୍ପ ମଜାକ ତ କରି ପାରିବେ ନା । ସେ ଆଗକୁ କହିଲେ କି ଅନ୍ୟ କେତେକ ଶୋରେ ବହୁତ ଛୋଟ ଛୋଟ ପିଲାମାନଙ୍କୁ ଆପଣ ବୋଲି ସମ୍ଭୋଦନ କରି ପ୍ରଶ୍ନ କରନ୍ତି ।

କିନ୍ତୁ ଓଡିଶାରେ ତୁମେ କହି ଦେଲେ ସମସ୍ତଙ୍କୁ ବହୁତ ଅସୁବିଧା ହୋଇଯାଏ । ଏହା ପରେ ସେ ପ୍ରଶ୍ନ କରିଲେ କି ଓଡିଶାରେ କେତେ ପିଲାମାନଙ୍କୁ ଆପଣ ‘ଆପଣ’ ବୋଲି ଡାକନ୍ତି । ମା ଙ୍କୁ ଆମେ ସମସ୍ତେ ତୁ ବୋଲି ଡାକୁ କାରଣ ସେ ଆମ ହୃଦୟର ବହୁତ ପାଖାପାଖି ହୋଇଥାନ୍ତି ଓ ବାପାଙ୍କୁ ଆମେ ତୁମେ ବୋଲି ଡାକୁଛୁ । ଏହାର ଅର୍ଥ ଏହା ନୁହେଁ କି ଆମେ ତାଙ୍କୁ ଅସମ୍ମାନ କରୁଛୁ ।

ବାପାମାନଙ୍କୁ ସମ୍ମାନ ଦେଇ ବି ତୁମେ ଡାକୁ । ଅର୍ଥ ଓଡିଶାରେ ତୁମେ ବୋଲି ସମ୍ମାନ ଦିଆଯାଏ । ସେ କହିଲେ କି ଯେଉଁମାନେ ଏଇ ସବୁ ଜିନିଷକୁ ନେଇ ଟ୍ରୋଲ କରୁଛନ୍ତି ଓ ଆମେ ସମସ୍ତେ ବି ତାକୁ ଗ୍ରହଣ କରି ନେଉଛୁ । କିନ୍ତୁ ଏମିତିରେ ଆପଣ ନିଜର ବୁଦ୍ଧି ଖର୍ଚ କରନ୍ତୁ ଓ କେଉଁ ଜିନିଷ ଭୁଲ ଓ କେଉଁ ଜିନିଷ ଠିକ ବୁଝିବାକୁ ଚେଷ୍ଟା କରନ୍ତୁ ।

ସେ କହିଲେ କି ମୁଁ ବି ମାନୁଛି ଜଜମାନଙ୍କର ବି କିଛି ଭୁଲ ଅଛି । ମୋ ମତରେ କେହି ବି ସବୁବେଳେ ଠିକ ହୋଇ ପାରିବେ ନାହିଁ । ସମସ୍ତେ କେବେ ନା କେବେ କୌଣସି ନା କୌଣସି କାମରେ କିମ୍ବା ଅଲଗା କେଉଁ ଜିନିଷରେ ଭୁଲ କରି ଦିଅନ୍ତି । ଗୋଟିଏ ଭୁଲ ଦ୍ଵାରା ଆପଣ କେବେ ବି ପୁରା ମଣିଷକୁ ଭୁଲ କହି ପାରିବେ ନାହିଁ । ଏହିଭଳି ବାବାରେ ଓଡିଆ ସିରିଏଲ ଅଭିନେତା ନାଗେଶ ନିଜର ମତ ରଖିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *