ନିଦ ହେଉନି କି ? ଜାଣନ୍ତୁ ସ୍ଲୀପ ହାଇଜିନ କଣ, କେମିତି କରିବେ ପ୍ରତିକାର- Dr Snehansu Dey

ଆମକୁ ବଞ୍ଚିବା ପାଇଁ ଯେମିତି ଜଳ, ବାୟୁ ଦରକାର, ସେହି ଭଳି ଶରୀରକୁ ସଠିକ ନିଦ୍ରା ମଧ୍ୟ ଦରକାର । ଯଦି ରାତିରେ ଆମେ ଠିକସେ ସୋଇଥାଉ ତେବେ ସକାଳେ ଆମର ସବୁ କାର୍ଯ୍ୟ ଠିକସେ ହୋଇଥାଏ । ସମସ୍ତେଆ ଅଲଗା ଅଲଗା ସମୟରେ ନିଦ୍ରା ଯାନ୍ତି । ଛୋଟ ପିଲାମାନେ ଟିକେ ଅଧିକ ସମୟ ପର୍ଯ୍ୟନ୍ତ ସୁଅନ୍ତି ଏବଂ ବୃଦ୍ଧ ମାନେ କମ ସମୟ ସୁଅନ୍ତି ।

କିନ୍ତୁ ପ୍ରତେକ ଲୋକ ହାରାହାରି ୬ ରୁ ଆଠ ଘଣ୍ଟା ଶୋଇବା ଦରାକର । ଯଦି ନିଦ ହୁଏନି ତେବେ ଆମେ ତାକୁ କେତେବେଳେ ନିଦ୍ରା ହୀନତା କହିବୁ ଯେତେବେଳେ ଏହା ଗୋଟିଏ ମାସ ପର୍ଯ୍ୟନ୍ତ ଲାଗି ରହିବ । ସପ୍ତାହରେ ତିନି ଦିନରୁ ଅଧିକ ଅସୁବିଧା ହେବ । ଯଦି କାହାର ଗୋଟିଏ ଦିନ କି ଦୁଇ ଦିନ ନିଦ୍ରା ହେଉନି ଆମେ ତାକୁ ନିଦ୍ରା ହୀନତା କହିବୁନି । ଏହା ଅତି କମରେ ଗୋଟିଏ ମାସ ହେବା ଦରକାର ।


ନିଦ୍ରାହୀନତାର ଲକ୍ଷଣ :- ଏହାର ଲକ୍ଷଣ ତିନି ପ୍ରକାର ହୋଇଥାଏ । ପ୍ରଥମ ହେଲା ସେ ଯେତେବେଳେ ବେଡକୁ ଜୀବ ତାକୁ ନିଦ ଆସିବନି । ବେଡରେ ପଡି ରହିଥିବା ଆଉ ଦୁଇ ତିନି ଘଣ୍ଟା ପରେ ନିଦ ଆସିବ । ଏହା ହେଉଛି ଗୋଟିଏ ପ୍ରକାର । ଆଉ ଗୋଟିଏ ହେଉଛି ବେଡରେ ପଡିଲା ପରେ ନିଦ ହୋଇଯିବ ଆଉ ରାତିରେ ମଝିରେ ମଝିରେ ନିଦ ଭାଙ୍ଗି ଜୀବ । ଠିକ ସେ ନିଦ କମ୍ପ୍ଲିଟ ହୋଇନଥାଏ । ଆଉ ଗୋଟିଏ ହେଉଛି ନିଦ ରାତିରେ ହୋଇଯାଏ ଶୋଇଲାପରେ ଆଉ ଭୋର ଭୋରରୁ ନିଦ ଭାଙ୍ଗି ଯାଇଥାଏ । ସକାଳର ଦୁଇ ଘଣ୍ଟା ଚାରି ଘଣ୍ଟା ପୂର୍ବରୁ ନିଦ ଭାଙ୍ଗି ଯାଇଥାଏ ।


ରାତିରେ ନିଦ ନ ହେବାର କାରଣ :- ଆମେ ଯଦି କୌଣସି ଅଲଗା ଜାଗାକୁ ଯାଇଥାଉ ସେଠାରେ ନିଦ ହୋଇନଥାଏ ଓ ଯଦି ରୁମ ସଫା ସୁତୁରା ନଥାଏ ତେବେ ମଧ୍ୟ ନିଦ ହୋଇନଥାଏ । ଏହା ମଧ୍ୟ ହୋଇଥାଏ ଯଦି ବାହାରୁ ଲାଇଟ ଆସୁଥାଏକି ସାଉଣ୍ଡ ଆସୁଥାଏ ତେବେ ନିଦ ହୋଇନଥାଏ । ଆଉ ରୁମର ତାପମାତ୍ରା ଠିକ ହେବା ଦରକାର । ଯଦି ବେସୀ ଥଣ୍ଡା କି ଗରମ ଲାଗିଥାଏ ତେବେ ମଧ୍ୟ ନିଦ ହୋଇନଥାଏ । ଏଗୁଡିକ ହେଉଛି ସବୁ ସାଧାରଣ କାରଣ ହୋଇଥାଏ । ଆଉ ତା ପରେ କେତେ ଗୁଡିଏ ଶାରୀରିକ କାରଣ ଥାଏ । ଯଦି ଆମର କିଛି ଜଏଣ୍ଟ ପେନ ହେଉଥିବ କି ଶରୀରରେ ସ୍ପାଇନ ପ୍ରବଲେମ ହୋଇଥାଏ କି ମୁଣ୍ଡ ଯନ୍ତ୍ରଣା ହୋଇଥାଏ ତେବେ ନିଦ ହୋଇନଥାଏ । ମାନସିକ ଅବସାଦ କାରଣରୁ ମଧ୍ୟ ନିଦ୍ରାହୀନତା ହୋଇଥାଏ ।


ନିଦ୍ରାହୀନତାର ବହୁତ ଗୁଡିଏ ପ୍ରଭାବ ରହିଛି :- ଆମ ଶରୀରକୁ ରେସ୍ଟ ଦରକାର ହୋଇଥାଏ । ଯଦି ଆମେ ଠିକସେ ରେସ୍ଟ ନନେବା ତେବେ ଆମକୁ ଭଲରେ ନିଦ ହୋଇନଥାଏ । ଆଉ ତାପରଦିନ କିଛି କାମ କରିବା ପାଇଁ ଭଲ ଲାଗିନଥାଏ ଥକା ଲାଗିଥାଏ ଆଉ କିଛି କାମରେ ମନ ଲାଗିନଥାଏ । ଆଉ ଏହା ଦ୍ଵାରା ବହୁତ ଶାରୀରିକ ସମସ୍ଯା ମଧ୍ୟ ଦେଖାଯାଇଥାଏ । ନ ଶୋଇବା ଦ୍ଵାରା ଆଖି ତଳେ କଳା ଦାଗ, କେସ ଝଡିବା ଏବଂ ମୁହଁରେ ବ୍ରଣ ମଧ୍ୟ ଦେଖାଯାଇଥାଏ । ଆଉ ବହୁତ ବଡ ବଡ ରୋଗ ଯଥା ଉଚ ରକ୍ତଚାପ, ହୃଦ ରୋଗ,ମେଦ ବହୁଲତା, ଡାଇବେଟିସ ଭଳି ସମସ୍ଯା ଦେଖାଯାଇଥାଏ ।


ଭଲ ନିଦରେ କେମିତି ସୋଇବେ :- ଆମେ ସମସ୍ତେ ଠିକ ସମୟରେ ବେଡକି ଯିବା । ଆଉ ଠିକ ସମୟରେ ବେଡରେ ଉଠିବ । ଏହା ସହିତ ଦିନରେ କେବେ ସୋଇବେନି । କିନ୍ତୁ ପନ୍ଦର ରୁ ତିରିଶି ମିନିଟ ରେସ୍ଟ ନେଇପାରିବେ କିନ୍ତୁ ସୋଇବେ ନହିଁ । ଆଉ କେବଳ ବିଛଣାକୁ ଶୋଇବା ପାଇଁ ଉପଯୋଗ କରନ୍ତୁ । ବେଡ ଉପରେ ବସି ଖାଦ୍ଯ ଖା ଆନ୍ତୁ ନାହିଁକି କାହା ସହିତ ବସି ମୋବାଇଲରେ କଥା ହୁଅନ୍ତୁ ନହିଁ । ବେଡ କେବଳ ଶୋଇବା ପାଇଁ ବ୍ୟବହାର କରନ୍ତୁ । ଯଦି ଚା କଫି ପିଉଛନ୍ତି ସନ୍ଧ୍ଯା ୫ ଟା ପରେ ପିଅନ୍ତୁ ନହିଁ । କାରଣ ଏହା ଶରୀରକୁ ଉତେଜନା ଦେଇଥାଏ ଆଉ ଏହା ନିଦ ନହେବାରେ ସାହାଜ୍ଯ କରେ । ଯଦି ଧୃମାପନ କରୁଛନ୍ତି ତେବେ ଏହାକୁ ଛାଡି ଦିଅନ୍ତୁ । ଆଉ ନି-ଶା ନେଲେ ମଧ୍ୟ ନିଦ୍ରା ହୀନତା ରୋଗ ଦେଖା ଦେଇଥାଏ ।

Leave a Reply

Your email address will not be published. Required fields are marked *