Aryan ଡ୍ରଗ୍ସ କେସ : ମୁମ୍ବାଇ NCB ଚିଫ Sameer Wankhede ମାଗିଲେ ପୋଲିସ ପ୍ରୋଟେକଶନ

ବଲୀଉଡର ସୁପର ଷ୍ଟାର କୁହାଯାଉ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ କେ-ସ ମାମଲାରେ ଗି-ର-ଫ ହେବା ପରେ ବର୍ତ୍ତମାନ ସବୁ ନ୍ୟୁଜ ଚ୍ୟାନେଲ ଓ ସମସ୍ତଙ୍କ ମୁହଁରେ ଏହି ଖବରକୁ ନେଇ ଚର୍ଚା ଚାଲିଛି । କିନ୍ତୁ ଏହାରି ମଧ୍ୟରେ ଆଉ ଗୋଟିଏ ନାଁ ବି ବହୁତ ଚର୍ଚାରେ ଅଛି । ଆର୍ୟନ ଖାନ ଓ ତାଙ୍କର ସାଥିମାନଙ୍କୁ କ୍ରୁଜରେ ଗି-ର-ଫ କରିଥିବା ଏନସିବି ଚିଫ ସମୀର ୱାଙ୍ଖେଡେଙ୍କ ବିଷୟରେ ବି ବହୁତ ଶୁଣିବାକୁ ମିଳୁଛି ।

ସମୀର ୱାଙ୍ଖେଡେ ମୁମ୍ବାଇର ଜଣେ ଜଣା ଶୁଣା ଅଫିସର ଅଟନ୍ତି । ଏହିଭଳି ଡ୍ର-ଗ୍ସ କେ-ସ ଗୁଡିକ ପାଇଁ ସେ ବହୁତ ପରିଚିତ ଅଟନ୍ତି । ଆର୍ୟନ ଖାନ ଡ୍ର-ଗ୍ସ କେ-ସର ଯା-ଞ୍ଚ କରୁଥିବା ଏନସିବି ମୁମ୍ବାଇ ଚିଫ ସମୀର ୱାଙ୍ଖେଡେ ସୁରକ୍ଷା ମାଗିଛନ୍ତି ।

ତାଙ୍କର ଅ-ଭି-ଯୋ-ଗ- ଅଟେ କି କିଛି ଦିନ ହେବ ତାଙ୍କୁ କିଛି ଲୋକମାନେ ଲଗାତାର ପିଛା କରୁଛନ୍ତି । କବରସ୍ତାନକୁ ଯିବା ସମୟରେ ବି ତାଙ୍କର ପିଛା କରାଯାଉଛି । ସମୀର ୱାଙ୍ଖେଡେ ନିଜର ମୃ-ତ ମା ଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ କବରସ୍ତାନକୁ ଯାଇଥାନ୍ତି । ସେହି ସମୟରେ ଦୁଇ ଜଣ ବ୍ୟକ୍ତି ସହ ଦୁଇ ପୋ-ଲି-ସ ଅଧିକାରୀ ତାଙ୍କର ପିଛା କରୁଛନ୍ତି ବୋଲି ସେ ଜାଣି ପାରିଥିଲେ ।

ସବୁଠୁ ବଡ କଥା ହେଉଛି କି ପୋ-ଲି-ସ ଅଧିକାରୀ ସାଧା ପୋଷାକରେ ତାଙ୍କର ପିଛା କରୁଛନ୍ତି । ଯାହାର କି ସିସିଟିଭି ଫୁଟେଜ ସେ ପୋ-ଲି-ସ ନିକଟରେ ଦାଖଲ କରିଛନ୍ତି । ଏହି ସବୁ କାର୍ଯ୍ୟକଳାପକୁ ଦେଖି ସମୀର ୱାଙ୍ଖେଡେ ପୋ-ଲି-ସ ଓ କେନ୍ଦ୍ରକୁ ସୁରକ୍ଷା ମାଗିଛନ୍ତି । ଅନ୍ୟ ପଟେ ଫିଲ୍ମ ନିର୍ମାତା ଇମ୍ତିଆଜ ଖତ୍ରିଙ୍କୁ ଆଜି ପଚରା ଉଚରା ପାଇଁ ଏନସିବି ନିଜ କଷ୍ଟଡିରେ ଡାକିଛି । ଶନିବାର ଦିନ ବି ଇମ୍ତିଆଜ ଖତ୍ରି ଜେରା କରାଯାଇ ଥିଲା ।

ଶନିବାର ଦିନ ଏନସିବି ଅଫିସରମାନେ ପାଖାପାଖି ୮ ଘଣ୍ଟା ଧରି ଇମ୍ତିଆଜ ଖତ୍ରିଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲା । କ୍ରୁଜରେ ପାର୍ଟି ଆୟୋଜିତ କରିଥିବା ଦିଲ୍ଲୀର ଦୁଇ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏନସିବି ନିଜ ଅଫିସକୁ ଡାକିଛନ୍ତି । କହିଦେଉଛୁ କି ଏନସିବି ଏହି କେ-ସକୁ ଆହୁରି ଅଧିକ ମଜବୁତ କରିବା ପାଇଁ ବିଭିନ୍ନ ଦିଗରୁ ପ୍ରମାଣ ଜୁଟାଇବାରେ ଲାଗି ଯାଇଛି ।

Leave a Reply

Your email address will not be published. Required fields are marked *