ନାରୀ ମାନଙ୍କର ପ୍ରକୃତ ବନ୍ଧୁ କିଏ ? ନାରୀମାନେ ଥରେ ନିଶ୍ଚୟ ଦେଖନ୍ତୁ- Ajira Anuchinta

ଯେଉଁ ବ୍ୟକ୍ତି ପାଖରେ ଧନ ଥାଏ ବା ଯେଉଁ ଲୋକ ଧନବାନ ହୋଇଥାଏ ସେ ଜାତିରେ ଛୋଟ ହେଲେ ମଧ୍ୟ ବ୍ରାମହଣ ମାନେ ଯାଇ ତାକୁ ପ୍ରଣାମ କରିବେ । ଶାସ୍ତ୍ର ଅନୁଯାୟୀ କିଛି ବେଦ, ଗୀତା, ଉପନିଷଦ ଜାଣି ନ ଥାଉ କିନ୍ତୁ ବଡ ବଡ ଲୋକମାନେ ତାକୁ ପ୍ରଣାମ କରିବେ କାରଣ ଧନ ଅଛି ସେହି ବ୍ୟକ୍ତି ପାଖରେ । ଯଦି ମଣିଷର ଜ୍ଞାନ ନ ଥିବା କିନ୍ତୁ ଧନ ଥିବ ସେହି ବ୍ୟକ୍ତି ଜୀବନରେ ଅନେକ ଲୋକ ରହିଥାନ୍ତି । ମହୁମାଛି ଯେମିତି ମହୁଫେଣାରେ ମହୁ ଥିବା ଯାଏଁ ରହିଥାଏ ଠିକ ସେହିପରି ମଣିଷ ପାଖରେ ଯେତେ ଟଙ୍କା ରହିଛି ତାହା ସରିଗଲେ ଆଉ କେହି ମଣିଷ ପାଖରେ ରୁହନ୍ତି ନାହି ।

ଶାସ୍ତ୍ର ଅନୁଯାୟୀ ଛୋଟ ପିଲାର ବନ୍ଧୁ ହେଉଛି ତାର ବାପା ଓ ମା, ସ୍ତ୍ରୀ ର ବନ୍ଧୁ ଏହୁଛି ତାର ସ୍ଵାମୀ ଓ ଆଉ ରାଜ୍ୟର ବଡ ବନ୍ଧୁ ହେଲେ ରାଜା । ଭାଗବତରେ ଲେଖା ରହିଛି କି ଯେତିକି ଅତିଥି ଆପଣଙ୍କ ଘରକୁ ଆସିବେ ସେମାନେ ଆପଣଙ୍କର ବନ୍ଧୁ ଅଟନ୍ତି । ଦୁନିଆର ସବୁଠାରୁ ବଡ ବନ୍ଧୁ ହେଉଛନ୍ତି ଭଗବାନ ।

ଉଦାହରଣ ଯଦି ଆପଣଙ୍କର ସମ୍ପର୍କୀୟ ମାନଙ୍କ ମଧ୍ୟରୁ କେହି ଆପଣଙ୍କ ଘରକୁ ନ ଆସିବେ ବା କିଛି ଦିଆନିଆ ନ କରିବେ ତେବେ କଣ ସେହି ବନ୍ଧୁ ସବୁବେଳେ ଆପଣଙ୍କ ପାଖରେ ରହିବେ ନାହି । କିନ୍ତୁ ଭଗବାନ ହେଉଛନ୍ତି ଦୁନିଆର ଶ୍ରେଷ୍ଠ ବନ୍ଧୁ ଯିଏ କି ମଣିଷ ଜୀବନରେ ସବୁବେଳେ ତାର ପାଖରେ ପାଖରେ ରହିଥାନ୍ତି । ସେ କେବେ ବି ନିଜର ଭକ୍ତ ମାନଙ୍କର ହାତ ଛାଡନ୍ତି ନାହି ।

ଚାଣକ୍ୟ ନୀତି ଅନୁଯାୟୀ ପୁଅ ବା ଝିଅ ବାହାଘର କରିଲେ ବା ବ୍ରତ ଘରେ କରିଲେ ବା ଉଶ୍ଚବ ରେ ଆପଣଙ୍କର କାମରେ ଠିଆ ହେଲେ ସେହି ହେଉଛି ଆପଣଙ୍କର ପ୍ରକୃତ ବନ୍ଧୁ । ଯିଏ ଆପଣଙ୍କର ସୁଖ ସମୟରେ ଯାଇ ଠିଆ ହୋଇଥାଏ କିନ୍ତୁ ତାର ପାଖରେ ଧନ ନ ଥାଏ ତେବେ ସେ ହେଉଛି ପ୍ରକୃତ ବନ୍ଧୁ ।

ଚାଣକ୍ୟ ନୀତି ଅନୁଯାୟୀ ଯଦି ଆପଣ ରାସ୍ତା ରେ ଯାଉଥିବା ସମୟରେ କୌଣସି ଭୁଲ ବଶତା ଦୁର୍ଘଟଣା ହେଉଛି ଓ ଆପଣଙ୍କୁ ମାଡ ମାରିବା ପାଇଁ ଲୋକ ମାନେ ଘେରି ଯାଉଛନ୍ତି । ଠିକ ସେହି ସମୟରେ ଆପଣଙ୍କର ବନ୍ଧୁ ଯିଏ ଆପଣଙ୍କ ସହ ଯାଉଥିଲେ ସେ ଆଗ ବାହାରକୁ ବାହାରି ଆସି କହିବେ ପ୍ରଥମେ ମୋ ବନ୍ଧୁ କୁ ମାରିବା ଆଗରୁ ମୋତେ ମାର ।

ତେବେ ଜାଣିବେ ଏଭଳି ମଣିଷ ହେଉଛନ୍ତି ପ୍ରକୃତ ବନ୍ଧୁ । ଠିକ ସେହିପରି ସ୍ତ୍ରୀ ମାନଙ୍କର ବନ୍ଧୁ ହେଉଛନ୍ତି ତାଙ୍କର ସ୍ଵାମୀ ଯିଏ ତାଙ୍କର ସୁଖ ସୁଖ ବା ବିପଦ ସମୟରେ ସବୁବେଳେ ତାଙ୍କ ପାଖରେ ଛିଡା ହୋଇଥାନ୍ତି । ସ୍ତ୍ରୀ ର ହାତ ଧରିଥିବା ପୁରୁଷ ନିଜର ଶେଷ ନିଶ୍ଵାସ ଯାଏଁ ଯିଏ ସାଥି ହୋଇ ରହିଥାଏ ସେ ହେଉଛି ନାରୀର ପ୍ରକୃତ ବନ୍ଧୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *