ନମସ୍କାର ବନ୍ଧୁଗଣ, ରିୟାଲିଟି ସୋ ଖୋଲା କଥାରେ ଓଲିଉଡ ର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜ ବିଷୟରେ କିଛି ଖାସ କଥା କହିଛନ୍ତି । ଅଭିନେତା ସିଦ୍ଧାନ୍ତ କହିଛନ୍ତି ତାଙ୍କର ପ୍ରକୃତ ନାଁ ଜ୍ଞାନ ରଞ୍ଜନ ମହାପାତ୍ର କିନ୍ତୁ ତାଙ୍କ ନାଁ ପରିବର୍ତ୍ତନ କରାଯାଇ ଲିଗାଲି ଭାବେ କୋର୍ଟରେ । ଯାହା ପରେ ସିଦ୍ଧାନ୍ତ ମହାପାତ୍ର ରଖାଯାଇଛି । ଜ୍ଞାନ ନାଁ ରେ ତାଙ୍କୁ ସାଙ୍ଗସାଥି ମାନେ ଡାକନ୍ତି ବୋଲି ସିଦ୍ଧାନ୍ତ କହିଛନ୍ତି । ତାଙ୍କର ଯେଉଁ ସବୁ ଆକାଉଣ୍ଟ ଅଛି ତାହା ସିଦ୍ଧାନ୍ତ ମହାପତ୍ର ନାଁ ରେ ରହିଛି । ୨୯ ବର୍ଷ ପୂର୍ବରୁ ସେ ନିଜର ନାଁ ପରିବର୍ତ୍ତନ କରିସାରିଛନ୍ତି ।
ତାଙ୍କର ଫିଟନେସ ବିଷୟରେ ପ୍ରଶ୍ନ ପଚାରାଯିବାରୁ ସିଦ୍ଧାନ୍ତ କହିଛନ୍ତି ସେଥିପାଇଁ ଦାୟୀ ହେଉଛନ୍ତି ମୋ ସ୍ତ୍ରୀ ମାମା ମିଶ୍ର । ପ୍ରତେକଟି ଜିନିଷ ଖାଇଥାନ୍ତି କିନ୍ତୁ ଖାଇବା ଜିନିଷ ହିଁ ଖାଇଥାନ୍ତି ବୋଲି ସିଦ୍ଧାନ୍ତ କହିଛନ୍ତି । ଫିଟନେସରେ ୯୦% ଦାୟୀ ହେଉଛି ରୋଷେଇ ଘର ଓ ଜିମ ହେଉଛି ୧୦% ବୋଲି ସିଦ୍ଧାନ୍ତ କହିଛନ୍ତି ।
କିନ୍ତୁ ଆମେ ଓଲଟା କରିଥାଉ କି ଖାଇବା କମ କରିବା ଆଉ ଜିମ ଅଧିକ ଗଲେ ଫିଟ ହୋଇ ରହିବା ବୋଲି ସିଦ୍ଧାନ୍ତ ପ୍ରତିକ୍ରିୟା ଦେଇଛନ୍ତି । କଣ ପାଇଁ ବର୍ଷକୁ ୩୬୫ ଦିନ ପାଇଁ ଶରୀରକୁ ନେଇ ଫିଟ ରହିପାରିବା ନାହି ଆଉ କଣ ପାଇଁ ଆପଣ ଶରୀରକୁ ଚିଟ କରିବା ବୋଲି ସିଦ୍ଧାନ୍ତ ମତ ଦେଇଛନ୍ତି ।
ହେଲଥି ଫୁଡ ଖାଆନ୍ତୁ ଆଉ ଯେତିକି ଦରକାର ପାଇଁ ସେତିକି ଖାଆନ୍ତୁ ବୋଲି ସିଦ୍ଧାନ୍ତ କହିଛନ୍ତି । ସବୁ ଆଡେ ମୁଁ ସାଇକେଲ ନେଇକି ଯାଏ ବୋଲି ସିଦ୍ଧାନ୍ତ କହିଛନ୍ତି । ଦିନ ୧୨ଟା ୨ଟା ବେଳକୁ ବି ଖରାରେ ସେ ସବୁ ଆଡେ ଯାଇଥାନ୍ତି ସାଇକେଲରେ । ସେ କଟକ ମଧ୍ୟ ଯାଇଥାନ୍ତି ସାଇକେଲରେ । ମୋତେ ବହୁତ ଇମୋସନାଲ ଭଲ ଲାଗେ କାରଣ ମୁଁ ଏମିତିରେ ବି ଇମନୋସନାଲ ବୋଲି ସିଦ୍ଧାନ୍ତ ମତ ଦେଇଛନ୍ତି । ଯାହା ସହ ସେ ମିଶି ଯାଇଥାନ୍ତି ତାଙ୍କ ସହ ଇମୋସନାଲ ହୋଇ ମିସିଥାନ୍ତି ।
ସବୁଠାରୁ ବଡ ଖାସ କଥା ହେଉଛି ସେ ତାଙ୍କ ମୋବାଇଲରେ ଯାହାର ବି ନମ୍ବର ସେଭ କରନ୍ତି ସେ ଲୋକ ଚାଲିଗଲେ ବି ସେ ତାଙ୍କ ନମ୍ବର ରଖିଥାନ୍ତି । ସେ ତାଙ୍କ ଜୀବନରେ କେବେ ବି କାହାକୁ ଆଇ ଲଭ ୟୁ କହି ନାହାନ୍ତି । ଏଟା ଜୀବନରେ ଛୋଟ ଲାଗିଥାଏ ବୋଲି ସିଦ୍ଧାନ୍ତ କହିଛନ୍ତି । ମୁଁ 5G ବ୍ୟବହାର କରିପାରିବି କିନ୍ତୁ ତାର ଗୋଲାମ ହେବାକୁ କେବେ ଚାହେଁ ନାହି ବୋଲି ସିଦ୍ଧାନ୍ତ କହିଛନ୍ତି ।
ଭଲ ପାଇବାଟା ଯେତିକି ବ୍ୟାପ୍ତ ସେଟା ମୁଁ ଭଲ ପାଏ ଏବଂ ରାଜନୀତି ଓ ସିନେମାରୁ ସେ କିଛି ଶିଖି ନାହାନ୍ତି ବରଂ ଜୀବନରୁ ଅନେକ କିଛି ଶିଖିଛନ୍ତି ବୋଲି ସିଦ୍ଧାନ୍ତ ପ୍ରତିକ୍ରିୟା ଦେଇଛନ୍ତି । ଖୋଲା କଥାକୁ ଆସି ମାଇଣ୍ଡ ଫ୍ରେସ ହୋଇଗଲା ବୋଲି ଶେଷରେ ସିଦ୍ଧାନ୍ତ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦେଇଥିବା ପ୍ରତିକ୍ରିୟା ଉପରେ ମତାମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।