Special Story: ଦେଖନ୍ତୁ National ସ୍ତରରେ ଗୋଲ୍ଡ ମେଡାଲ ହାସଲ କରିଥିବା ଓଡିଆ ବଡିବିଲଡର…. ନିଜ ସଫଳତା ଉପରେ କଣ କହୁଛନ୍ତି ସେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆର୍ମୀର ବାହୁବଳି ଯବାନ ଅର୍ଜୁନ ସାହୁ । ଅର୍ଜୁନ ସାହୁ ହେଉଛନ୍ତି ବ୍ରହ୍ମପୁର ଜିଲ୍ଲାର ଓଡିଆ ପୁଅ । ତାଙ୍କ ପରିବାର ରେ ଆର୍ଥିକ ଅଭାବ ଥିବାରୁ ସେ ପାଠ ପଢା ଛାଡି ଦେଇଥିଲେ । କିନ୍ତୁ ତାଙ୍କ ବଡ ଭାଇଙ୍କ ପ୍ରେରଣା ପାଇ ସେ ପୁଣି ଥରେ ନିଜର ପାଠ ପଢା ଜାରି ରଖିଥିଲେ । ଏହା ପରେ ସେ ଖେଳ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ସେ ୨୦୦୫ରେ ନ୍ୟାସନାଲ ସିପରେ ୩ଟି ମେଡାଲ ଜିତିଛନ୍ତି । ସେହି ସମୟରେ ତାଙ୍କର ଓଜନ ଥିଲା ୬୫କେଜି ।

ଏହା ପରେ ଆର୍ମୀରେ ଯୋଗ ଦେବା ପରେ ଅନେକ ମେଡାଲ ହାସଲ କରିଛନ୍ତି ଅର୍ଜୁନ ସାହୁ । ୨୦୧୫ରେ ସେ ବଡି ବିଲଡର ଆରମ୍ଭ ଦେଇଥିଲେ । ସେ ୨୦୧୫ରେ ନ୍ୟାସନାଲ ବ୍ରୋଞ୍ଚ ମେଡାଲ ଜିତିଥିଲେ । ୨୦୧୮ରେ ସର୍ଭିସେସ ଚମ୍ପିୟାନରେ ଗୋଲ୍ଡ ମେଡାଲ ଜିତିଥିଲେ । ୨୦୨୧ରେ ସର୍ଭିସେସ ଚମ୍ପିୟାନରେ ସିଲ୍ଭର ମେଡାଲ ଜିତିଛନ୍ତି । ବର୍ତ୍ତମାନ ହୋଇଥିବା ୱାର୍ଲ୍ଡ ବଡି ବିଲଡର ଚାମ୍ପିୟାନସିପରେ ୫୫କେଜିରେ ଗୋଲ୍ଡ ମେଡାଲ ଜିତିଛନ୍ତି ।

ସେ ଆର୍ମୀରେ ଚାକିରି ମଧ୍ୟ ସେଥିରୁ ସମୟ ବାହାର କରି ବଡି ବିଲଡରରେ ଆଜି ଗୋଲ୍ଡ ମେଡାଲ କରିଛନ୍ତି ବୋଲି ଅର୍ଜୁନ ସହଉ କହିଛନ୍ତି । ଆର୍ମୀରେ ଯେଉଁ ସବୁ ନିୟମ ରହିଛି ତାହା ପୁରା କରିବା ସହ ନିଜର ଡିୟୁଟି ମଧ୍ୟ ଠିକ ଭାବେ ତୁଲାଇଛନ୍ତି ଅର୍ଜୁନ ସାହୁ । ତାଙ୍କର କୋଚ ମାନେ ମଧ୍ୟ ତାଙ୍କୁ ଟ୍ରେନିଂ ଦେବା ସହ ଆର୍ମୀର ଅଫିସର ମାନେ ତାଙ୍କୁ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ଅର୍ଜୁନ ସହଉ । ଆଗକୁ ସେ ଏମିତି ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିବେ ବୋଲି ଶପଥ ନେଇଛନ୍ତି ।

ତାଙ୍କ ବାପା ତାଙ୍କୁ ଅଧିକ ସମର୍ଥନ କରିଛନ୍ତି ବୋଲି ଅର୍ଜୁନ ସାହୁ ମତଦାନ ଦେଇଛନ୍ତି । ଅର୍ଜୁନଙ୍କ ମା କହିଛନ୍ତି ଯେ ତାଙ୍କ ପୁଅ ଆଜି ଗୋଲ୍ଡ ମେଡାଲ ହାସଲ କରି ଦେଶର ନାଁ ରଖିଛନ୍ତି । ଆଜି ଯଦି ଅର୍ଜୁନଙ୍କ ବାପା ଏ ଦୁନିଆରେ ଥାନ୍ତେ ତେବେ ବହୁତ ଖୁସି ହୋଇଥାନ୍ତେ ବୋଲି ଅର୍ଜୁନଙ୍କ ମା କହିଛନ୍ତି । ଅର୍ଜୁନଙ୍କ ବଡ ଭାଇ କହିଛନ୍ତି ସେ ତାଙ୍କ ସାନ ଭାଇକୁ ବଡି ବିଲଡିଙ୍ଗ କରିବା ପାଇଁ ପ୍ରେରଣା ଦେବା ସହ ସର୍ଥ୍ନ କରିଛନ୍ତି । ଅନେକ ଚେଷ୍ଟା କରିବା ପରେ ଅର୍ଜୁନ ଆଜି ଓଡିଶାର ନାଁ ରଖି ପାରିଛନ୍ତି ।

ଅର୍ଜୁନ କ୍ରିଡା ଛାତ୍ରାବାସରେ ଟ୍ରେନିଂ ନେବା ପରେ ଏକ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଯାହା ଛତିଶଗଡର ଭିଲ୍ଲାଇରେ ହୋଇଥିଲା । ସେଠାରେ ଆର୍ମୀ ତରଫରୁ ଅର୍ଜୁନଙ୍କୁ ସିଲେକ୍ସନ କରା ଯାଇଥିଲା । ପୁନେ ଏସଆଇରେ ଅର୍ଜୁନ ସେଲେକ୍ଟ ହେବା ପରେ ବଡି ବିଲଡିଙ୍ଗରେ କ୍ୟାରିୟାର ଆରମ୍ଭ କରିଥିଲ । ଅର୍ଜୁନଙ୍କର ବଡି ବିଲଡରରେ ଆଗ୍ରହ ଥିବାରୁ ସେ ସୁନାମଧାନ୍ୟ ଅର୍ଜନ କରି ପାରିଛନ୍ତି । ସେ ବଡି ବିଲଡିଙ୍ଗକୁ ନେଇ ବହୁତ ସିରିଏସ ଭାବେ କାର୍ଯ୍ୟରତ ଅଟନ୍ତି ବୋଲି ଅର୍ଜୁନଙ୍କ ସହଯୋଗୀ ମାନେ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଜୁନ ସାହୁଙ୍କ ବଳି ବିଲଡିଙ୍ଗ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *