ନିଜ ସ୍ୟାମ୍ପୁରେ ମିଶାନ୍ତୁ କେବଳ ଏହି ଗୋଟେ ଜିନିଷ ଚୁଟି ଝଡିବା ବନ୍ଦ ହେବା ସହ ମିଳିବ ଆହୁରି ଅନେକ ଫାଇଦା- Hair Care

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଚୁଟି ମହିଲ;ଆ ଓ ଝିଅ ମାନଙ୍କ ପାଇଁ ସୁନ୍ଦରତା ମୁଖ୍ୟ କାରଣ ହୋଇଥାଏ ଯଦି ମହିଳାଙ୍କ ଚୁଟି ସୁନ୍ଦର ଆଉ ଲମ୍ବା ଅଛି ତେବେ ତାଙ୍କ ସୁନ୍ଦରତା ଆହୁରି ବଢି ଯାଇଥାଏ । ତେବେ ଆଜିକା ସମୟରେ ପ୍ରଦୂଷଣ ଖରା ଆଉ କେତେ କାରଣ ପାଇଁ ଆମ ଚୁଟି ଝଡିବା ଆଉ ରୂପୀ ଭଳି ସମସ୍ଯା ବହୁତ ବଢି ଯାଇଛି । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କ ଚୁଟି ସହ ଆପଣଙ୍କ ମୁଣ୍ଡ ମଧ୍ୟ ସଫା ହବ ଆଉ ଆପଣଙ୍କ ସ୍କାଳ୍ପ ସଫା ହେଲେ ଆପଣଙ୍କୁ ବହୁତ ପ୍ରକାର ଲାଭ ମିଳିବ ।

ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ନିମ୍ବ ବହୁତ ଭଲ ଏନ୍ଟି ବ୍ୟାକ୍ଟେରିଆଲ ଗୁଣ ଦ୍ଵାରା ପରି ପୂର୍ଣ୍ଣ ହୋଇଥାଏ, ନିମ୍ବ ପତ୍ର ବ୍ୟବହାର କରିବା ଦ୍ଵାରା ଆଗ କାଳ ଲୋକଙ୍କୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡୁ ନଥିଲା କଣ ଆପଣ ଏହା ଜାଣିଛନ୍ତି ଯେ ଆଗ କାଳ ସମୟରେ ଯଦି କାହାକୁ ଘା ହୋଇଥାଏ ତେବେ ସେ ନିମ୍ବ ପତ୍ର ବାଟି ତାକୁ ଘା ଉପରେ ଲଗାଉଥିଲେ ଆଉ କିଛି ଦିନ ଭିତରେ ଘା ଭଲ ହେଇ ଯାଉଥିଲା ଏହା ଚାଡା ଜେଜେମା ମାନେ କପଡା ସୁରକ୍ଷିତ ରଖିବା ପାଇଁ ସେଥିରେ ନିମ୍ବ ପତ୍ର ଶୁଖାଇ ରଖୁଥିଲେ ଯାହା ଦ୍ଵାରା ଜୀବାଣୁ ତାକୁ ଖରାପ ନକରନ୍ତୁ ।

 

କଣ ଆପଣ ଜାଣିଛନ୍ତି ନିମ୍ବ ପତ୍ର ପାଣି ଲଗାଇଲେ ଆମ ସ୍କାଳ୍ପରେ ଥିବା ରୂପୀ ଓ ଅନ୍ୟ ଅସନା ସଫା ହୋଇଥାଏ ଆଉ ଆମ ଚୁଟିକୁ ବଢିବା ପାଇଁ ସୁବିଧା ହୋଇଥାଏ । ତେବେ ଚୁଟି ପାଇଁ ମଧ୍ୟ ପ୍ରୋଟିନ ଆବଶ୍ୟକ ହୋଇଥାଏ ଯାହା ଖାଦ୍ୟ ଦ୍ଵାରା ମିଳିଥାଏ ସେଥିପାଇଁ କଞ୍ଚା ଜିନିଷ ଅଧିକ ସେବନ କରନ୍ତୁ । ଆସନ୍ତୁ ଜାଣିବା ନିମ୍ବ ପତ୍ର ବ୍ୟବହାର କେମିତି କରିବାର ଅଛି ଆପଣଙ୍କୁ ଗୋଟେ ପାନରେ ଗୋଟେ ଗ୍ଳାସ ପାଣି ନବାର ଅଛି ସେଥିରେ ଗୋଟେ ତାଟିଆ ତାଜା ନିମ୍ବ ପତ୍ର ଧୋଇ ପାଣିରେ ମିଶେଇବାର ଅଛି ।

ତାହା ପରେ ତାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ ସେହି ପାଣିକୁ ସବୁଜ ରଙ୍ଗ ହବା ପରଜନ୍ତ ଫୁଟାଇ ଚାଳନ୍ତୁ ଆଉ ପତ୍ର ହଳଦିଆ ଆଉ ପାଣି ସବୁଜ ହେଲା ପରେ ତାକୁ ଥଣ୍ଡା ହବା ପାଇଁ ଛାଡି ଦିଅନ୍ତୁ ଏହାକୁ ଆପଣ ଧିକ ପରିମାଣରେ କରି ଫ୍ରିଜରେ ରଖି ପାରିବେ ଆଉ ଆବଶ୍ୟକ ହେଲା ସମୟରେ ଫୁଟାଇ ବ୍ୟବହାର କରି ପାରିବେ । ଯେତେବେଳେ ପାଣି ଉଷୁମ ଥିବ ସେହି ସମୟରେ ପାଣିରେ ଶ୍ୟାମପୁ ମିଶାଇ ଦିଅନ୍ତୁ ଆଉ ନିଜ ଚୁଟି ଉପରେ ଯେମିତି ଶ୍ୟାମପୁ ଲଗାଇ ଧୋଇ ଦିଅନ୍ତି ଠିକ ସେହି ଭଳି ବ୍ୟବହାର କରନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

Leave a Reply

Your email address will not be published. Required fields are marked *