ନକୁଲଙ୍କ ଅସ୍ତ୍ରର ଓଡିଶାରେ ମିଳିଲା ସନ୍ଧାନ, ଜଗିଛି ଅନନ୍ତ ନାଗ- Malika Bachana

ମାଳିକାରେ ବର୍ଣିତ ଏକ ପିଠ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯେଉଁଠି ଇତିହାସ ଲୁଚି ଅଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଥେଟୋଇ ଗାଁର ନାରାୟଣୀ ପିଠ ବିଷୟରେ ମାଳିକାରେ ଉଲ୍ଲେଖ କରାଯାଇଛି । ନାରାୟଣୀ ପିଠକୁ ଅନନ୍ତପୁର ବୋଲି ବି କୁହାଯାଏ । ଏହି ସ୍ଥାନାରେ ମା ଭଗବତୀ ପୂଜା ପାଆନ୍ତି । ଏହି ପିଠର ଜଣେ ବାବା ସୁଦର୍ଶନ ବାବା ମାଳିକାରେ ବର୍ଣିତ ଏହି ସ୍ଥାନ ବିଷୟରେ ବିସ୍ତାର ରୂପରେ କହିଲେ । ଯାହାକୁ ଆଜି ଆମେ ଆପଣଙ୍କ ନିକଟରେ ନେଇ ଆସିଛୁ ।

ବଳିଷ୍ଠ ଭୀମର ବାମା ନାମ ହିଡିମିକି ପରାହାଟ ଅତୀତର ନାଗ ଭଗବତୀ

ଗୋଡେଇ ଖାଇବ ଶନି ଢଙ୍କଟରେ ଯାଇ

କାଟେ କୋରଣିଆ ଶ୍ରୀ ଖଣ୍ଡି ବେଣହାର

କୋନ୍ତମୂଳ ପଞ୍ଚ ପାଣ୍ଡବ ଲିଙ୍ଗାଲୋ ବଉଳ ଭରତ ଡିହର ।

ଏହାର ଅର୍ଥ ସୁଦର୍ଶନ ବାବା କହିଲେ କି ମହାଭାରତରେ ନକୁଲ ହାତରେ ଯେଉଁ ଅସ୍ତ୍ର ଧରିଥିଲେ ତାହା ଏହି ସ୍ଥାନରେ ଲୁଚି ଅଛି । ପ୍ରଥମେ ଏହି ସ୍ଥାନରେ ଗୋଟିଏ ବରଗଛ ଥିଲା ଓ ଗୋଟିଏ ହୁଙ୍କା ଥିଲା । କହିଦେଉଛୁ କି ଏହି ହୁଙ୍କାରେ ଏବେ ବି କ୍ଷୀର ଦିଆହୁଏ ଓ ସେହି ସ୍ଥାନରେ ନାଗରାଜଙ୍କ ଏକ ମୂର୍ତ୍ତି ବି ଅଛି । ନାଗରାଜାଙ୍କ ସପ୍ତମଣୀ ଅନନ୍ତ ଓ ତକ୍ଷକ ଅଛନ୍ତି । ସୁଦର୍ଶନ ବାବାଙ୍କ ଅନୁସାରେ ଏହିଭଳି ଦିନେ ସମୟ ଆସିବ ଯେତେବେଳେ ସେହି ସ୍ଥାନରୁ ଅନନ୍ତ ଓ ତକ୍ଷକ ସାପ ରୂପରେ ବାହାରିବେ ।

ବାବା କହିଲେ କି ସେ ଏହି ସ୍ଥାନରେ ଦୁଇ ଥର ଅନନ୍ତ ଓ ତକ୍ଷକଙ୍କୁ ସପ୍ତଫେଣୀ ରୂପରେ ଦେଖିଛନ୍ତି । ଅନନ୍ତ ଓ ତକ୍ଷକ ବାବାଙ୍କୁ ବ୍ରହ୍ମଚାରୀ ହୋଇ ଯିବା ପାଇଁ କହିଥିଲେ । ବାବା କହିଲେ କି ବ୍ରହ୍ମଚାରୀ କଣ ମୁଁ ଜାଣି ନାହିଁ । ଅନନ୍ତ ଓ ତକ୍ଷକ କହିଲେ କି ସେମାନେ ତାର ବ୍ୟବସ୍ଥା କରିଦେବେ । ଅନନ୍ତ ଓ ତକ୍ଷକ ବାବାଙ୍କ ବ୍ରହ୍ମଚାରୀ ବ୍ୟବସ୍ଥା କରିଥିଲେ । କହିଦେଉଛୁ କି ସୁଦର୍ଶନ ବାବାଙ୍କ ଗାଁ ଏହି ଗାଁରେ ଓ ସେ ପାଖାପାଖି ୪୦ ବର୍ଷ ହେବ ଏହି ସ୍ଥାନରେ ରହିଛନ୍ତି ।

ବାବା ଆଗକୁ କହିଲେ କି ସେ ବ୍ରହ୍ମଚାରୀ ହେବା ପରେ ଘରକୁ ଯାଉ ନ ଥିଲେ । କିନ୍ତୁ କିଛି ଦିନ ପରେ ଅନନ୍ତ ଓ ତକ୍ଷକ ତାଙ୍କୁ ଘରକୁ ଯିବା ଆସିବା କରିବା ପାଇଁ କହିଲେ । ନଚେତ କହିଲେ କି ଯଦି ସେ ଯିବେ ନାହିଁ ତେବେ ଲୋକମାନେ ତାଙ୍କୁ ଭୁଲି ଯିବେ । କେହି ବି ତାକୁ ଜାଣି ପାରିବେ ନାହିଁ ଓ ସେ ଏହି ପିଠରେ ବି ରହି ପାରିବେ ନାହିଁ । ସେହି ଦିନ ଠାରୁ ସୁଦର୍ଶନ ବାବା ତାଙ୍କ ଘରକୁ ଯିବା ଆସିବା କରୁଛନ୍ତି ।

ବାବା ଆଗକୁ କହିଲେ କି ସେ ଦିନେ ଘରେ ଶୋଇଥିଲେ ଓ ସେହି ସମୟରେ ତାଙ୍କ ନିକଟରେ ଅନନ୍ତ ଓ ତକ୍ଷକ ସପ୍ତଫେଣୀ ସାପ ରୂପରେ ବିଶାଳ କାୟ ହୋଇ ଆସିଥିଲେ । ପ୍ରଥମେ ସେ ଏହାକୁ ସାଧାରଣ ସାପ ବୋଲି ଭାବିଥିଲେ । କିନ୍ତୁ କିଛି ସମୟ ପରେ ସେ ଜାଣି ପାରିଲେ । ସେ ଅନନ୍ତ ଓ ତକ୍ଷକଙ୍କୁ ପ୍ରଣାମ କରିଲେ । ଏହା ପରେ ସପ୍ତଫେଣୀ ସାପ ସଙ୍ଗେ ସଙ୍ଗେ ଉଭାନ ହୋଇଗଲେ । କହିବାକୁ ଗଲେ ଏହା କେବଳ ଭଗବାନଙ୍କ ଲୀଳା ଅଟେ ।

Leave a Reply

Your email address will not be published. Required fields are marked *