ନାରୀ ମାନେ କେଉଁ ଓସା କଲେ କଣ ଫଳ ପ୍ରାପ୍ତି ହୁଏ- Ajira Anuchinta

ଦୁନିଆରେ ପ୍ରାୟତଃ ଲୋକେ କିଛି ନା କିଛି ଧର୍ମ ମାନି ଥାନ୍ତି ଆଉ ତାହା ଅନୁଯାଇ ପୂଜା ଇତ୍ୟାଦି କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଓସା ବିଷୟରେ କହିବାକୁ ଯାଉଛୁ ଯାହା ମହିଳାଙ୍କୁ କରିବା ଉଚିତ୍ ଆଉ ତାହାର ଫଳ ବିଷୟରେ ମଧ୍ୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଜୀବନରେ ବହୁତ ଏମିତି ସ୍ଥିତି ଆସିଥାଏ ଯେତେବେଳେ ମଣିଷ ନିଜ ପରିସ୍ଥିତିକୁ ଦେଖି ହାରି ଯାଇଥାଏ ଆଉ ଭଗବାନଙ୍କୁ ଗାଳି କରିଥାଏ ଆଉ ବହୁତ ଲୋକ ସୁଖ ସମୟରେ ଭଗବାନଙ୍କୁ ଭୂଲି ଯାଇଥାନ୍ତି ଏହା ସର୍ବଥା ଭୁଲ ଅଟେ । କେବେ ବି ନିଜ ପରିସ୍ଥିତି ଅନୁଯାଇ ଭଗବାନ ଉପରେ ରାଗ ବା ପ୍ରେମ ଦେଖାଇବା ଉଚିତ୍ ନୁହଁ ଆପଣ ସବୁଦିନ ଏକା ଭଳି ରୁହନ୍ତୁ ଭଗବାନଙ୍କୁ ସବୁବେଳେ ନିଜ ଦୁଃଖ ଆଉ ସୁଖ ବିଷୟରେ କୁହନ୍ତୁ ସେ ସବୁ ସୁନିଥାନ୍ତି ।

ନାରୀ ମାନଙ୍କୁ କେଉଁ ବ୍ରତ କଲେ କଣ ଫଳ ପ୍ରାପ୍ତି ହୋଇଥାଏ :

ଶାସ୍ତ୍ର ଅନୁଯାଇ ଯେଉଁ ମହିଳା ସାବିତ୍ରୀ ବ୍ରତ କରିଥାନ୍ତି ଆଉ ମନ ପ୍ରାଣ ଧ୍ୟାନ ଦେଇ କରିଥାନ୍ତି, ତାଙ୍କୁ ଫଳ ସ୍ୱରୂପ ତାଙ୍କ ସ୍ଵାମୀଙ୍କ ବୟସ ଦୀର୍ଘଆୟୁ ହୋଇଥାଏ । ସେହି ଭଳି ମହିଳାଙ୍କୁ ଜୀବନରେ ବହୁତ ସୁଖ ଆଉ ଉନ୍ନତି ପ୍ରାପ୍ତ ହୋଇଥାଏ ।

ଏହା ପରେ ଯେଉଁ ମହିଳା ବୁଧେଇ ଓସା କରନ୍ତି ତାଙ୍କ ଘର ସନ୍ତାନ ସୁଖ ଆଉ ଉନ୍ନତି ପାଇ ଥାନ୍ତି, ସନ୍ତାନକୁ ଜୀବନରେ କିଛି ଅସୁବିଧା ନହେଉ ବୋଲି ମା ମାନେ ଏହି ଓଷା କରନ୍ତି ଆଉ ଏହା ଦ୍ୱାରା ସନ୍ତାନଙ୍କୁ ବହୁତ ଲାଭ ମିଳିଥାଏ ।

ଯେଉଁ ମହିଳା ମାନେ ସୁଦସା ବ୍ରତ କରନ୍ତି ତାଙ୍କ ଘରେ ସର୍ବ ସିଦ୍ଧି ପ୍ରାପ୍ତ ହୋଇଥାଏ ସେହି ଘରେ ବଡ ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତଙ୍କ କଲ୍ୟାଣ ହୋଇଥାଏ । ବହୁତ ଲୋକ ଏହା ପଚାରି ଥାନ୍ତି ଜେ ସ୍ଵର୍ଗତ ବ୍ୟକ୍ତିର ଅସ୍ତି ଗଙ୍ଗା ନଦୀରେ ପ୍ରବାହିତ କଲେ କଣ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ର ଅସ୍ତି ବିସର୍ଜନ ଗଙ୍ଗାରେ ହୋଇଥାଏ ତାଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ ।

ବହୁତ ଲୋକ ଜାଣି ନାହାନ୍ତି ଜେ ସ୍ଵସ୍ତିକ ଭଗବାନ ବିଷ୍ଣଙ୍କ ଚାରୋଟି ହାତର ପ୍ରତୀକ ଅଟେ । ଶାସ୍ତ୍ର ଅନୁଯାଇ ସ୍ଵସ୍ତିକ ଭଗବାନ ବିଷ୍ଣୁ ଆଉ ମାତା ଲକ୍ଷ୍ମୀଙ୍କ ଚିହ୍ନ ହୋଇଥାଏ ସେଥିପାଇଁ ସବୁ ଶୁଭ କାର୍ଯ୍ୟରେ ଏହାକୁ ବନା ଯାଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *