ନାରୀମାନଙ୍କୁ ବୁଝିବା କାହିଁକି କଷ୍ଟ – ଜାଣନ୍ତୁ ନାରୀ ମାନଙ୍କ ବିଷୟରେ କିଛି ଖାସ କଥା

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ତ ଜାଣିଥିବେ ନାରୀ ମାନଙ୍କୁ ବୁଝିବା କେତେ କଷ୍ଟ କର । ତେବେ କାହିଁକି ଏହି ନାରୀମାନଙ୍କୁ ବୁଝିବା କଷ୍ଟ କେବେ ଆପଣ ଜାଣିବାକୁ ଚାହିଞ୍ଚନ୍ତି କି? ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବୁ । ଏମିତି ବହୁତ ଲୋକଙ୍କୁ ଆପଣ କହିବାର ଶୁଣିଥିବେ ଯେ “ନାରୀ ମାୟା ନାରାୟଣଙ୍କୁ ବି ଅଗୋଚର” । ଏହାର ମାନେ ସାକ୍ଷାତ ଭଗବାନ ବି ନାରୀ ମାନଙ୍କୁ ବୁଝି ପାରନ୍ତି ନାହିଁ । ଯିଏ କି ସେମାନଙ୍କର ସୃଷ୍ଟି କର୍ତ୍ତା ଅଟନ୍ତି । ତେବେ ଏହି ସବୁ ପଛରେ ଯେଉଁ କାରଣ ଅଛି ଆଜି ଆମେ ସେହି ବିଷୟରେ ଜାଣିବା ।

ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଏହି ସୃଷ୍ଟି ବନେଇଛନ୍ତି । ଏହି ସୃଷ୍ଟିରେ ଥିବା ସମସ୍ତ ପ୍ରାଣୀଙ୍କୁ  ମଧ୍ୟ ଭଗବାନ ବନାଇଛନ୍ତି । ସମସ୍ତଙ୍କୁ ବନାଇବାରେ ଭଗବାନଙ୍କୁ ଯେତିକି ସମୟ ଲାଗିଥିଲା ଏକା ନାରୀଙ୍କୁ ବନାଇବାରେ ତାଙ୍କୁ ସବୁଠୁ ଅଧିକା ସମୟ ଲାଗିଥିଲା । ଯେତେବେଳେ ସେ ନାରୀଙ୍କୁ ବନାଇବା ଆରମ୍ଭ କରିଥିଲେ ଏହା ବହୁତ ଦିନ ଲାଗିଥିଲା, ଗୋଟେ ସପ୍ତାହ ବୀତି ଯାଇଥିଲା କିନ୍ତୁ ନାରୀଙ୍କୁ ସଂପୂର୍ଣ୍ଣ ଭାବେ ଭଗବାନ ଗଢି ପରି ନଥିଲେ । ଯାହା ଦେଖି ଦେବ ଦୁତ ମାନେ ତାଙ୍କୁ ଏହା ବିଷୟରେ ପଚାରିଥିଲେ କି କାହିଁକି ନାରୀଙ୍କୁ ବନେଇବା ପାଇଁ ଏତେ ସମୟ ଲାଗୁଛି ?

ଏହାର ଉତ୍ତରରେ ଭଗବାନ କହିଥିଲେ ଏମାନେ ମୋ ସଂସାରର ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେବେ । ଏମାନେ ସବୁଠୁ ଶକ୍ତିଶାଳୀ ଓ ସର୍ବଂସାହା ହେବେ । ଏମାନେ କୌଣସି ବି ପରିସ୍ଥିତିରେ ହାର ମାନିବେ ନାହିଁ । ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଏହାର ସାମ୍ନା କରିବାକୁ ସର୍ବଦା ପ୍ରସ୍ତୁତ ରହିବେ । ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଏମାନେ କିଛି ବି କରି ପାରିବେ । ସମସ୍ତଙ୍କୁ ନିଜ ମମତା ଓ ସ୍ନେହ ରେ ବାନ୍ଧି ରଖିବେ । ଯଦି ସଂସାରରେ ସମସ୍ତେ ଗୋଟେ ପଟେ ହୋଇଯାଆନ୍ତି ତେବେ ମଧ୍ୟ ଏମାନଙ୍କର ପ୍ରେମ ତ୍ୟାଗ ଭାବନା ହିଁ ଜିତିବ । ନିଜର ପରିବାର ଓ ସନ୍ତାନ ମାନଙ୍କର ଧର୍ଯ୍ୟର ସହ ଯତ୍ନ ନେବେ ।

ଏହା ପରେ ସେହି ଦେବ ଦୁତ ମାନେ ନାରୀର ଶରୀରକୁ ଛୁଇଁଲେ ଓ କହିଲେ କି ହେ ଭଗବାନ ଏମାନେ ତ ଏତେ କୋମଳ, ଏମାନେ ଏତେ ସବୁ କେମିତି ସହି ବେ ? ଏହାର ଉତ୍ତର ଦେଇ ଭଗବାନ କହିଲେ କି ଏମାନେ ଶରୀର କୋମଳ କିନ୍ତୁ ମନରୁ ବହୁତ ଶକ୍ତିଶାଳି । ଏମାନଙ୍କୁ ବୁଝିବା ମଧ୍ୟ କୌଣସି ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭବ ହେବ ନାହିଁ ।

Leave a Reply

Your email address will not be published. Required fields are marked *