ଦର୍ଶକ ବନ୍ଧୁ ଓଡିଆ ଚଳଚିତ୍ରର ଲୋକପ୍ରିୟ ଗୀତ ରୂପା ଶଗଡରେ ରୂପା କନିଆ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଯେଉଁଥିରେ ଅଭିନେତ୍ରୀ ଅପରାଜିତା ମହାନ୍ତି କନ୍ୟା ସାଜି ଶଗଡରେ ବସି ଯାଉଥିଲେ । ହେଲେ ଏ ହେଉଛି ରିୟଲ ଲାଇଫରେ । ଆଉ ବଳଦ ଗାଡିରେ ବସିଛନ୍ତି କନ୍ୟା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।
ରୀତିନୀତିରେ ବାହାଘର ସାରିଲା ଆଉ ବାପଘରୁ ଶାଶୁଘରକୁ ଫୁଲ ସଜ କାର ରେ ନ ଯାଇ ଶଗଡ ଗାଡିରେ ବସି ଯାଇଛନ୍ତି ଶାଶୁଘର କୁ କନିଆ । ରଙ୍ଗମାଟିରେ ଲିପା ହୋଇଛି ଶଗଡ ଗାଡି । ଫୁଲମାଳ ରଙ୍ଗୀନ କନା ପିଠଉ ଝୋଟି ଚିତା ଦେଇ ସୁନ୍ଦର ଭାବେ ସଜା ଯାଇଛି ଶଗଡ ଗାଡି । ଶଗଡ ଉପରେ ବାଉଁଶ ପାତିରେ ତିଆରି ହୋଇଛି ଘରଟିଏ । ଭୀତରେ ବସିଛି ସୁନା କନିଆ ।
ଦୁଇ ଧୁରନ୍ଧର ବଳଦ କନ୍ୟାକୁ ଟାଣି ଟାଣି ଶାଶୁଘରକୁ ନେଉଛନ୍ତି । ଗଞ୍ଜାମ ଜିଲ୍ଲା ବାଙ୍କତରା ଗାଁରେ ଏମିତି ଏକ ନିଆରା ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଯେଉଁଥି ବର ବିବାହ ମଣ୍ଡପ କୁ ଘୋଡା ଛାଡି ଆସିଥିଲେ ଆଉ କନ୍ୟା ଶଗଡରେ ବସି ଯାଉଛନ୍ତି ଶାଶୁଘର । ବାଙ୍କତରା ଗାଁର ମହେନ୍ଦ୍ର ନାୟକଙ୍କ ସହ ପାଟରାପଲ୍ଲି ଗାଁର ସରିତା ବେହେରା ଓରଫ ରିଙ୍କି ଙ୍କର ବାହାଘର ହୋଇଛି ।
ଦୁହେଁ ଏକା ଶ୍ରେଣୀରେ ପାଠ ପଢୁଥିଲେ । ଉଚ୍ଚ ଶିକ୍ଷିତା ହେବା ପରେ ଭୁବନେଶ୍ବରରେ ରହି ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ଆଉ ପରସ୍ପର କୁ ପସନ୍ଦ କରି ଘର ଲୋକଙ୍କ ଇଚ୍ଛାରେ ବାହା ହୋଇଛନ୍ତି । ମହେନ୍ଦ୍ରଙ୍କ ମା ଶଗଡ ଗାଡିରେ ବସି ଶାଶୁଘରକୁ ବୋହୂ ହୋଇ ଆସିଥିଲେ । ସେହି ଅନୁଭୂତିକୁ ସାଉଁନ୍ଟିବାକୁ ସରିତାଙ୍କୁ ନେଇ ସ୍ଵପ୍ନ ଦେଖୁଥିଲେ ମହେନ୍ଦ୍ର । ଶେଷରେ ତାଙ୍କର ଏହି ଇଚ୍ଛା ପୂରଣ ହେଲା ।
ଶଗଡ ଗାଡି ରେ ବସି ଶାଶୁଘରକୁ ଆସିଲେ ମହେନ୍ଦ୍ର ଙ୍କ ସରିତା । କିଏ ନାମିଦାମି ଗାଡି ରେ ତ ଆଉ କିଏ ହେଲିକ୍ୟାପ୍ଟର ରେ ଆସି ବାହା ହେବାକୁ ସ୍ଵପ୍ନ ଦେଖୁଥିବା ବେଳେ ଆଧୁନିକ ଯୁଗରେ ପରମ୍ପରା ର ପୁନରାବୃତ୍ତି କରିବାକୁ ନିସ୍ପତି ନେଇଥିଲେ ମହେନ୍ଦ୍ର । ଆଉ ତାଙ୍କ ଇଚ୍ଛା ପୂରଣ କରିବାକୁ ରାଜି ହୋଇଥିଲେ ସରିତା । ବୋହୂ ଡାକରା ରେ ଶଗଡ ଗାଡି ଟି ଯାଇଥିଲା । ଆଉ ସେଥିରେ ବସି ସରିତା ନିଜ ଶାଶୁଘରକୁ ଆସିଲେ ।
ବରଯାତ୍ରୀ ଙ୍କୁ ଧରି ବର ମଧ୍ୟ ଘୋଡା ରେ ବସି ଦାଣ୍ଡ ବୁଲିଲେ । ମହେନ୍ଦ୍ର ଓ ସରିତା ଙ୍କର ଏମିତି ବାହାଘରକୁ ନେଇ ଯେମିତି ଚର୍ଚ୍ଚା ସେମିତି ସାଙ୍ଗ ସାଥି ଓ ପରିବାର ମଧ୍ୟ ସେତିକି ଖୁସି ବ୍ୟକ୍ତ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ନିଆରା ବାହାଘର କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।