ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ନିଶ୍ଚୟ ଦେଖୁଥିବେ । ତେବେ “ଝିଅ ଆମର ନୂଆ ବୋହୂ” ସିରିଏଲ ଆଜିକା ଡେଟ ରେ ଘରେ ଘରେ ଖୁବ ଲୋକପ୍ରିୟ ହୋଇ ପାରିଛି । ଆଉ ଏଥିରେ ଅଭିନୟ ସବୁ କଳାକାର ମାନେ ଖୁବ ଚମତ୍କାର ଅଭିନୟ କରି ଲୋକଲୋଚନାକୁ ଆସିଛନ୍ତି ।
ସେମାନଙ୍କ ମଧ୍ୟରୁ ଅଭିନେତା ଅଭିଜିତ ଯିଏକି ଶିବ ଭୂମିକାରେ ଅଭିନୟ କରୁଥିଲେ ସେ ଏକ ସାକ୍ଷାତକାରରେ ନିଜ ସ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । ଅଭିନେତା ଅଭିଜିତ କହିଲେ କି “ମୁଁ ଛୋଟରେ କହି ଦେଉଛି । ମୁଁ ଯେବେ ଓଲିଉଡ କାର୍ଯ୍ୟକ୍ରମରେ ଯାଇଥିଲି ସେଠାରେ ମୋର ଛୋଟ ପର୍ଫୋମାଂସ ଥିଲା । ସେଠାରେ ସେ ତାର କ୍ରିୟୁ ମେମ୍ବର ଧରିକି ଆସିଥିଲା ମେକପ ପାଇଁ ।
ଝିଅ ଟି ଦେଖିବାକୁ ବହୁତ ସୁନ୍ଦର ଥିଲା, ପଞ୍ଜାବଇ ପରି ଦେଖା ଯାଉଥିଲା, ହାଇଟ ବି ଥିଲା । ମୁଁ ତାକୁ ଲାଇନ ମାରିଲି । ତା ପରେ ସେ ବି ମୋତେ ଅନାଇଲା । ତା ପରେ ମୁଁ ମୋ ବଡ ଭାଇଙ୍କ ପୁଅକୁ ଧରି ଆସି ମୋର ପରିଚୟ କରାଇଥିଲି । ତା ପୂର୍ବରୁ ମୋର ଗୋଟେ ଘଟଣା ଘଟିଥିଲା ଯେ ମୋର ସେପ୍ଟିପୀନ ଦରକାର ଥିଲା । ତା ପରେ ମେକପ ଆର୍ଟିଷ୍ଟ ମାନେ ଆସି ମୋତେ ଲଗାଇ ଦେଲେ ।
ମୋତେ ଲାଗିଲା ସେ ବି ଆଗ୍ରହୀ ଅଛନ୍ତି ଟିକେ । ମୋତେ ଆଉ ଟିକେ କନ୍ଫିଡେନ୍ସ ଲାଗିଲା । ମୁଁ ତାଙ୍କୁ ସେମିତି ଅନାଇ ରହିଲି । ମୁଁ କିଛି ଭାବିଲି ନାହି କି କିଏ ଅଟେ କଣ କହିବ ବୋଲି । ସେ ମୋତେ ଇଂଷ୍ଟାଗ୍ରାମ ଆଇଡି ଦେଲା ମୁଁ ତା ସହ କଥା ହେଲି । ତା ପରେ ମ୍ୟାସେଜରେ ଆମେ ଚ୍ୟାଟିଙ୍ଗ କରିଲୁ । ଆମେ ଦେଖା ହେବା ପାଇଁ ବହୁତ ଦିନ ପଳାଇଲା । ମୁଁ ସବୁବେଳେ କୁହେ ବାହା ହେବି ନାହି ।
ମୁଁ ଲାଇଫକୁ ଏଞ୍ଜୋଏ କରୁଥିଲି । ବାହାରେ ସାଙ୍ଗ ମାନଙ୍କ ସହ ବୁଲାବୁଲି କରିଲି । ମୋ ସ୍ତ୍ରୀ ପୁରା ସୋନାକ୍ଷୀ ଭଳି ଦେଖା ଯାଉଥିଲା । ତା ପରେ ମୁଁ ଜଣଙ୍କୁ କହିଥିଲି ତାଙ୍କୁ ବାହା ହେବା ପାଇଁ । ମୋତେ ଲାଗିଲା କେଉଁ ଅପସରି ପଳାଇ ଆସିଛି । ତାଙ୍କୁ ଦେଖି ମୁଁ ପୁରା ପାଗଳ ହୋଇ ଯାଇଥିଲି । ଅଭଦ୍ରାଙ୍କ ଭଳି ମୁଁ ତାଙ୍କୁ ଦେଖୁଥିଲି । ମୁଁ କହିଲି ମୁଁ ବାହା ହେବି ।
ଆଉ ବାହା ହେବି ବୋଲି କେବେ ଭାବି ନ ଥିଲି କିନ୍ତୁ ବାହା ହୋଇଗଲି । ମୋ ସ୍ତ୍ରୀ ପୁରୀ ର ଝିଅ । ତା ପରେ ମୁଁ ମୋ ଘର ଲୋକଙ୍କୁ ଜଣାଇଥିଲି । ତା ପରେ ବହୁତ କଷ୍ଟରେ ଘର ଲୋକଙ୍କୁ ବୁଝାଇଥିଲି ବାହାଘର ପାଇଁ । ତାପରେ ଏନଗେଜମେଣ୍ଟ ହୋଇଗଲା । ଉଁ କିଛି ବୁଝିପାରିଲି ନାହି । ମୁଁ ବହୁତ ଖୁସି ହୋଇଗଲି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅଭିଜିତ ଙ୍କ ଅଭିନୟ ଓ ତାଙ୍କ ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।